Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ସଂକଳ୍ପ ଯାତ୍ରା: ୯୯୫ ଗ୍ରାମ ପଞ୍ଚାୟତରେ ୫୪୭୦ ସ୍ୱାସ୍ଥ୍ୟ ଶିବିର ଆୟୋଜନ
ଆଜିର ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା: ୯୯୫ ଗ୍ରାମ ପଞ୍ଚାୟତରେ ୫୪୭୦ ସ୍ୱାସ୍ଥ୍ୟ ଶିବିର ଆୟୋଜନ

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ ରେ ଝାଡ଼ଖଣ୍ଡର ଖୁଣ୍ଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ତତ୍କାଳ ସେବାର ଏକ ଅଂଶ ଭାବରେ ଗ୍ରାମ ପଞ୍ଚାୟତରେ ଆଇଇସି ଭ୍ୟାନ ଅଟକିଥିବା ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି।

୨୬ ନଭେମ୍ବର ୨୦୨୩ ସୁଦ୍ଧା ୯୯୫ଟି ଗ୍ରାମ ପଞ୍ଚାୟତରେ ୫୪୭୦ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାବେଳେ ସେଠାକୁ ୭,୮୨,୦୦୦ରୁ ଅଧିକ ଲୋକ ଆସିଛନ୍ତି।

ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ):

ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଫ୍ଲାଗସିପ୍ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ହାତାହାତି କାର୍ଡ ବଣ୍ଟନ କରାଯାଉଛି। ଦ୍ୱାଦଶ ଦିନ ଶେଷ ସୁଦ୍ଧା ଶିବିରଗୁଡ଼ିକରେ ୯,୩୫,୯୭୦ରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଇଥିଲା ଏବଂ ୧,୦୭,୦୦୦ରୁ ଅଧିକ ଫିଜିକାଲ କାର୍ଡ ବଣ୍ଟନ କରାଯାଇଥିଲା।

ଯକ୍ଷ୍ମା (ଟିବି):ଯକ୍ଷ୍ମା ରୋଗୀଙ୍କ ପରୀକ୍ଷା, କଫ ପରୀକ୍ଷା ଏବଂ ଉପଲବ୍ଧ ସ୍ଥାନରେ ଏନଏଏଟି ମେସିନ୍ ବ୍ୟବହାର କରି କରାଯାଉଛି। ଯକ୍ଷ୍ମା ଥିବା ସନ୍ଦେହ ହେଲେ ଉଚ୍ଚ କେନ୍ଦ୍ରକୁ ପଠାଯାଏ। ଦ୍ୱାଦଶ ଦିନ ଶେଷ ସୁଦ୍ଧା ୧,୯୫,୦୦୦ରୁ ଅଧିକ ଲୋକଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୯,୫୦୦ରୁ ଅଧିକ ଲୋକଙ୍କୁ ଉଚ୍ଚ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ (ପିଏମଟିବିଏମଏ) ଅଧୀନରେ ଯକ୍ଷ୍ମା ରେ ପୀଡ଼ିତ ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସମ୍ମତି ନିଆଯାଉଛି। ନିକ୍ଷୟ ମିତ୍ର ହେବାକୁ ଇଚ୍ଛୁକ ଥିବା ସହେଯାଗୀମାନଙ୍କୁ ମଧ୍ୟ ଅନ-ସ୍ପଟ୍ ରେଜିଷ୍ଟ୍ରେସନ୍ ଯୋଗାଇ ଦିଆଯାଉଛି। ଦ୍ୱାଦଶ ଦିନ ଶେଷ ସୁଦ୍ଧା ପିଏମଟିବିଏମବିଏ ଅଧୀନରେ ୧୧,୫୦୦ରୁ ଅଧିକ ରୋଗୀ ସମ୍ମତି ଦେଇଥିବା ବେଳେ ୫,୫୦୦ରୁ ଅଧିକ ନୂତନ ନିକ୍ଷୟ ମିତ୍ର ପଞ୍ଜୀକୃତ ହୋଇଥିଲେ।

ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ) ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏଥିପାଇଁ ବାକି ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ସଂଗ୍ରହ କରାଯିବା ସହ ଆକାଉଣ୍ଟକୁ ଆଧାର ସଂଯୋଗ କରାଯାଉଛି। ଦ୍ୱାଦଶ ଦିନ ଶେଷ ସୁଦ୍ଧା ଏଭଳି ୩୩୭୧ ହିତାଧିକାରୀଙ୍କ ବିବରଣୀ ସଂଗ୍ରହ କରାଯାଇଥିଲା।

ସିକଲ୍ ସେଲ୍ ରୋଗ:ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ, ଏସସିଡି ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ସୋଲୁବିଲିଟି ପରୀକ୍ଷା ମାଧ୍ୟମରେ ସିକଲ୍ ସେଲ୍ ରୋଗ (ଏସସିଡି) ଚିହ୍ନଟ ପାଇଁ ଯୋଗ୍ୟ ଜନସଂଖ୍ୟା (୪୦ ବର୍ଷ ବୟସ ପର୍ଯ୍ୟନ୍ତ) ପରୀକ୍ଷା କରାଯାଉଛି। ପଜିଟିଭ୍ ଚିହ୍ନଟ ହୋଇଥିବା ମାମଲାଗୁଡ଼ିକୁ ପରିଚାଳନା ପାଇଁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ଦ୍ୱାଦଶ ଦିନ ଶେଷ ସୁଦ୍ଧା ୫୪,୭୫୦ରୁ ଅଧିକ ଲୋକଙ୍କର ରୋଗ ଚିହ୍ନଟ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨୯୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।

ଅଣ ସଂକ୍ରାମକ ରୋଗ (ଏନସିଡି):ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପାଇଁ ଯୋଗ୍ୟ ଜନସଂଖ୍ୟା (୩୦ ବର୍ଷ କିମ୍ବା ତା’ଠାରୁ ଅଧିକ) ରୋଗ ଚିହ୍ନଟ ପରୀକ୍ଷା କରାଯାଉଛି ଏବଂ ପଜିଟିଭ୍ ସନ୍ଦିଗ୍ଧ ରୋଗୀଙ୍କୁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ଦ୍ୱାଦଶ ଦିନ ଶେଷ ସୁଦ୍ଧା ପାଖାପାଖି ୫,୫୧,୦୦୦ ଲୋକଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। ୩୧,୦୦୦ରୁ ଅଧିକ ଲୋକ ଉଚ୍ଚ ରକ୍ତଚାପରେ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ବେଳେ ୨୪,୦୦୦ରୁ ଅଧିକ ଲୋକ ମଧୁମେହ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ଏବଂ ୪୮,୫୦୦ରୁ ଅଧିକ ଲୋକଙ୍କୁ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀନଗର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଦୁର୍ଘଟଣାଗ୍ରସ୍ତ

September 4, 2026

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

‘ଶୂନ୍ ମୃତ୍ୟୁ ସପ୍ତାହ’ ଆରମ୍ଭ; ଜୀବନ ବଞ୍ଚାଇଲେ ମିଳିବ ‘ରାହାବାର’ ଓ ‘ଗୁଡ୍ ସମାରିଟାନ୍’ ପୁରସ୍କାର

September 4, 2026

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ: ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

September 4, 2026
Latest News

ଶ୍ରୀନଗର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଦୁର୍ଘଟଣାଗ୍ରସ୍ତ

September 4, 2026

ଜିମ୍‌ରେ ଝାଳ, ହୃଦୟରେ ବିପଦ? ICMR ଅଧ୍ୟୟନରେ ଖୋଲିଲା ବିପଦର ରହସ୍ୟ

September 4, 2026

ତୀର୍ଥରୁ ସମୁଦ୍ରତଟ, ସଂସ୍କୃତିରୁ ଆଧ୍ୟାତ୍ମିକତା: ରେଳପଥରେ ଦକ୍ଷିଣ ଭାରତ ଯାତ୍ରା

September 4, 2026

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

ଆଘାତ ନଥାଇ ହଠାତ୍ ଗୋଡ଼ରେ ଯନ୍ତ୍ରଣା ହେଉଛି କି ! ଶରୀରର ଏହି ‘ସିଗନାଲ୍‌’କୁ ବୁଝନ୍ତୁ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.