ନୂଆଦିଲ୍ଲୀ: ବିଶିଷ୍ଟ ଗୁଜରାଟୀ ଫଟୋ ସାମ୍ବାଦିକ ଜାଭେରିଲାଲ ମେହତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଫଟୋ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟରରେ ତାଙ୍କର ବିଶିଷ୍ଟ ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଗୁଜରାଟର ବିଶିଷ୍ଟ ଫଟୋ ସାମ୍ବାଦିକଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ।
ଫଟୋ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟରରେ ତାଙ୍କର ବିଶିଷ୍ଟ ଅବଦାନକୁ ସବୁବେଳେ ସ୍ମରଣ କରାଯିବ।
ତାଙ୍କ ଆତ୍ମାର ସଦ୍ଗତି ହେଉ। ଶୋକସନ୍ତପ୍ତ ପରିବାରକୁ ସମବେଦନା। ଓମ୍ ଶାନ୍ତି।’