ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲ୍କିୟାର ଟନେଲରେ ଫସି ରହିଥିବା ଶ୍ରମିକମାନେ ଶେଷରେ ୧୭ ତମ ଦିନରେ ବାହାରକୁ ଆସିଛନ୍ତି। ଆଜି ଅପରାହ୍ନରେ ସେମାନଙ୍କ ପାଇଁ ଜୀବନର ଏକ ନୂତନ ଆଲୋକ ଆଣିଛି। ଟନେଲରୁ ବାହାରିବା ମାତ୍ରେ କର୍ମଚାରୀମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଉଦ୍ଧାର କାର୍ଯ୍ୟର ସଫଳତା ପରେ ଶ୍ରମିକଙ୍କ ପରିବାର, ଉଦ୍ଧାରକାରୀ ଦଳ ଏବଂ ପ୍ରଶାସନ ଏକ ଦୀର୍ଘ ନିଶ୍ୱାସ ତ୍ୟାଗ କରିଛନ୍ତି।