Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ
ଆଜିର ଖବର

ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ

November 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡିତ ସମସ୍ତ ଲୋକଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ମୋଦୀ କହିଲେ ଯେ ଆମର ଶ୍ରମିକ ଭାଇ ମାନଙ୍କର ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କ ସାହସ ଏବଂ ଧୈର୍ଯ୍ୟକୁ ସ୍ୱୀକାର କରି ସେ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନରେ ସମ୍ପୃକ୍ତ ସମସ୍ତେ ମାନବିକତା ଏବଂ ଦଳଗତ କାର୍ଯ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସୃଷ୍ଟି କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ଉତ୍ତରକାଶୀରେ ଆମର ଶ୍ରମିକ ଭାଇ ମାନଙ୍କର ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରି ଦେଇଛି। ସୁଡ଼ଙ୍ଗରେ ଫସି ରହିଥିବା ସାଥୀ ମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣ ମାନଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି। ମୁଁ ସମସ୍ତଙ୍କ ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।

ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ, ଦୀର୍ଘ ସମୟ ଅପେକ୍ଷା କରିବା ପରେ ଏବେ ଆମର ଏହି ସାଥୀମାନେ ନିଜ ପ୍ରିୟଜନ ମାନଙ୍କୁ ଭେଟିବେ। ଏହି ଆହ୍ୱାନପୂର୍ଣ୍ଣ ସମୟରେ ସମସ୍ତଙ୍କ ପରିବାର ଯେଉଁ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ।

ମୁଁ ଏହି ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ସମସ୍ତଙ୍କ ମନୋବଳକୁ ମଧ୍ୟ ପ୍ରଣାମ କରୁଛି। ସେମାନଙ୍କ ସାହସିକତା ଏବଂ ସଂକଳ୍ପ ଆମ ଶ୍ରମିକ ଭାଇମାନଙ୍କୁ ଏକ ନୂତନ ଜୀବନ ଦେଇଛି। ଏହି ମିଶନରେ ଜଡିତ ସମସ୍ତେ ମାନବିକତା ଏବଂ ସାମୂହିକ କାର୍ଯ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସୃଷ୍ଟି କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025

ବିହାର ନିର୍ବାଚନ: ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ

November 14, 2025
Latest News

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ବାଣପୁର ତାଲୁକ ଆଇନା ସେବା ସମିତି ପକ୍ଷରୁ ଶିଶୁଦିବସ ପାଳନ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.