ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଟନେଲରୁ ସୁରକ୍ଷିତ ଭାବେ ବାହାରକୁ ଆସିଥିବା ଶ୍ରମିକମାନଙ୍କୁ ଚିନ୍ୟାଲିସୌଡର ଏକ ଅସ୍ଥାୟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ୪୧ ଜଣ ଶ୍ରମିକଙ୍କୁ ଋଷିକେଶ AIIMS କୁ ନିଆଯାଉଛି। ଏଥିପାଇଁ ସେନାର ଚିନୁକ୍ ହେଲିକପ୍ଟର ଚିନ୍ୟାଲିସୌଡରେ ପହଞ୍ଚିଥିଲା। ଋଷିକେଶ AIIMS ର ଟ୍ରମା ସେଣ୍ଟରରେ ୪୧ ଜଣ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।