Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପାଇଁ ଆଉ ୩ ବର୍ଷ ନିମନ୍ତେ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ
ଆଜିର ଖବର

ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପାଇଁ ଆଉ ୩ ବର୍ଷ ନିମନ୍ତେ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ

November 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧.୦୪.୨୦୨୩  ରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି) କୁ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସ୍‌ଏସ୍‌) ରୂପରେ ଜାରି ରଖିବା ପାଇଁ  ମଞ୍ଜୁରି ପ୍ରଦାନ କରାଯାଇଛି, ଯାହାର ଆର୍ଥିକ ବ୍ୟୟବରାଦ ୧୯୫୨.୨୩ କୋଟି ଟଙ୍କା ରହିବ, ଯେଉଁଥିରେ କେନ୍ଦ୍ରୀୟ ଅଂଶ ଭାବରେ ୧୨୦୭.୨୪ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ଭାବରେ ୭୪୪.୯୯ କୋଟି ଟଙ୍କା ରହିବ । କେନ୍ଦ୍ରୀୟ ଅଂଶ ପାଇଁ ନିର୍ଭୟା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ଏହି ଯୋଜନା ୦୨.୧୦.୨୦୧୯ରେ ଆରମ୍ଭ ହୋଇଥିଲା ।

ମହିଳା ଓ ଶିଶୁ ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ଅତୁଟ ପ୍ରାଥମିକତା  ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଭଳି ଅନେକ ପଦକ୍ଷେପ ମାଧ୍ୟମରେ ସ୍ପଷ୍ଟ ହୋଇଛି । ନାବାଳିକା ଓ ମହିଳା ମାନଙ୍କୁ ଦୁଷ୍କର୍ମ ଘଟଣା ଦେଶକୁ ଗଭୀର ଭାବେ ପ୍ରଭାବିତ କରିଛି । ଏଭଳି ଘଟଣାର ପୁନରାବୃତ୍ତି ହେବା ଏବଂ ଅପରାଧୀ ମାନଙ୍କର ଦୀର୍ଘ ଦିନର ବିଚାର ଯୋଗୁଁ ଯୌନ ଅପରାଧର ପୀଡ଼ିତା ମାନଙ୍କୁ ଠିକ୍ ସମୟରେ ନ୍ୟାୟ ମିଳି ପାରୁନଥିବାରୁ ସେମାନଙ୍କୁ ତୁରନ୍ତ ଅଶ୍ୱାସନା  ପ୍ରଦାନ କରିବାରେ ସକ୍ଷମ ଏକ ଉତ୍ସର୍ଗୀକୃତ ଅଦାଲତ ବ୍ୟବସ୍ଥା ପ୍ରତିଷ୍ଠା କରିବାର ଆବଶ୍ୟକତା ଥିଲା । ଫଳସ୍ୱରୂପ, କେନ୍ଦ୍ର ସରକାର “ଅପରାଧ ଆଇନ (ସଂଶୋଧନ) ୨୦୧୮” ପ୍ରଣୟନ କରିଥିଲେ, ଯେଉଁଥିରେ ଦୁଷ୍କର୍ମ ଅପରାଧୀ ମାନଙ୍କ ପାଇଁ ମୃତ୍ୟୁଦଣ୍ଡ ସମେତ କଠୋର ଦଣ୍ଡ ଅନ୍ତର୍ଭୁକ୍ତ ଥିଲା, ଯାହା ଦ୍ୱାରା ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (ଏଫଟିଏସସି) ଗଠନ କରାଯାଇଥିଲା ।

ଉତ୍ସର୍ଗୀକୃତ ଅଦାଲତ ଭାବରେ ପରିକଳ୍ପନା କରାଯାଇଥିବା ଏଫ୍‌ଟିଏସ୍‌ସି ଗୁଡ଼ିକ ଶୀଘ୍ର ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା, ପୀଡ଼ିତାଙ୍କୁ ତ୍ୱରିତ ଆଶ୍ୱାସନା ପ୍ରଦାନ କରିବା ସହିତ ଯୌନ ଅପରାଧୀଙ୍କ ପାଇଁ ପ୍ରତିରୋଧ ଢାଞ୍ଚାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ଦୁଷ୍କର୍ମ ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ ଅଧିନିୟମ) ସମ୍ବନ୍ଧୀୟ ମାମଲା ଗୁଡ଼ିକର ଠିକ୍ ସମୟରେ ସମାଧାନ ପାଇଁ ଏଫ୍‌ଟିଏସ୍‌ସି ଗଠନ କରିବା ନିମନ୍ତେ ଭାରତ ସରକାର ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ପ୍ରସ୍ତୁତ କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ୨୫.୦୭.୨୦୧୯ ତାରିଖରେ ସୁମୋଟୋ ରିଟ୍ ପିଟିସନ୍ (ଅପରାଧିକ) ନଂ-୧ /୨୦୧୯ ରେ ଏହି ଯୋଜନାରେ ୧୦୦ରୁ ଅଧିକ ପୋକ୍ସୋ ଅଧିନିୟମ ମାମଲା ଥିବା ଜିଲ୍ଲାମାନଙ୍କ ପାଇଁ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ପ୍ରତିଷ୍ଠାକୁ ବାଧ୍ୟତାମୂଳକ କରାଯାଇଥିଲା ।

ପ୍ରଥମେ ଅକ୍ଟୋବର ୨୦୧୯ରେ ଏକ ବର୍ଷ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଅତିରିକ୍ତ ଦୁଇ ବର୍ଷ ପାଇଁ ୩୧.୦୩.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ନିର୍ଭୟା ପାଣ୍ଠିରୁ କେନ୍ଦ୍ରୀୟ ଅଂଶଧନ ପାଣ୍ଠିରେ ୧୯୫୨.୨୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହାକୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏଫ୍‌ଟିଏସ୍‌ସିର କେନ୍ଦ୍ର ପ୍ରାୟୋଜିତ ଯୋଜନା ସାରା ଦେଶରେ ଏଫ୍‌ଟିଏସ୍‌ସି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସମ୍ବଳ ବୃଦ୍ଧି କରିଥାଏ, ଯାହା ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ସହିତ ଜଡିତ ମାମଲା ଗୁଡିକର ତ୍ୱରିତ ସମାଧାନ ସୁନିଶ୍ଚିତ କରେ ।

୩୦ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ୍ ହୋଇଛନ୍ତି, ଯେଉଁଥିରେ ୪୧୪ଟି ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ସମେତ ୭୬୧ଟି ଏଫ୍‌ଟିଏସ୍‌ସି କାର୍ଯ୍ୟକ୍ଷମ ହୋଇଛି, ଯେଉଁଠାରେ ୧,୯୫,୦୦୦ରୁ ଅଧିକ ମାମଲାର ସମାଧାନ ହୋଇଛି । ଏହି ଅଦାଲତ ଯୌନ ଅପରାଧର ପୀଡ଼ିତା ମାନଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାର ମାନଙ୍କର ପ୍ରୟାସକୁ ସମର୍ଥନ କରନ୍ତି , ଏପରିକି ଦୁର୍ଗମ ଓ ଅଗମ୍ୟ ଅଂଚଳରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ ।

ଏହି ଯୋଜନାର ଆଶାନୁରୂପ ଫଳାଫଳ ଗୁଡ଼ିକ ହେଲା :

ଯୌନ ଏବଂ ଲିଙ୍ଗ ଭିତ୍ତିକ ହିଂସାକୁ ବନ୍ଦ କରିବା ପାଇଁ ରାଷ୍ଟ୍ରର ପ୍ରତିବଦ୍ଧତା ପ୍ରତିଫଳିତ କରିବା ।

ଦୁଷ୍କର୍ମ ଓ ପୋକ୍ସୋ ଆଇନର ବିଚାରାଧୀନ ମାମଲା ଗୁଡ଼ିକୁ ଯଥେଷ୍ଟ ପରିମାଣରେ ହ୍ରାସ କରିବା ସହ ନ୍ୟାୟିକ ବ୍ୟବସ୍ଥା ଉପରେ ବୋଝରୁ ମୁକ୍ତି ଦେବା

ଉନ୍ନତ ସୁବିଧା ଏବଂ ତ୍ୱରିତ ବିଚାର ମାଧ୍ୟମରେ ଯୌନ ଅପରାଧର ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ମିଳିବା ସୁନିଶ୍ଚିତ କରିବା

ମାମଲାର ବୋଝକୁ ଏକ ନିୟନ୍ତ୍ରଣଯୋଗ୍ୟ ସଂଖ୍ୟାକୁ ହ୍ରାସ କରିବା

Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026

ଅଟଳ ବିହାରୀ ବାଜପେୟୀ ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 28, 2026

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026
Latest News

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026

ଅଟଳ ବିହାରୀ ବାଜପେୟୀ ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 28, 2026

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.