Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ, ଧରିଲା ଟାଙ୍ଗୀ ପୋଲିସ, ଦୁଇ ମହିଳାଙ୍କ ସମେତ ୬ ଗିରଫ
ଆଜିର ଖବର

ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ, ଧରିଲା ଟାଙ୍ଗୀ ପୋଲିସ, ଦୁଇ ମହିଳାଙ୍କ ସମେତ ୬ ଗିରଫ

December 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଦାମୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି। ଚାଲାଣକାରୀମାନେ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରି ବେଆଇନ ଭାବେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। ହେଲେ କୁହୁଡି ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ପୋଲିସର ଗାଡି ମୋଟର ତନଖି ବେଳେ ସେମାନେ ଧରା ପଡିଥିଲେ।

ସେମାନଙ୍କ ନିକଟରୁ ୫୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏବଂ ସେଥିରେ ସାମିଲ ଥିବା ଦୁଇ ମହିଳାଙ୍କ ସମେତ ୪ ପୁରୁଷଙ୍କୁ ପୋଲିସ ଗିରଫ କରିଛି। ତେବେ ଚାଲାଣକାରୀମାନଙ୍କ ନିକଟରୁ ଟାଙ୍ଗୀ ପୋଲିସ ୩ ହଜାର ଟଙ୍କା ଓ ୭ ଟା ମୋବାଇଲ ଫୋନ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ସାହୁ (୨୯ ବର୍ଷ), ନାରାୟଣ ସାହୁ (୩୯ବର୍ଷ), ଅଜୟ ସାହୁ (୨୧ବର୍ଷ), ଶଙ୍କର ପ୍ରଧାନ (୩୧ବର୍ଷ), ଅନିତା ପଣ୍ଡା (୩୩ବର୍ଷ), ପିଙ୍କୁ ପ୍ରଧାନ (୨୧ବର୍ଷ)। ସମସ୍ତ ଅଭିଯୁକ୍ତମାନେ ଗଞ୍ଜାମରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି। ସେମାନେ ବ୍ୟବହାର କରିଥିବା ଦାମୀ କାରଟିକୁ ମଧ୍ୟ ପୋଲିସ ଜବତ କରିଛି।

ଏ ନେଇ ଟାଙ୍ଗୀ ଥାନା ପରିସରରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରଙ୍କ ଉପସ୍ଥିତରେ SDPO ଅନିଲ କୁମାର ମହାନ୍ତି ପ୍ରେସ ମିଟରେ ସୂଚନା ଦେଇଛନ୍ତି।

ଗଞ୍ଜେଇ ଚୋରା ଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.