Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାଂସଦଙ୍କୁ କିପରି ନିଲମ୍ବନ କରନ୍ତି ବାଚସ୍ପତି ? ସେହି ସମୟରେ ସେମାନେ ଦରମା ପାଆନ୍ତି କି ?
ଜାତୀୟ ଖବର

ସାଂସଦଙ୍କୁ କିପରି ନିଲମ୍ବନ କରନ୍ତି ବାଚସ୍ପତି ? ସେହି ସମୟରେ ସେମାନେ ଦରମା ପାଆନ୍ତି କି ?

December 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦଙ୍କୁ କିପରି ନିଲମ୍ବନ କରନ୍ତି ବାଚସ୍ପତି ? ସେହି ସମୟରେ ସେମାନେ ଦରମା ପାଆନ୍ତି କି ?

ନୂଆଦିଲ୍ଲୀ: ଡିସେମ୍ବର ୧୮ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ କଂଗ୍ରେସର ୧୧ ଜଣ, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେର ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୩୦ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବା ବେଳେ କଂଗ୍ରେସର ୩ ଜଣ ସାଂସଦଙ୍କୁ ପୁନଃ ଅବସ୍ଥାପିତ କରିବା ନେଇ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ। ସେମାନେ ବାଚସ୍ପତିଙ୍କ ମଞ୍ଚ ଉପରେ ଚଢ଼ିଥିବା ଅଭିଯୋଗ ହୋଇଛି।

ତେବେ ପ୍ରଶ୍ନ ଉଠୁଛି ଯେ, ବାଚସ୍ପତି କିପରି ସାଂସଦଙ୍କ ଉପରେ ପଦକ୍ଷେପ ଗ୍ରହଣ କରନ୍ତି। ପ୍ରକୃତରେ ସଂସଦର କାର୍ଯ୍ୟଧାରା ପାଇଁ ଏକ ସମ୍ପୂର୍ଣ୍ଣ ନିୟମ ପୁସ୍ତକ ଅଛି। ଏହି ନିୟମ ପୁସ୍ତକ ମାଧ୍ୟମରେ ଗୃହ ପରିଚାଳିତ ହେଉଛି। ଏହି ପୁସ୍ତକର ନିୟମ ୩୭୩ ଅନୁଯାୟୀ, ଯଦି ଲୋକସଭା ବାଚସ୍ପତି ଅନୁଭବ କରନ୍ତି ଯେ ଜଣେ ସାଂସଦ ଗୃହକାର୍ଯ୍ୟରେ କ୍ରମାଗତ ଭାବରେ ବାଧା ସୃଷ୍ଟି କରୁଛନ୍ତି, ତେବେ ସେ ତାଙ୍କୁ ସେହିଦିନ ପାଇଁ ଗୃହରୁ ବହିଷ୍କାର କରିପାରିବେ, କିମ୍ବା ସେ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ ମଧ୍ୟ କରିପାରିବେ।

ଏଥିସହ ବାଚସ୍ପତି ନିୟମ ୩୭୪ ଓ ୩୭୪(ଏ) ଅନୁଯାୟୀ ଅଧିକ ବିଶୃଙ୍ଖଳିତ ସଦସ୍ୟଙ୍କ ସହ ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କଂଗ୍ରେସ ସାଂସଦଙ୍କ ବିରୋଧରେ ନିୟମ ୩୭୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି ପରିସ୍ଥିତିରେ ଜାଣନ୍ତୁ ଏହି ନିୟମ ବିଷୟରେ…

1-ଯେଉଁ ସାଂସଦମାନେ ଗୃହରର ଶୃଙ୍ଖଳା ଭାଙ୍ଗିଛନ୍ତି କିମ୍ବା ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ଜାଣିଶୁଣି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ସେମାନଙ୍କ ନାମ ଲୋକସଭା ବାଚସ୍ପତି ଘୋଷଣା କରିପାରିବେ।

2-ଯେତେବେଳେ ବାଚସ୍ପତି ଏଭଳି ସାଂସଦଙ୍କ ନାମ ଘୋଷଣା କରନ୍ତି, ସେତେବେଳେ ସେ ଗୃହରେ ଏକ ପ୍ରସ୍ତାବ ରଖିଥାଆନ୍ତି। ପ୍ରସ୍ତାବରେ ହଙ୍ଗାମା କରିଥିବା ସାଂସଦଙ୍କ ନାମ ନେଇ ତାଙ୍କୁ ନିଲମ୍ବିତ କରାଯିବ ବୋଲି କୁହାଯାଇଥାଏ।

3-ଏଥିରେ ନିଲମ୍ବନର ଅବଧି ଉଲ୍ଲେଖ ରହିଥାଏ। ଅଧିବେଶନ ଶେଷ ପର୍ଯ୍ୟନ୍ତ ଏହି ଅବଧି ସର୍ବାଧିକ ହୋଇପାରିବ। ଗୃହ ମଧ୍ୟ ଯେକୌଣସି ସମୟରେ ପ୍ରସ୍ତାବକୁ ବାତିଲ କରିବାକୁ ଅନୁରୋଧ କରିପାରେ।

ଏବେ ଆସନ୍ତୁ ଜାଣିବା ନିୟମ ୩୭୪(ଏ) କ’ଣ କହୁଛି

୨୦୦୧ ଡିସେମ୍ବର ୫ତାରିଖରେ ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ାଯାଇଥିଲା। ଏହାକୁ ନିୟମ ୩୭୪(ଏ) କୁହାଯାଏ। ଯଦି କୌଣସି ସାଂସଦ ଜାଣିଶୁଣି ଗୃହ ମଧ୍ୟକୁ ଆସି କିମ୍ବା ଗୃହରେ ସ୍ଲୋଗାନ ଦେଇ କିମ୍ବା କାର୍ଯ୍ୟରେ ବାଧା ସୃଷ୍ଟି କରି ନିୟମ ଉଲ୍ଲଂଘନ କରନ୍ତି, ତେବେ ଏହି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ଯେତେବେଳେ ବାଚସ୍ପତି ଏଭଳି ସାଂସଦଙ୍କ ନାମ ନିଅନ୍ତି, ତାଙ୍କୁ ୫ଟି ବୈଠକ କିମ୍ବା ଅଧିବେଶନର ଅବଶିଷ୍ଟ ଅବଧି (ଯାହା କମ୍ ଥିବ) ପାଇଁ ଆପେ ଆପେ ନିଲମ୍ବିତ କରାଯାଏ।

ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବାର ପ୍ରକ୍ରିୟା କ’ଣ ?

ଜଣେ ସାଂସଦଙ୍କୁ ନିଲମ୍ବିତ କରିବାର ଅଧିକାର ବାଚସ୍ପତିଙ୍କର ଅଛି, କିନ୍ତୁ ନିଲମ୍ବନ ପ୍ରତ୍ୟାହାର କରିବାର ଅଧିକାର ତାଙ୍କର ନାହିଁ। ସେହି କ୍ଷମତା ଗୃହ ଉପରେ ରହିଛି। ଗୃହ ଚାହିଁଲେ ସଂକଳ୍ପ ମାଧ୍ୟମରେ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିପାରିବ।

ଏହି ସମୟ ମଧ୍ୟରେ ସାଂସଦମାନେ ଦରମା ପାଆନ୍ତି କି ?

ଗୃହରେ ବାଧା ସୃଷ୍ଟି କରିଥିବାରୁ ନିଲମ୍ବିତ ଜଣେ ସାଂସଦଙ୍କୁ ମିଳିଥାଏ ପୂରା ଦରମା। ‘କାମ ନାହିଁ, ବେତନ ନାହିଁ’ ନୀତିକୁ କେନ୍ଦ୍ରର ସରକାରମାନେ ଦଶନ୍ଧି ଧରି ବିଚାର କରୁଛନ୍ତି। ହେଲେ ଏହାକୁ ଏପର୍ଯ୍ୟନ୍ତ ପ୍ରଚଳନ କରାଯାଇନାହିଁ।

ପ୍ରଥମ ଥର ପାଇଁ ସାଂସଦଙ୍କୁ ନିଲମ୍ବିତ କରାଯାଇଛି କି ?

ସାଂସଦଙ୍କ ନିଲମ୍ବନର ପ୍ରଥମ ଉଦାହରଣ ୧୯୬୩ ମସିହାରେ ଦେଖିବାକୁ ମିଳିଥିଲା। ୧୯୮୯ରେ ସବୁଠାରୁ ବଡ଼ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ରାଜୀବ ଗାନ୍ଧୀ ସରକାର ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ମାମଲାରେ ଠକ୍କର କମିଶନ ରିପୋର୍ଟ ସଂସଦରେ ଆଗତକୁ ନେଇ ସାଂସଦମାନେ ହଙ୍ଗାମା କରୁଥିଲେ। ଏହାପରେ ହଙ୍ଗାମା କରିଥିବାରୁ ବିରୋଧୀ ଦଳର ୬୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

୨୦୧୯ ଜାନୁଆରୀରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଦୁଇଦିନ ମଧ୍ୟରେ ୪୫ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ।

୨୦୧୪ରେ କଂଗ୍ରେସ ନିଜ ସାଂସଦଙ୍କୁ ନିଲମ୍ବନ କରିଥିଲା

୨୦୧୪ ଫେବ୍ରୁଆରି ୧୩ରେ ଲୋକସଭା ବାଚସ୍ପତି ମୀରା କୁମାର ୧୮ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବିତ ସାଂସଦଙ୍କ ମଧ୍ୟରୁ କିଛି ତେଲେଙ୍ଗାନା ରାଜ୍ୟ ଗଠନ ଦାବିକୁ ବିରୋଧ କରୁଥିବାବେଳେ କିଛି ଅଲଗା ରାଜ୍ୟ ଦାବି କରୁଥିଲେ।

ଏହି ସମୟରେ ଏକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଥିଲା, କାରଣ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସର ଏଲ୍ ରାଜଗୋପାଳ। ରାଜଗୋପାଳଙ୍କ ବିରୋଧରେ ଗୃହରେ ଲଙ୍କାଗୁଣ୍ଡ ସ୍ପ୍ରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ସଂସଦ ସାଂସଦ ନିଲମ୍ବନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.