Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜରେ ଯୋଗ ଓ କ୍ରୀଡା ଉତ୍ସବ ‘ନୂଆ-ଓ’, ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ
ଆଞ୍ଚଳିକ

ବାଲୁଗାଁ କଲେଜରେ ଯୋଗ ଓ କ୍ରୀଡା ଉତ୍ସବ ‘ନୂଆ-ଓ’, ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ

December 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ କଲେଜରେ ଯୋଗ ଓ କ୍ରୀଡା ଉତ୍ସବ 'ନୂଆ-ଓ', ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) କାର୍ଯ୍ୟକ୍ରମରେ ଆଜି ସକାଳେ ଶିକ୍ଷାର୍ଥୀମାନଙ୍କ ପାଇଁ ଯୋଗାଭ୍ୟାସ କରାଯାଇ ଯୋଗର ବିଭିନ୍ନ ସକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଆବାହକ ତଥା ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡାଙ୍କ ତତତ୍ୱାବଧାନରେ ଏନସିସି କ୍ୟାଡେଟ, ଏନଏସଏସ ସ୍ବେଛାସେବୀ ଓ ଯୁବ ରେଡ କ୍ରସର ଛାତ୍ର ଛାତ୍ରୀ ମାନେ ଯୋଗlଭ୍ୟାସ କରିଥିଲେ।

ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା, ଜୟନ୍ତୀ ଲାଲ ଚୌହାନ ଓ ବାଲୁଙ୍କେଶ୍ୱର ଜେନା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହାପରେ କ୍ରୀଡ଼ା ମହୋତ୍ସବର ଦ୍ଵିତୀୟ ଦିନରେ ନିମିକ୍ଷେତା ଗ୍ରାମ ପଂଚାୟତର ସରପଞ୍ଚ ଇଂ ବିଶ୍ୱ ବିହାରୀ ଗୁରୁ ଓ ଅଠର ବାଟିଆ ଗ୍ରାମ ପଂଚାୟତର ସରପଞ୍ଚ ଦୀପକ କୁମାର ଜେନା ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳୀ ମାନଙ୍କୁ ବିଜୟ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁକ୍ତ ତିନି ନୋଡାଲ ଅଫିସର ଡକ୍ଟର କୈଳାସ ଚନ୍ଦ୍ର ମହାରଣା। ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାରେ ଯୁକ୍ତ ଦୁଇ ନୋଡାଲ ଅଫିସର ଡକ୍ଟର ସନ୍ତୋଷ ରଥ, କ୍ରୀଡ଼ା ଆବାହକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ସୁବ୍ରତ କୁମାର ତ୍ରିପାଠୀ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର,ହିମାଂଶୁ କୁମାର ଦାଶ,ବିମଳ ପଣ୍ଡା,ଉମାକାନ୍ତ ସାହୁ,ସ୍ୱାତୀ ସ୍ଵାଗତିକା ସାହୁ, ଝରଣା ନାଥ, ଧୋବୀ ପରିଡା,କ୍ରୀଡ଼ା ପରିଚାଳକ ବିଜୟ କୁମାର ରାଉତ,ମୁଖ୍ୟ କିରାଣୀ ସୁଧାକର ନାୟକ ପ୍ରମୁଖ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର, ଉପଢୌକନ, ପୁଷ୍ପ ଗୁଚ୍ଛ ଓ ପୁରସ୍କାର ପ୍ରଦାନ କରିଥିଲେ।

ଉଭୟ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ ଅନୁଷ୍ଠାନର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କର କ୍ରୀଡ଼ା ଦକ୍ଷତା ପ୍ରତିପାଦିତ କରିଥିଲେ। କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ ଶଶିକାନ୍ତ ବେହେରା, ଦାଶରଥୀ ବଳିୟାରସିଂହ ଓ ରବୀନ କୁମାର ସ୍ୱାଇଁ।

Balugaon Collage ବାଲୁଗାଁ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026
Latest News

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.