Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ସୁରକ୍ଷିତ ଭ୍ରମଣ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ମୁତୟନ ହେଲେ ଓଡ୍ରାଫ ଟିମ
ଆଜିର ଖବର

ଚିଲିକାରେ ସୁରକ୍ଷିତ ଭ୍ରମଣ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ମୁତୟନ ହେଲେ ଓଡ୍ରାଫ ଟିମ

December 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ସୁରକ୍ଷିତ ଭ୍ରମଣ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ମୁତୟନ ହେଲେ ଓଡ୍ରାଫ ଟିମ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ନୂଆବର୍ଷ ପାଇଁ ଚିଲିକାରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ଚଳିତ ବର୍ଷ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ବଡ଼କୁଳ, କାଳିଜାଇ, ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଛି।

ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଜିଠାରୁ ଗ୍ରହଣ କରିଛି ଏକାଧିକ ପଦକ୍ଷେପ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶ ମୁତାବକ ଆଜିଠାରୁ ଆସନ୍ତା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଲୁଗାଁରେ ମୁତୟନ ହୋଇଛନ୍ତି ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ।

ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ମୁତୟନ କରିଛି ଏହି ଟିମ l ଚିଲିକା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ହ୍ରଦ ହୋଇଥିବା ବେଳେ ଏଥି ମଧ୍ୟରେ ଅବସ୍ଥିତ ମା’ କାଳିଜାଇ ମନ୍ଦିର ଏବଂ ବଡ଼କୁଳ ପାନ୍ଥନିବାସ, ବାଲୁଗାଁ ଜେଟି ଆଦି ସ୍ଥାନରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛ।

ଏହି ପରିପ୍ରେକ୍ଷୀରେ ତିନି ଗୋଟି ଓଡ୍ରାଫ ଟିମ ଯଥାକ୍ରମେ ମା’ କାଳିଜାଇ ମନ୍ଦିର, ବଡ଼କୁଳ ପାନ୍ଥନିବାସ ଏବଂ ବାଲୁଗାଁରେ ମୁତୟନ ହୋଇଛନ୍ତି। ସେହିପରି ଭାବେ ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ ବାଲୁଗାଁ ଜେଟି ଠାରେ ପଇଁତରା ମାରୁଛି। ଅନୁରୂପ ଭାବେ ବାଲୁଗାଁ ସହର ପାଇଁ ଅତିରିକ୍ତ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଚିଲିକାକୁ ଆସୁଥିବା ପର୍ଯ୍ୟଟକ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଧ୍ୟାନ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ଟିମ ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସକାଳ ୫ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରତ ରହିବେ ବୋଲି ଜଣାପଡିଛି।

ତେବେ ଉକ୍ତ ସମସ୍ତ ଟିମ ଚିଲିକା ତହସିଲଦାର, ବିଡ଼ିଓ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି।

HappyNewYear2024 NewYear2024 ଚିଲିକା ନୂଆବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026
Latest News

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.