Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବନ୍ଧୁ ଓ ବିରୋଧୀଙ୍କ ପାଇଁ ମୋଦୀ ସରକାରଙ୍କ ଲୋଭନୀୟ ଲଲିପପ୍‌, ଲୋକସଭାର ଉପ ବାଚସ୍ପତି ପଦ
ବିଶେଷ ଖବର

ବନ୍ଧୁ ଓ ବିରୋଧୀଙ୍କ ପାଇଁ ମୋଦୀ ସରକାରଙ୍କ ଲୋଭନୀୟ ଲଲିପପ୍‌, ଲୋକସଭାର ଉପ ବାଚସ୍ପତି ପଦ

June 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମନ୍ତ୍ରିମଣ୍ଡଳ ଗଠନ ପରେ ସବୁଠୁ ଅଧିକ ଚର୍ଚ୍ଚା ହୁଏ ଲୋକସଭାର ବାଚସ୍ପତି କିଏ ହେବେ। କାରଣ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ପରେ ସଂସଦୀୟ ପରମ୍ପରାରେ ବାଚସ୍ପତି ହେଉଛନ୍ତି ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ। ସଂସଦୀୟ ଓ ସାମ୍ବିଧାନିକ ନିଷ୍ପତ୍ତି କ୍ଷେତ୍ରରେ ବାଚସ୍ପତି ପଦବୀ ର ବିଶେଷ ମହତ୍ତ୍ଵ ରହିଛି। ଯଦିଓ ସରକାରୀ ଦଳ ହାତକୁ ସବୁବେଳେ ବାଚସ୍ପତି ପଦ ଯାଇଛି, ହେଲେ ବାଚସ୍ପତି ଦଳୀୟ ସୀମାରୁ ଉପରକୁ ଯାଇ କାମ କରିବାର ଏକ ମହାନ ପରମ୍ପରା ମଧ୍ୟ ଆମ ଗଣତନ୍ତ୍ରରେ ରହିଛି। ବାଚସ୍ପତି ପରମ୍ପରାରେ ଗଣେଶ ବାସୁଦେବ ମାଭଲଙ୍କର, କେ.ଏସ.ହେଗଡେ, ରବି ରାୟ, ପୂର୍ଣ୍ଣ ଏ ସାଙ୍ଗମା ଓ ସୋମନାଥ ଚାଟାର୍ଜୀଙ୍କ ନାମ ଅତ୍ୟନ୍ତ ଶ୍ରଦ୍ଧାର ସହିତ ନିଆ ଯାଇପାରିବ। ତେବେ ଶାସକ ଦଳର ହାତବାରିସି ହୋଇ ବାଚସ୍ପତି ପରମ୍ପରା ପ୍ରତି କୁଠାରାଘାତ ମଧ୍ୟ କମ ହୋଇନାହିଁ।

ଆଜି ବାଚସ୍ପତି ନିର୍ବାଚନକୁ ନେଇ ଖୁବ ବେଶୀ ଚର୍ଚ୍ଚା ହେଉନାହିଁ। ଏକ ସଂଖ୍ୟା ଗରିଷ୍ଠ ସରକାରରେ ଶାସକ ଦଳର ଖାସ ଲୋକ ହିଁ ବାଚସ୍ପତି ହେବେ। କିନ୍ତୁ ଅଦ୍ଭୁତ ଭାବରେ ଉପ ବାଚସ୍ପତି ପଦକୁ ନେଇ ଏବେ ପ୍ରବଳ ଚର୍ଚ୍ଚା ଚାଲିଛି। ଲୋକସଭା ପରିଚାଳନାରେ ଉପ ବାଚସ୍ପତିଙ୍କର ସେମିତି ବିଶେଷ କିଛି ଭୂମିକା ନଥାଏ। ତଥାପି ଏହାକୁ ନେଇ ଏବେ ଜାତୀୟ ରାଜନୀତି ଚଳ ଚଞ୍ଚଳ ହେବା ପଛରେ ଏକ ଭିନ୍ନ ବାର୍ତ୍ତା ରହିଛି। ଏକ ଅଲିଖିତ ପରମ୍ପରା ଅନୁଯାୟୀ ଲୋକସଭାରେ ଉପ ବାଚସ୍ପତି  ଓ ରାଜ୍ୟସଭାରେ ଉପ ସଭାପତି ପଦ ବିରୋଧୀ ଦଳକୁ ଯାଇଥାଏ। ତେବେ ଭିନ୍ନ ଭିନ୍ନ ସମୟରେ ଏହାର ବ୍ୟତିକ୍ରମ ଘଟିଛି। ରାଜୀବ ଗାନ୍ଧୀ ସରକାର ଅମଳରେ ନିଜ ସହଯୋଗୀ ଆନ୍ନା ଡିଏମକେ ର ଥମ୍ବିଦୁରାଇଙ୍କୁ ଏହି ପଦବୀ ଦେଇ ବିରୋଧୀ ଦଳକୁ ଏଥିରୁ ବଞ୍ଚିତ କରାଯାଇଥିଲା। ତେବେ ୧୯୯୦ ରୁ ୨୦୧୪ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦ ସବୁବେଳେ ବିରୋଧୀ ଦଳ ହାତକୁ ଯାଇଛି।

୨୦୧୪ରେ ନରେନ୍ଦ୍ର ମୋଦୀ ସରକାର ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପରମ୍ପରା ଭାଙ୍ଗି ନିଜର ସହଯୋଗୀ ଦଳଙ୍କୁ ଏହି ପଦବୀ ଦେଇଥିଲା। ଏବେ ନିଜର ଦ୍ଵିତୀୟ ପାଳିର ସରକାର ବେଳେ ମଧ୍ୟ ଉପ ବାଚସ୍ପତି ପଦକୁ ଲୋଭନୀୟ ଲଲିପପ ଭଳି ବ୍ୟବହାର କରା ଯାଉଛି। ଲୋକସଭାରେ ଦ୍ଵିତୀୟ ସର୍ବ ବୃହତ ଦଳ ହିସାବରେ ପରମ୍ପରାନୁକ୍ରମେ କଂଗ୍ରେସକୁ ଏହି ପଦବୀ ମିଳିବା କଥା। ତେବେ ୧୯୮୪ ରେ କଂଗ୍ରେସ ଯାହା କରିଥିଲା ୨୦୧୪ରେ ବିଜେପି ଠିକ ସେୟା  କରିଥିଲା। ଏବେ ବୁଲି ବୁଲି ଉପ ବାଚସ୍ପତି ପଦକୁ ନୂଆ ମିତ୍ର ଯୋଗାଡ ଲାଗି ବ୍ୟବହାର କରାଯାଉଛି। ପ୍ରଥମେ ଏହା ବିଜୁ ଜନତା ଦଳକୁ ଯଚା ଯାଇଥିଲା। ଏ ସମ୍ପର୍କରେ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାଁ ଜୋରସୋର  ଚର୍ଚ୍ଚାରେ ରହିଲା। ଏହି ପଦବୀ ଆଧାରରେ ବିଜେଡି ସଂସଦୀୟ ଦଳରେ ଫାଟ କଥା କହି ବହୁ ଗାଲୁଗପ କୁହାଗଲା। ଏହି ପ୍ରସଙ୍ଗରେ ଏନଡିଏର ସହଯୋଗୀ ଶିବସେନା ଖୋଲାଖୋଲି ବିରୋଧ ମଧ୍ୟ କଲା। ଲୋକସଭା ଉପ ବାଚସ୍ପତି ପଦ ଉପରେ ଶିବସେନାର ଅଧିକାର ରହିଛି ବୋଲି ଦାବି କରାଗଲା।

ତେବେ ହଠାତ ବିଜେଡି ଖାତାରୁ ଏବେ ଉପ ବାଚସ୍ପତି ପଦ ୱାଇଏସଆର ହାତକୁ ଦେବା ଲାଗି ଉଦ୍ୟମ ଚାଲିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଏଥିଲାଗି କଥାବାର୍ତ୍ତା ଚାଲିଛି। ଲୋକସଭାରେ ନିଜର ବହୁମତ ଥିବା ସତ୍ତ୍ୱେ ବିଜେପି ଟିଆରଏସ, ବିଜେଡି ଓ ୱାଇଏଏସଆର ସହିତ ଏତେ ନିବିଡ ହେବାର ଉଦ୍ୟମ ପଛରେ କି କାରଣ ରହିଛି? ଆଗାମୀ ଦିନରେ ବିଜେପି ନିଜର ପୁରୁଣା ଏଜେଣ୍ଡା ଯଥା ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ଇତ୍ୟାଦି ପାଇଁ ସମ୍ବିଧାନ ସଂଶୋଧନ ଆଣିବ। ସେତେବେଳେ ଜାତୀୟ ରାଜନୀତିଠୁ ଦୂରତର ଏହି ଆଞ୍ଚଳିକ ଦଳ ଗୁଡିକ ବିଜେପିର ସହଯୋଗୀ ହେବେ ବୋଲି ଚିନ୍ତା କରାଯାଉଛି। ଜଗନ ରେଡ୍ଡୀଙ୍କ ନାଁ ରେ ବହୁ ସିବିଆଇ ମାମଲା ରହିଛି। ବିଜେଡ଼ିକୁ ଘେରିବା ଲାଗି ସିବିଆଇ ପାଖରେ ଚିଟ ଫଣ୍ଡ ଓ ଖଣି ଦୁର୍ନୀତିର ପ୍ରସଙ୍ଗ ରହିଛି। ତେଣୁ ସାମ ଦାନ ଦଣ୍ଡ ଭେଦ ନୀତି ଆପଣାର କରି ଏଇ ଦଳମାନଙ୍କୁ ନିଜ ଆଜେଣ୍ଡା ପୂରଣ କରାଇବାରେ ବିଜେପି ଚାପ ପ୍ରୟୋଗ କରିବ।

ଉପ ରାଷ୍ଟ୍ରପତି ନିର୍ବାଚନ ସେ ଦୃଷ୍ଟିରୁ କେବଳ ସାମାନ୍ୟ ଯୋଜନା ନୁହେଁ, ଏହା ଭବିଷ୍ୟତରେ ସଂଘ ପରିବାରର ଏଜେଣ୍ଡା କୁ କାମରେ ଲଗାଇବାକୁ ଏକ ଷଡଯନ୍ତ୍ରର ଅଂଶ ବିଶେଷ।

BJD BJP loksabha offer opposition party thesamikhsya trs
Share. Facebook Twitter LinkedIn Email WhatsApp Copy Link

Related Posts

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.