Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

January 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି ।

ପିଏମ ଶ୍ରୀ ସ୍କୁଲ କ୍ରିୟାନ୍ୱୟନ କରିବାରେ ୟୁପିର ଅଗ୍ରଣୀ ଭୂମିକା ପ୍ରଶଂସନୀୟ ।  ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉ କିମ୍ବା ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ଉତ୍ତର ପ୍ରଦେଶ ଏକ ଉଦାହରଣ । ଏହା ଦ୍ୱାରା ସମଗ୍ର ଦେଶର ଆତ୍ମବିଶ୍ୱାସ ବଢୁଛି । ପ୍ରଗତି ଆଜି ଉତ୍ତରପ୍ରଦେଶର ଚରିତ୍ର ହୋଇଛି । ୟୁପିରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନଙ୍କୁ ବିଶ୍ୱମାନର ଶିକ୍ଷା ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଡବଲ ଇଞ୍ଜିନ ସରକାରର ଦାୟିତ୍ୱ ଅଛି । ୟୁପି ମଡେଲ ଆଗାମୀ ଦିନରେ ସମଗ୍ର ଦେଶର ମଡେଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହେଉଛି । ଆଜି ଅଯୋଧ୍ୟା ଭାରତର ବିକାଶ ଏବଂ ସମୃଦ୍ଧିର କେନ୍ଦ୍ର ହୋଇଛି ।

ଲକ୍ଷ୍ନୌରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଭେଟିବା ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଦକ୍ଷତା ବୃଦ୍ଧି, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ୟୁପିକୁ ଜ୍ଞାନ ଭିତ୍ତିକ ଅର୍ଥନୀତିର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ଅଯୋଧ୍ୟା ଉତ୍ତରପ୍ରଦେଶ ଧର୍ମେନ୍ଦ୍ର ପ୍ରଧାନ ଯୋଗୀ ଆଦିତ୍ୟନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.