ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Published: Jan 15, 2024, 4:47 pm IST

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ସେନା ଦିବସ ଅବସରରେ ଆମେ ସେନା ଯବାନଙ୍କ ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ। ଆମ ଦେଶର ସୁରକ୍ଷା ଏବଂ ଆମ ସାର୍ବଭୌମତ୍ୱକୁ ବଜାୟ ରଖିବାରେ ସେମାନଙ୍କର ନିରନ୍ତର ସମର୍ପଣ ସେମାନଙ୍କ ସାହସିକତାର ପ୍ରମାଣ। ସେମାନେ ହେଉଛନ୍ତି ଶକ୍ତି ଓ ସହନଶୀଳତାର ସ୍ତମ୍ଭ।

Related posts