Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରଙ୍କ ଧର୍ମଘଟ ନେଇ ମମତାଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ
ଆଜିର ଖବର

ଡାକ୍ତରଙ୍କ ଧର୍ମଘଟ ନେଇ ମମତାଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

June 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ପଞ୍ଚମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଗୃହ ମନ୍ତ୍ରାଳୟ ଏହି ଧର୍ମଘଟ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ୍‌ ଜାରି କରିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍‌ ଜାରି କରିବା ସହିତ ଏହି ସମ୍ପର୍କିତ  ତୁରନ୍ତ ଏକ ରିପୋର୍ଟ ଦେବାକୁ ତଲବ କରିଛନ୍ତି। ଏହି ନୋଟିସ୍‌ରେ କୁହାଯାଇଛି ଯେ, ଡାକ୍ତରଙ୍କ ଧର୍ମଘଟର ପ୍ରଭାବ ସାରା ଦେଶରେ ପଡିଛି। ପଶ୍ଚିମବଙ୍ଗ ବ୍ୟତୀତ ଏହି ଧର୍ମଘଟରେ ଅନ୍ୟ ରାଜ୍ୟର ଡାକ୍ତରମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି। କେନ୍ଦ୍ର ମମତାଙ୍କୁ ଏହାର କାରଣ ଦର୍ଶାଇବା ସହିତ ଧର୍ମଘଟକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ଉପରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ପୂର୍ବରୁ ମଧ୍ୟ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗରେ ହେଉଥିବା ଅଶାନ୍ତି ବାତାବରଣକୁ ନେଇ ନୋଟିସ୍‌ ପଠାଇଥିଲେ। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଦୁଇ ନବଜାତଙ୍କ ବିନା ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ଏବେବି ପଶ୍ଚିମବଙ୍ଗରେ ମମତା ସରକାର – ଡାକ୍ତରଙ୍କ ନିଜ ନିଜ ଜିଦ୍‌ରେ ଅଡ଼ି ରହିଛନ୍ତି।

homeministry notice thesamikhsya TMC
Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.