Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳବଦଳ: ଚର୍ଚ୍ଚାରେ ଦଳୀୟ ହ୍ୱୀପ
ଆଜିର ଖବର

ଦଳବଦଳ: ଚର୍ଚ୍ଚାରେ ଦଳୀୟ ହ୍ୱୀପ

March 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ନିର୍ବାଚନ
ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫରୁ ଆହ୍ଵାନ

ନୂଆଦିଲ୍ଲୀ: ଦଳବଦଳ ବିରୋଧୀ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁ ଦଳରେ ଜନପ୍ରତିନିଧିମାନେ ସଂସଦ କିମ୍ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେହି ଦଳକୁ ଛାଡ଼ିଲେ ଦଳବଦଳ କୁହାଯାଏ। ଭାରତରେ ଏହି ଆଇନ ମୂଳତଃ ସମ୍ବିଧାନର ଅଂଶ ନ ଥିଲା ବୋଲି ଜଣାପଡ଼ିଛି। ବଡ଼ ଧରଣର ଦଳବଦଳକୁ ରୋକିବା ପାଇଁ ୧୯୮୫ମସିହାରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦଶମ ଅନୁସୂଚୀ ବା ଦଳବଦଳ ନିରୋଧୀ ଆଇନ ପ୍ରଣୟନ କରାଯାଇଥିଲା।

ଏହା ଅଧୀନରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ (କ) ସ୍ୱେଚ୍ଛାକୃତ ଭାବରେ ନିଜ ଦଳର ସଦସ୍ୟତା ତ୍ୟାଗ କରିବା କିମ୍ବା (ଖ) ଦଳ ବିରୋଧରେ ଭୋଟ ଦେବା ପାଇଁ ଗୃହର ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରାଯାଇପାରିବ। ତେବେ ବିଧାୟକଙ୍କ ଗୋଷ୍ଠୀର ଅନ୍ୟ କୌଣସି ଦଳ ସହ ମିଶ୍ରଣକୁ ଛାଡ଼ କରାଯାଇଛି।

ଆସ୍ଥା ଭୋଟ ସମୟରେ ଦଳବଦଳର ଏହି ମାମଲାଗୁଡ଼ିକ ବିରୋଧରେ ଉଭୟ ଧାରା ୨(୧)(କ) ଏବଂ ୨(୧)(ବି) ଅନୁଯାୟୀ ମାମଲା ରୁଜୁ ହୋଇପାରନ୍ତା। ତେଣୁ ଫ୍ଲୋର ଟେଷ୍ଟ ପୂର୍ବରୁ ପ୍ରାୟ ସବୁଦଳ ନିଜ ନିଜ ବିଧାୟକଙ୍କ ପାଇଁ ହ୍ୱିପ୍ ଜାରି କରିଥାନ୍ତି। ସଂସଦୀୟ ଗଣତନ୍ତ୍ରରେ ହ୍ଵିପ୍ ହେଉଛି ଦଳର ନିର୍ଦ୍ଦେଶ ପାଳନ କରିବା ପାଇଁ ଗୃହରେ ଥିବା ଏହାର ସଦସ୍ୟମାନଙ୍କୁ ଏକ ଲିଖିତ ନିର୍ଦ୍ଦେଶ। ଏହା ଅଧୀନରେ ସଦସ୍ୟମାନଙ୍କୁ ଗୃହରେ ପ୍ରସ୍ତାବ ସପକ୍ଷରେ କିମ୍ବା ବିପକ୍ଷରେ ଭୋଟ ଦେବାକୁ ପଡ଼ିପାରେ। ଜନପ୍ରତିନିଧିମାନେ ହ୍ଵିପରେ ବାନ୍ଧି ରହିଛନ୍ତି ଏବଂ ଏହାର ଅବମାନନା ସେମାନଙ୍କୁ ଦଳବଦଳ ବିରୋଧୀ ଆଇନ ପରିସରଭୁକ୍ତ କରିପାରେ।

ଏହା ଅନୁଭବ କରାଯାଇଛି ଯେ ହ୍ୱିପ୍ ଦ୍ୱାରା ପରିଚାଳିତ ଦଳବଦଳ ବିରୋଧୀ ଆଇନ ବିଧାୟକମାନଙ୍କୁ ସେମାନଙ୍କର ମୁକ୍ତ ଭୋଟ ବ୍ୟବହାର କରିବାର ସୁଯୋଗ ଦେବା ପରିବର୍ତ୍ତେ ସେମାନଙ୍କ ଦଳ ସହିତ ବାନ୍ଧି ରଖିଛି। ସବୁ ଦିଗରୁ ଆସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି କ୍ରସ୍ ଭୋଟିଂକୁ ଆସ୍ଥା ଭୋଟ କିମ୍ବା ଆର୍ଥିକ ପ୍ରସଙ୍ଗ ସମ୍ବନ୍ଧୀୟ ସଂକଳ୍ପରେ ଦଣ୍ଡିତ କରାଯିବା ଉଚିତ। ଦଳବଦଳ ବିରୋଧୀ ଆଇନ ବିଧାୟକମାନଙ୍କୁ ମୁକ୍ତ ଭୋଟ ଦେବାର ସୁଯୋଗ ଦେବା ପରିବର୍ତ୍ତେ ସେମାନଙ୍କ ଦଳ ସହ ବାନ୍ଧି ରଖିଛି ବୋଲି ସାଧାରଣରେ ଅନୁଭବ କରାଯାଉଛି। ସେମାନଙ୍କୁ କେବେ ଦଣ୍ଡ ଦିଆଯିବ?

constitution mla mp
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.