Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତୁଟୁନି ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପ୍ରଦାନ ବିବାଦ: ଦୁଇ ଦିନ ହେଲା ବାଣପୁର ବ୍ଲକରେ ଝୁଲୁଛି ତାଲା, ପ୍ରଶାସନ ଚୁପ
ଆଞ୍ଚଳିକ

ତୁଟୁନି ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପ୍ରଦାନ ବିବାଦ: ଦୁଇ ଦିନ ହେଲା ବାଣପୁର ବ୍ଲକରେ ଝୁଲୁଛି ତାଲା, ପ୍ରଶାସନ ଚୁପ

March 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପୁଣି ପଡ଼ିଲା ତାଲା।  ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀ ଦୁଇ ଦିନ ହେଲା ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ତେବେ ଆଶାୟୀଙ୍କ ଦାବିକୁ ସମର୍ଥନ ଜଣାଇ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି।

ସୂଚନା ଥାଉକି ଦୁଇ ଦିନ ତଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିଧାୟକ ପାଣ୍ଠିରୁ ପାଖାପାଖି ୬ ମାସ ହେଲା ସୁପାରିଶ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ମିଳୁନଥିବା ପ୍ରତିବାଦରେ ଆଶାୟୀ ମାନେ ଧାରଣା ଦେଇଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ହସ୍ତକ୍ଷେପକ୍ରମେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ବିଡିଓ କାର୍ଯ୍ୟାଦେଶ ପ୍ରଦାନ କରିବେ ବୋଲି କହିଥିଲେ।

ତେବେ ଗତକାଲି କାର୍ଯ୍ୟାଦେଶ ନମିଳିବାରୁ ଆଶାୟୀ ମାନଙ୍କ ଦାବିକୁ ସମର୍ଥନ ଜଣାଇ ଅଧ୍ୟକ୍ଷ ବ୍ଲକ କାର୍ଯ୍ୟାଳୟରେ ତାଲା ପକେଇବା ସହ ଆଶାୟୀଙ୍କ ସହ ଧାରଣାରେ ବସିଥିଲେ।  ବିଧାୟକ ପାଣ୍ଠି ଅନୁଦାନ ଏକ ସାମ୍ବିଧାନିକ ପ୍ରକ୍ରିୟା। ତାହାକୁ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କରିବା ବିଧାୟକଙ୍କ ସାମ୍ବିଧାନିକ ଅଧିକାର। ତେବେ ତାହାକୁ ବ୍ଲକ ପ୍ରଶାସନ କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି ଅଧ୍ୟକ୍ଷ।

ତେବେ ବିଧାୟକ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହେବା ଏବଂ ବିଜେପିରେ ମିଶିବା କାରଣରୁ ବିଜେଡି ନେତାଙ୍କ ଇଙ୍ଗିତରେ ଜାଣିଶୁଣି ବିଡ଼ିଓ କାର୍ଯ୍ୟାଦେଶ ଦେଉନଥିବା ଆନ୍ଦୋଳନରତ ଆଶାୟୀମାନେ ଅଭିଯୋଗ କରିଛନ୍ତି। ତେବେ ଅଦ୍ୟାବଧି କୌଣସି ଅଧିକାରୀ ଏହାର ସମାଧାନ ପାଇଁ ଆସି ନଥିବା ବେଳେ ବିଡିଓ ମଧ୍ୟ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରି ନଥିବା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଦୁଇ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଅଚଳ ହୋଇଥିବା ସତ୍ତ୍ୱେ କୌଣସି ସ୍ଥାନୀୟ ଅବା ଜିଲ୍ଲା ଅଧିକାରୀଙ୍କ ବ୍ଲକରେ ଦେଖା ମିଳୁନାହିଁ।

ଅପରପକ୍ଷେ ବ୍ଲକ ବନ୍ଦ ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ତେବେ ଏ ନେଇ ବାଣପୁର ବିଡ଼ିଓଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇପାରିନାହିଁ। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ଘାଟଣାରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବି ହୋଇଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଧାୟକ ପାଣ୍ଠି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026
Latest News

ବିସ୍ତୃତ ରାଶିଫଳ: ଜୁଲାଇ ୭ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ଲୋକେ ହୁଅନ୍ତୁ ସାବଧାନ

July 7, 2026

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.