Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେଉଁ ଦଳରୁ ଛିଡା ହେବେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ
ଜାତୀୟ ଖବର

କେଉଁ ଦଳରୁ ଛିଡା ହେବେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ

March 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କଂଗ୍ରେସର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ପାରିବାରିକ ରାଜନୀତି ଭିତରେ ଛନ୍ଦି ହୋଇପଡିଛନ୍ତି। କାରଣ ତାଙ୍କର ଦୁଇ ପୁଅ କିଏ କେଉଁଠି କେଉଁ ଦଳରୁ ଛିଡା ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଫଳରେ ଏକ ଭସା ବାଦଲ ପରି ପରିସ୍ଥିତିରେ ଅଛନ୍ତି ବିଧାୟକ ସୁରେଶ ରାଉତରାୟ।

ତେବେ ସଦ୍ୟତମ ଖବର ଅନୁସାରେ ଗତକାଲି ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ଗଙ୍ଗପଡାଠାରେ ଏକ ବିରାଟ ସଭା କରିଥିଲେ। ଏହି ସଭାରେ ସେ ଘୋଷଣା କରିଥିଲେ ଯେ, ମୋ ସାନ ପୁଅ ମନ୍ମଥକୁ ଗାଦି ଛାଡିଲି। ମୁଁ ଆଜି ପର୍ଯ୍ୟନ୍ତ ଜନ ସେବା କରିଆସୁଛି। ଏବେ ମୋ ପୁଅ ତାହା କରିବ। ଆପଣମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବେ ବୋଲି ଜନସମାବେଶକୁ ସମ୍ବୋଧନ କରିଥିଲେ ସୁର ରାଉତରାୟ।

ତେବେ ବଡକଥା ହେଲା ସେ ସେହି ସଭାରେ ପୁଅ ଜଟଣୀରୁ ଲଢେଇ କରିବ ବୋଲି କହିଥିଲେ ମଧ୍ୟ କେଉଁ ଦଳରୁ ଛିଡା ହେବ ତାହା କହି ନ ଥିଲେ। ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯେ, ସୁର ରାଉତରାୟ ସେଠାରେ କହିଥିଲେ ଯେ, ପୁଅ କେଉଁ ଦଳରୁ ଛିଡା ହେବ ତାହା ତା’ ଉପରେ ନିର୍ଭର କରେ। ହେଲେ ମୁଁ କଂଗ୍ରେସରେ ରହିଛି ରହିବି। ଯଦି ପୁଅ ମୋତେ ନିର୍ବାଚନ ପ୍ରଚାର କରିବାକୁ ଡାକେ ତେବେ ମୁଁ ଯିବି। ସେ ଯେଉଁ ଦଳରୁ ଛିଡା ହେଲେ ମଧ୍ୟ ପୁଅ ପାଇଁ ପ୍ରଚାର କରିବି।

ଏହି କଥାକୁ ନେଇ ବର୍ତ୍ତମାନ ଜଟଣୀ ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଚାଲିଛି। କଂଗ୍ରେସର ପୁରୁଖା ନେତା ସୁର ରାଉତରାୟ ଏମିତି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। ତେବେ କଣ ମନ୍ମଥ ରାଉତରାୟ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି କି  ? ପୂର୍ବରୁ ସୁର ରାଉତରାୟ କହି ଆସୁଥିଲେ ଯେ, ମନ୍ମଥ ଜଟଣୀ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପ୍ରାର୍ଥୀ ହେବ। ହେଲେ ଏବେ ସେଥିରେ କାହିଁକି ପରିବର୍ତ୍ତନ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଶେଷ ସୁତ୍ର ଅନୁସାରେ ମନ୍ମଥ ରାଉତରାୟ କୁଆଡେ ବିଜେଡିରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଯଦି କୌଣସି କାରଣରୁ ବିଜେଡି ନ ହୁଏ ତେବେ ବିଜେପି ସହିତ ମଧ୍ୟ ସେ ଯୋଗାଯୋଗରେ ରହିଛନ୍ତି। ହେଲେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏ ନେଇ ଆଉ ତିନିଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି।

ତେବେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାନ୍ତ ରାଉତରାୟ ନିମାପଡାରୁ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ତାଙ୍କ ମାମୁଁ ଘର ନିମାପଡା ହୋଇଥିବାରୁ ସେଠାରେ ସେ ନିର୍ବାଚନ ଲଢିବେ। ହେଲେ ପ୍ରଶ୍ନ ଉଠିଛି ଦୁଇ ପୁଅ ମଧ୍ୟରୁ ଜଣେ କଂଗ୍ରେସରେ ଆଉ ଜଣେ ବିଜେଡିରେ ପ୍ରାର୍ଥୀ ହେଲେ ସାଧାରଣ ଜନତା ତାହାକୁ କେଉଁ ଦୃଷ୍ଟିରେ ଦେଖିବେ ତାହା ଚର୍ଚ୍ଚାର ବିଷୟ।

Election2024 ଜଟଣୀ ନିର୍ବାଚନ ମଣ୍ଡଳୀ ଜଟଣୀ ବିଧାୟକ ସୁର ରାଉତରାୟ ନିର୍ବାଚନ2024 ମନ୍ମଥ ରାଉତରାୟ ସୁର ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026
Latest News

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.