Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍କଳ ବିଶ୍ୱ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ
ବିଶେଷ ଖବର

ଉତ୍କଳ ବିଶ୍ୱ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

April 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
 ଉତ୍କଳ ବିଶ୍ୱ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ପରିଦର୍ଶନ କରିଥିଲେ। ତାଙ୍କ ସହିତ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ୨୦୨୨ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର)ର ୬ଜଣ ପ୍ରୋବେସନର ଅଧିକାରୀ ଯାଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପହଞ୍ଚିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର  ସବିତା ଆଚାର୍ଯ୍ୟଙ୍କ ସମେତ ବିଶ୍ୱବିଦ୍ୟାଳୟର  ରେଜିଷ୍ଟ୍ରର,  ସେଣ୍ଟର ଅଫ ଏକ୍ସେଲେନ୍ସର ସଂଯୋଜକ ଓ ଅନ୍ୟ ପ୍ରାଧ୍ୟାପକମାନେ ସ୍ୱାଗତ କରିଥିଲେ। ଆଇଏଏସ୍ ଶିକ୍ଷାନବିଶମାନେ ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ସଂପର୍କରେ ଅବଗତ ହୋଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା “ସେଣ୍ଟର ଅଫ ଏକ୍ସେଲେନ୍ସ” ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି କେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ବିଷୟରେ ଗବେଷଣା ସଂପର୍କରେ ଉପସ୍ଥାପନ କରାଯାଇଥିଲା। ବିଶ୍ୱ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହିତ ଗବେଷଣା କାର୍ଯ୍ୟ ଓ ଗବେଷଣା ପ୍ରକାଶନକୁ ମୁଖ୍ୟ ଶାସନ ସଚିବ ଉତ୍ସାହିତ କରିଥିଲେ।

ଆଗାମୀ ଦିନରେ ସେଣ୍ଟର ଅଫ ଏକ୍ସେଲେନ୍ସ ଗବେଷଣା କ୍ଷେତ୍ରରେ କିପିରି ଉତ୍କର୍ଷତା ପ୍ରତିପାଦନ କରିବ, ସେ ଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକମାନେ ଗୁରୁତ୍ୱ ଦେବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ।  ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ, ସେ ଦିଗରେ ସେ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିଲେ।

Chief Secretary Utkal University ମୁଖ୍ୟଶାସନସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ୫୦% ସଂରକ୍ଷଣ ପାଇବେ ଅଗ୍ନିବୀର, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025

ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

December 21, 2025

କୋରାପୁଟ ପରବ ପଡ଼ିଆରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଅନୁଷ୍ଠିତ

December 21, 2025
Latest News

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ୫୦% ସଂରକ୍ଷଣ ପାଇବେ ଅଗ୍ନିବୀର, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.