Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବୁଥ ରିଗିଂ ଅଭିଯୋଗ: ତାଲା ପକାଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଆଜିର ଖବର

ଚିଲିକାରେ ବୁଥ ରିଗିଂ ଅଭିଯୋଗ: ତାଲା ପକାଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

May 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ ଗତକାଲି ସାଧାରଣ ନିର୍ବାଚନ ଅପାତତଃ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ବେଳେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ୧୯୩ ନମ୍ବର ବୁଥକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ସେଠାରେ ବୁଥ ଜବରଦଖଲ ହୋଇଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ବିଜୟ ପଟ୍ଟନାୟକ ଥାନାରେ ଅଭିଯୋଗ କରିଛନ୍ତି।

ଉକ୍ତ ବୁଥରେ ସମୁଦାୟ ୮୫୪ ଭୋଟର ଭୋଟ ଦେଇଥିବା ବେଳେ ସନ୍ଧ୍ୟା ୬ ଘଟିକା ସମୟରେ ଭୋଟିଂ ଶେଷ ହୋଇଥିଲା। ବୁଥର ପ୍ରିଜାଇଡିଂ ଅଫିସର ଇଭିଏମ ମେସିନ ସିଲ ନ କରି ଆପଣମାନଙ୍କର ଆଉ କୌଣସି କାର୍ଯ୍ୟ ନାହିଁ କହି ଏଜେଣ୍ଟମାନଙ୍କୁ ବାହାର କରିଦେଇଥିଲେ। ହେଲେ ରାତ୍ର ୧୦ ଘଟିକା ସମୟରେ ପୁଣି ଏଜେଣ୍ଟଙ୍କୁ ଦସ୍ତଖତ କରିବାକୁ ଡାକିଥିଲେ।

ବିଜେପି ଏଜେଣ୍ଟମାନେ ବୁଥରେ ପହଂଚିବାରେ ବୁଥ ଭିତରେ ବିଜେଡିର ଚାରିଜଣ କର୍ମୀ ଥିବା ଜାଣିବାକୁ ପାଇଥିଲେ। ଏବଂ ସେମାନେ ପ୍ରିଜାଇଡିଂ ଅଫିସରଙ୍କ ସହ ମିଶି ବୁଥ ରିଗିଂ କରିଥିବା ସନ୍ଦେହ କରି ଅନ୍ୟ ବିଜେପି କର୍ମୀ ମାନଙ୍କୁ ଖବର ଦେଇଥିଲେ। ଫଳରେ ଶହଶହ ବିଜେପି କର୍ମୀ ବୁଥ ପାଖରେ ରୁଣ୍ଡ ହୋଇ ପ୍ରିଜାଇଡିଂ ଅଫିସରଙ୍କ ସହ ବୁଥ ଭିତରେ ଥିବା ଚାରିଜଣଙ୍କୁ ବାହାର ପଟେ ତାଲା ପକାଇ ଗିରଫ କରିବାକୁ ଦାବୀ କରିଥିଲେ।

ଖବର ପାଇ ପୋଲିସ ଏବଂ ତହସିଲଦାର ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ସହ ବୁଥ ଭିତରକୁ ଏଜେଣ୍ଟଙ୍କ ବ୍ୟତୀତ କୌଣସି ବାହାରର ଲୋକ ଯିବା ଅପରାଧ ବୋଲି ପ୍ରକାଶ କରିଥିଲେ। ଏଜେଣ୍ଟଙ୍କ ଅଭିଯୋଗ ଆଧାରରେ ପୋଲିସ ଭିତରେ ଥିବା ଅନ୍ୟ ଚାରିଜଣ ବିଜେଡି କର୍ମୀଙ୍କୁ କାବୁ କରି ଥାନାକୁ ନେବା ପରେ ବୁଥ କର୍ମଚାରୀ ଏବଂ ଇଭିଏମ ଗୁଡିକୁ ବାହାରକୁ ବାହାର କରିଥିଲେ।

ଉକ୍ତ ଘଟଣାରେ ପୋଲିସ ଏକ ଷ୍ଟେସନ ଡ଼ାଇରୀ ପଞ୍ଜିକୃତ କରି ଅଟକ ଚାରିଜଣଙ୍କୁ ଛାଡିଦେଇଥିବା ବେଳେ ରିଟର୍ଣ୍ଣିଂ ଅଫିସରଙ୍କୁ ଘଟଣା ବାବଦରେ ଅନୁସନ୍ଧାନ ପାଇଁ ଅବଗତ କରାଯାଇଥିବା ଆଇଆଇସି ରମେଶ କୁମାର ଦେବତା କହିଛନ୍ତି। ଯଦି କିଛି ଅନିୟମିତତାର ପ୍ରମାଣ ମିଳେ, ତେବେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ତେବେ ବୁଥ ଭିତରୁ ଏଜେଣ୍ଟ ମାନଙ୍କୁ ବାହାରକୁ ବାହାର କରିଦେଇଥିବା ବେଳେ ସନ୍ଧ୍ୟା ୬ ଘଟିକାରୁ ରାତି ୧୧ଘଟିକା ପର୍ଯ୍ୟନ୍ତ ବିଜେଡି କର୍ମୀମାନଙ୍କୁ ନେଇ ପ୍ରିଜାଇଡିଂ ଅଫିସର କଣ କରୁଥିଲେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପଚାରିବାରେ ବୁଥ ରିଗିଂ ହୋଇଥିବା ଆମେ ଅନୁମାନ କରୁଛୁ ଏବଂ ଏ ବାବଦରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରସ୍ତ ହେବୁ ବୋଲି କହିଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବି ଚିଲିକା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ଦକ୍ଷିଣ ଭାରତୀୟ ସ୍ୱାସ୍ଥ୍ୟ ଖାଦ୍ୟ ବ୍ରାଣ୍ଡ ‘ମାନ୍ନା’ ଅଧିଗ୍ରହଣ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026

ଟି-୨୦ ବିଶ୍ୱକପ୍ ମଧ୍ୟରେ ଭାରତୀୟ ଶିବିରରୁ ଖରାପ ଖବର: ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ

February 11, 2026

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026
Latest News

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ଦକ୍ଷିଣ ଭାରତୀୟ ସ୍ୱାସ୍ଥ୍ୟ ଖାଦ୍ୟ ବ୍ରାଣ୍ଡ ‘ମାନ୍ନା’ ଅଧିଗ୍ରହଣ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026

ଟି-୨୦ ବିଶ୍ୱକପ୍ ମଧ୍ୟରେ ଭାରତୀୟ ଶିବିରରୁ ଖରାପ ଖବର: ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ

February 11, 2026

ଖଲିସ୍ତାନୀଙ୍କୁ ନିସ୍ତାର ନାହିଁ: ଡୋଭାଲଙ୍କ ଗସ୍ତ ପରେ SFJକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା

February 11, 2026

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.