Categories
ଆଞ୍ଚଳିକ

ବାଣପୁର: ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ, କାର୍ଯ୍ୟାନୁଷ୍ଠାନ ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସାରା ରାଜ୍ୟରେ ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ସରକାରୀ ହାଇସ୍କୁଲ, ବାଣପୁର ସରକାରୀ ହାଇସ୍କୁଲ ୧ ଓ ୨ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସୋନାଲି ସାହୁ, ସ୍ମୃତିପ୍ରଭା ପ୍ରଧାନଙ୍କ ସମେତ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଅନଲାଇନରୁ ପାଇଥିବା ଆଡମିଟ କାର୍ଡରେ ପରୀକ୍ଷା ସେଣ୍ଟରର ନାମ ବାଣପୁର ହାଇସ୍କୁଲ ୨, ଏକଡାଳିଆ, କୁମାରାଙ୍ଗ ବୋଲି ମୁଦ୍ରିତ ହୋଇଥିଲା। ଯାହାକି ଉଭୟ ସ୍କୁଲର ଦୂରତା ପ୍ରାୟ ପାଞ୍ଚ କିଲୋମିଟର ଅଟେ। ଯାହାଫଳରେ ଅଭିଭାବକ ମାନେ ପରୀକ୍ଷା ସେଣ୍ଟର ପାଇଁ ଦ୍ୱନ୍ଦ୍ୱରେ ପଡି ଏକଡାଳିଆ ହାଇସ୍କୁଲକୁ ଯାଇ ପରୀକ୍ଷା ହେଉ ନଥିବା ଜାଣି ନିରାଶ ହୋଇ ଫେରିଥିଲେ।

ଜେଣ ତେଣ ପ୍ରକାରରେ ହନ୍ତସନ୍ତ ହୋଇ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପହଞ୍ଚିଥିଲେ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ଜଣାଯାଇଛି। ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏ ପରିପ୍ରେକ୍ଷୀରେ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲିଙ୍କୁ ପଚାରିବାରୁ ଆମେ କେବଳ ପରୀକ୍ଷା ପରିଚାଳନା କରୁଛୁ। ଆଡମିଟ କାର୍ଡ ପ୍ରଦାନ କରିବା ଆମର ଦାଇତ୍ୱ ନୁହେଁ କି କୌଣସି ଅଭିଭାବକ ଆଡମିଟ କାର୍ଡ ତ୍ରୁଟିନେଇ ଆମ୍ଭ ସାଥିରେ ଯୋଗାଯୋଗ କରି ନାହାନ୍ତି। ତଥାପି ପରୀକ୍ଷା ଦେବାକୁ ଆସି କୌଣସି ଛାତ୍ରଛାତ୍ରୀ ଫେରିକି ଯାଇନଥିବା ଶ୍ରୀଯୁକ୍ତ ଜାଲି କହିଛନ୍ତି।

ତେବେ ବାଣପୁର ବ୍ଲକରେ ସମୁଦାୟ ୩୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେଥିରୁ ୯୬ ଜଣ ଅନୁପସ୍ଥିତ ଥିବା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜାଲି କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି ଏବଂ ଏ ଦିଗରେ ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବଢୁଛି ଏଟିଏମ କାର୍ଡ ଠକେଇ: ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଟିଏମ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରାମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ଉକ୍ତ ଲୁଟେରାମାନେ ସଜାଗ ରହୁଛନ୍ତି  ଏବଂ ଅନଭିଜ୍ଞ ଜନସାଧାରଣଙ୍କୁ ଦେଖି ଟଙ୍କା ଲୁଟୁଛନ୍ତି। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି। ତେବେ ଆଜି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ବାଣପୁର ଥାନା ସାନହନ୍ତୁଆଡ଼ ଗ୍ରାମର ନାରାୟଣ ବିଶ୍ୱାଳ ଗୁରୁବାର ସକାଳେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଯାଞ୍ଚ ପାଇଁ ପତ୍ନୀଙ୍କ ଏଟିଏମ କାର୍ଡ ଧରି ଯାଇଥିଲେ। ତେବେ ନାରାୟଣ ଏଟିଏମ ମେସିନରୁ ଟଙ୍କା ଯାଞ୍ଚ କରିବା ନିମନ୍ତେ ପ୍ରକ୍ରିୟା ବିଷୟରେ ଅନଭିଜ୍ଞ ଥିବାରୁ ପୁର୍ବରୁ ସେଠାରେ ଉପସ୍ଥିତ ଥିବା ଏକ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲେ। ଏହାର ଫାଇଦା ନେଇ ଦୁର୍ବୁତ୍ତ ଜଣକ ପରସ୍ପରଙ୍କ ଏଟିଏମ କାର୍ଡ କୁ ଅଦଳବଦଳ କରିଦେଇଥିଲେ।

ପରବର୍ତ୍ତୀ ସମୟରେ ନାରାୟଣଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା କଟିଥିବାର ଜାଣିବାକୁ ପାଇ ଆଜି ଥାନାରେ ଏତଲା ଦେଇଛନ୍ତି। ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି। ତେବେ ବ୍ୟାଙ୍କ ପରିସରରେ ଥିବା ଏଟିଏମ କେନ୍ଦ୍ର ଗୁଡ଼ିକରେ ସିକ୍ୟୁରିଟି ଗାର୍ଡ ରହୁଥିବା ବେଳେ ଅନ୍ୟ ସବୁ ଏଟିଏମ କେନ୍ଦ୍ର ଗୁଡିକରେ ସିକ୍ୟୁରିଟି ଗାର୍ଡ ରହୁନାହାନ୍ତି ଏବଂ ସେ ସବୁ ଏଟିଏମ ମଧ୍ୟ ସ୍ଥାନୀୟ ବ୍ୟାଙ୍କ ଅଧୀନରେ ଆସୁନାହିଁ। ଫଳରେ ଲୁଟର ଶିକାର ହେଉଥିବା ପୀଡ଼ିତ ମାନେ ନିକଟସ୍ଥ ବ୍ୟାଙ୍କକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ।

ବାଣପୁରରେ ବାରମ୍ବାର ଏପରି ଘଟଣା ଘଟୁଥୁବା ବେଳେ ବହୁ ବରିଷ୍ଠ ନାଗରିକ ଏବଂ ଅନଭିଜ୍ଞ ବ୍ୟକ୍ତି ମାନେ ଲୁଟର ଶିକାର ହେଉଛନ୍ତି। ତେବେ ସବୁ ଏଟିଏମ କେନ୍ଦ୍ର ଗୁଡିକରେ ପୋଲିସ ସୁରକ୍ଷା ଯୋଗାଇବା ସମ୍ଭବ ନହେଲେବି ଲଗାତାର ପାଟ୍ରୋଲିଂ ସହିତ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବାଣପୁର ଆଇଆଇସି ଏବଂ ବାଲୁଗାଁ ଏସଡିପିଓ ଙ୍କ ନିକଟରେ ଜନସାଧାରଣ ମାନେ ଦାବି କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

କାନାଡାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ: କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: କାନାଡାର ରିଚମଣ୍ଡ ହିଲରେ ଏକ ହିନ୍ଦୁ ମନ୍ଦିରରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଏହାକୁ ଘୃଣ୍ୟ ଅପରାଧ ଭାବରେ ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି। ୟର୍କ ଆଞ୍ଚଳିକ ପୋଲିସର ସୂଚନାନୁସାରେ, ୟୋଙ୍ଗେ ଷ୍ଟ୍ରିଟ୍ ଏବଂ ଗାର୍ଡେନ୍ ଆଭେନ୍ୟୁ ଅନ୍ତର୍ଗତ ବିଷ୍ଣୁ ମନ୍ଦିରରେ ପାଞ୍ଚ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ବଦଳା ଯାଇଥିଲା। ଦ୍ଵିପ୍ରହର ପ୍ରାୟ ୧୨.୩୦ ସମୟରେ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଡକାଯାଇଛି।

ୟର୍କ ଆଞ୍ଚଳିକ ପୋଲିସର ମୁଖପାତ୍ର ଆମି ବୁଡ୍ରୋ କହିଛନ୍ତି ଯେ, ଗ୍ରାଫିକ୍ ଶବ୍ଦ ସହିତ କେହି ଏହି ପ୍ରତିମୂର୍ତ୍ତିକୁ ବିକୃତ କରିଛନ୍ତି। ସେ କହିଛନ୍ତି ଯେ ମୂର୍ତ୍ତି ଉପରେ ଖାଲିସ୍ତାନ ମଧ୍ୟ ଲେଖାଯାଇଛି। ସେ କହିଛନ୍ତି ଯେ ୟର୍କର ଆଞ୍ଚଳିକ ପୋଲିସ କୌଣୟ ରୂପରେ ଘୃଣା ଅପରାଧକୁ ବରଦାସ୍ତ କରେ ନାହିଁ। ସେ କହିଛନ୍ତି, “ଯେଉଁମାନେ ଜାତି, ରାଷ୍ଟ୍ରୀୟ, ଭାଷା, ରଙ୍ଗ, ଧର୍ମ, ବୟସ, ଲିଙ୍ଗ, ଲିଙ୍ଗ ପରିଚୟ, ଲିଙ୍ଗଗତ ଅଭିବ୍ୟକ୍ତି ଏବଂ ଅନ୍ୟାନ୍ୟ କାରଣରୁ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାନ୍ତି, ସେମାନଙ୍କ ଉପରେ ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ”

ମନ୍ଦିରର ସଭାପତି ଡ ବୁଦ୍ଧେନ୍ଦ୍ର ଦୁବେ କହିଛନ୍ତି ଯେ, ଏହି ପ୍ରତିମା ୩୦ ବର୍ଷରୁ ଅଧିକ ସମୟ ଧରି ଏକ ଶାନ୍ତି ପାର୍କରେ ଅବସ୍ଥିତ। ସେ କହିଛନ୍ତି ଯେ ଏହାକୁ କେବେ କୌଣସି ପ୍ରକାରର କ୍ଷତି କରାଯାଇନଥିଲା। ବୁଧବାର ସକାଳେ ଏହାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସେ କହିଛନ୍ତି ଯେ, “ଅସନ୍ତୋଷର ଭାବନା ସହିତ ମୁଁ ମଧ୍ୟ ନିରାଶ ହୋଇଥିଲି।

ଡକ୍ଟର ବୁଦ୍ଧେନ୍ଦ୍ର ଦୁବେ କହିଛନ୍ତି, “ଆମେ ଏତେ ବର୍ଷ ଧରି ରିଚମଣ୍ଡ ହିଲରେ ଏତେ ଶାନ୍ତିପୂର୍ଣ୍ଣ ଭାବରେ ବାସ କରିଛୁ। ହେଲେ ଏଭଳି ପରିସ୍ଥିତି କେବେ ହୋଇନଥିଲା। ଆମେ ଆଶା କରୁଛୁ ଆଗକୁ ଏହି ଘଟଣା ଘଟିବ ନାହିଁ। ଆମେ ଗାନ୍ଧିଜୀଙ୍କ ଶିକ୍ଷାକୁ ଅନୁସରଣ କରି କାହାକୁ କିମ୍ବା କୌଣସି ସମ୍ପ୍ରଦାୟକୁ ଆଘାତ ଦେବୁ ନାହିଁ।

ଟରୋଣ୍ଟୋରେ ଥିବା କନସୁଲେଟ୍ ଜେନେରାଲ୍ ଏବଂ ଓଟ୍ଟୋବାରେ ଥିବା ଭାରତର ହାଇ କମିଶନ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହି ଅପରାଧ ସମ୍ପର୍କରେ ସେମାନେ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିବା ଉଭୟ କହିଛନ୍ତି।

କନସୁଲେଟ୍ ଜେନେରାଲ୍ ଏହାକୁ ଏକ ଅପରାଧୀ, ବର୍ବରତାର ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି। ହାଇ କମିଶନ କହିଛନ୍ତି ଯେ ଏହି ଅପରାଧ ଭାରତୀୟ ସମ୍ପ୍ରଦାୟରେ ଚିନ୍ତା ଏବଂ ଅସୁରକ୍ଷିତତା ସୃଷ୍ଟି କରିଛି।

Categories
ଆଞ୍ଚଳିକ

ଚିଲିକା: ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ପୋକରା ଚାଉଳ ମିଳୁଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟ ସରକାର ଜନ ସାଧାରଣଙ୍କ ନିମନ୍ତେ ଅନେକ ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ତନ୍ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ୟତମ। ଏହି ଯୋଜନାର ଫାଇଦା ଉଠାଇ ଅଭାବୀ ଲୋକେ ଦୁଇ ଓଳି ଦୁଇ ମୁଠା ଖାଇଵାକୁ ପାଇ ପାରୁଛନ୍ତି।  ସେଥିପାଇଁ ରାଜ୍ୟ ସରକାର କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ମାଗଣାରେ ଚାଉଳ ଦେବାକୁ ନିଷ୍ପତି ନେଇଛନ୍ତି।

ଚଳିତ ମାସରେ ରାଜ୍ୟ ସରକାର ଖାଉଟି କାର୍ଡ ଧାରୀମାନଙ୍କୁ ୪ ମାସର ଚାଉଳ ମାଗଣାରେ ଯୋଗାଇ ଦେଉଛନ୍ତି। ହେଲେ ମାଗଣା ଚାଉଳର ଫାଇଦା ଗରୀବ ଜନ ସାଧାରଣଙ୍କୁ ମିଳିବା ପରିବର୍ତ୍ତେ କେତେକ ଅଂଚଳରେ ଖାଦ୍ୟ ଯୋଗାଣରେ ସଂପ୍ରୁକ୍ତ ରହୁଥିବା ବ୍ୟକ୍ତିମାନେ ତାହାର ଫାଇଦା ଉଠାଇବାକୁ ପଛାଉନାହାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋରଧା ଜିଲା ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତର ବରୁଣପଡା ଗ୍ରାମରେ।

ସୂଚନା ମୁତାବକ ବରୁଣପଡା ଗ୍ରାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ଚାଉଳ ବାଣ୍ଟିବା ପାଇଁ ପଂଚାୟତ ପକ୍ଷରୁ ଗତକାଲି ପ୍ରଚାର କରାଯାଇଥିଲା।  ବରୁଣପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ କରିବା ପାଇଁ ଘୋଷଣା କରାଯାଇଥିଵାରୁ ଲୋକେ ଧାଡି ଲଗାଇଥିଲେ ଚାଉଳ ନେବା ପାଇଁ।  ଯୋଗାଣ ସହାୟକ ବି ଚାଉଳ ବାଣ୍ଟିବା ଆରମ୍ଭ କରିଥିଲେ।

ତେବେ ଦେଖାଯାଇଥିଲା କି ପ୍ରଥମେ ଚାଉଳ ଅଖାରେ ପୋକରା ପୋକ ସାଲୂ ବାଲୁ ଚାଉଳ ଢାଳି ତା ଉପରେ ଭଲ ଚାଉଳ ଢାଳି ଅଖାକୁ ବାନ୍ଧି ହିତାଧିକାରୀଙ୍କୁ ଦିଆଯାଉଥିଲା। ତେବେ ସେହି ଗ୍ରାମର ଜଣେ କାର୍ଡଧାରୀ ନିଜ ଅଖା ଖୋଲିବାରୁ ସେହି ଚାଉଳରେ ପୋକ ସାଲୁ ବାଲୁ ହେଉଥିବା ଦେଖି ଘଟଣା ସ୍ଥଳରେ ଅଭିଯୋଗ କଲେ। କିନ୍ତୁ ଯୋଗାଣ ସହାୟକ ତାଙ୍କ ସରକାରୀ ବାବୁ ଠାଣି ଦେଖାଇ ଯୁକ୍ତିତର୍କ କରିବାରୁ ପଛାଇନଥିଲେ। ହୋ ହାଲ୍ଲା ସହ ପ୍ରବଳ ଯୁକ୍ତିତର୍କ ହେବାରୁ ପରିଶେଷରେ ଯୋଗାଣ ସହାୟକ ପୁନର୍ବାର ସେହି ଚାଉଳଗୁଡ଼ିକୁ ବଦଳାଇବାକୁ ବାଧ୍ୟ ହୋଇଥିଲେ। ଏ ନେଇ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ ସେ କହିଥିଲେ ଜାନୁଆରୀ କୋଟାର ଚାଉଳ ବହୁ ମାସ ଆଗରୁ ଆସିଯାଇଥିଲା ଏବଂ ପଞ୍ଚାୟତର ନିଜସ୍ୱ ଗୋଦାମ ଗୃହ ନାଇଁ ତେଣୁ ବେସରକାରୀ ଗୋଦାମରେ ଚାଉଳ ସବୁ ରହୁଥିବାରୁ କେତେକ ଚାଉଳରେ ପୋକ ଲାଗିଯାଇଥିବ।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଶୀଘ୍ର ଚାଉଳ କିପରି ନଷ୍ଟ ହେବ? ଯୋଗାଣ ସହାୟକ ଜାଣିଶୁଣି ହିତାଧିକାରୀଙ୍କୁ କିପରି ପୋକରା ଚାଉଳ ଦେଲେ? ଯୋଗାଣ ବିଭାଗ ପକ୍ଷରୁ କଣ ପାଇଁ ଚାଉଳର ମାନ ଯାଞ୍ଚ କରାଗଲାନି? ନା ଭଲ ଚାଉଳକୁ ରଖି ତାହା ବଦଳରେ ଜାଣିଶୁଣି ପୋକରା ଚାଉଳ ହିତାଧିକାରୀଙ୍କୁ ଦିଆଯାଇଛି? ଏତେ ବଡ଼ ଅଘଟଣ ଯୋଗାଣ ଅଧିକାରୀ ଥାଉଥାଉ କିପରି ଘଟୁଛି ପଞ୍ଚାୟତରେ?

ଗୋଟାଏ ପଟେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପକ୍ଷରେ ଏପରି ଯୋଗାଣ ସହାୟକଙ୍କ ପରି କେତେକ ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାର ବଦନାମ ହେଉଛନ୍ତି। ତେବେ ଜିଲ୍ଲା ଯୋଗାଣ ଅଧିକାରୀ, ଚିଲିକା ବିଡ଼ିଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଲେଖଶ୍ରୀଙ୍କ ବିରୋଧରେ ଫେସବୁକ ପେଜରେ ମିଥ୍ୟା ଖବର ପ୍ରଚାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଫେସବୁକ ପେଜରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଆଜି ସମ୍ପୃକ୍ତ ଫେସବୁକ ପେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତାଙ୍କର ଅଭିଯୋଗ ଅନୁଯାୟୀ, ‘ପଲିଟିକାଲ ଡ୍ରାମା’ ନାମକ ଏକ ଫେସବୁକ୍ ପେଜରେ ତାଙ୍କ ବିରୋଧରେ ଏକ ମିଥ୍ୟା ପୋଷ୍ଟ କରି ଲୋକମାନଙ୍କୁ ଭ୍ରମିତ କରୁଛି। ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହେଉଥିବାରୁ ମହିଳାମାନଙ୍କୁ କମ ଜିନିଷ ରାନ୍ଧିବା ଉଚିତ ଯାହାର ଅର୍ଥ ଭାତ ଓ ଡାଲି ବୋଲି ଲେଖାଶ୍ରୀ କହିଥିବାର ଏହି ପେଜରେ ପୋଷ୍ଟ କରାଯାଇଛି।

ତେବେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି ଏବଂ ଏପରି ମିଥ୍ୟା ଖବର ଲୋକଙ୍କୁ ବ୍ଲାକମେଲ କରିବା ଏବଂ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସେ କହିଛନ୍ତି ଯେ , ‘ ମୋ ବିରୁଦ୍ଧରେ ମିଥ୍ୟା ପ୍ରଚାର କରାଯାଇଛି ଏବଂ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଇଛି। ମୁଁ ଏହାକୁ ଦୃଢ ନିନ୍ଦା କରୁଛି। ପୋଲିସ ମହାନିର୍ଦ୍ଦେଶକ, କ୍ରାଇମ ବ୍ରାଞ୍ଚ, ସାଇବର ସେଲ ଏବଂ ଦୈତ ନଗରୀ ପୋଲିସ୍ କମିଶନରଙ୍କୁ ଟ୍ୟାଗ୍ କରି ମୁଁ ଟ୍ୱିଟ୍ କରିଛି। ‘ମୁଁ ଅଧିକାରୀମାନଙ୍କୁ ଅନୁରୋଧ କରୁଛି ଯେ ଟ୍ୱିଟକୁ ଏତଲା ଭାବେ ଗ୍ରହଣ କରି, ଏହି ଘଟଣାର ଅନୁସନ୍ଧାନ କରନ୍ତୁ ଏବଂ ଏହା ପଛରେ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।