Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ପୋକରା ଚାଉଳ ମିଳୁଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି
ଆଞ୍ଚଳିକ

ଚିଲିକା: ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ପୋକରା ଚାଉଳ ମିଳୁଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

January 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟ ସରକାର ଜନ ସାଧାରଣଙ୍କ ନିମନ୍ତେ ଅନେକ ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ତନ୍ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ୟତମ। ଏହି ଯୋଜନାର ଫାଇଦା ଉଠାଇ ଅଭାବୀ ଲୋକେ ଦୁଇ ଓଳି ଦୁଇ ମୁଠା ଖାଇଵାକୁ ପାଇ ପାରୁଛନ୍ତି।  ସେଥିପାଇଁ ରାଜ୍ୟ ସରକାର କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ମାଗଣାରେ ଚାଉଳ ଦେବାକୁ ନିଷ୍ପତି ନେଇଛନ୍ତି।

ଚଳିତ ମାସରେ ରାଜ୍ୟ ସରକାର ଖାଉଟି କାର୍ଡ ଧାରୀମାନଙ୍କୁ ୪ ମାସର ଚାଉଳ ମାଗଣାରେ ଯୋଗାଇ ଦେଉଛନ୍ତି। ହେଲେ ମାଗଣା ଚାଉଳର ଫାଇଦା ଗରୀବ ଜନ ସାଧାରଣଙ୍କୁ ମିଳିବା ପରିବର୍ତ୍ତେ କେତେକ ଅଂଚଳରେ ଖାଦ୍ୟ ଯୋଗାଣରେ ସଂପ୍ରୁକ୍ତ ରହୁଥିବା ବ୍ୟକ୍ତିମାନେ ତାହାର ଫାଇଦା ଉଠାଇବାକୁ ପଛାଉନାହାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋରଧା ଜିଲା ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତର ବରୁଣପଡା ଗ୍ରାମରେ।

ସୂଚନା ମୁତାବକ ବରୁଣପଡା ଗ୍ରାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ଚାଉଳ ବାଣ୍ଟିବା ପାଇଁ ପଂଚାୟତ ପକ୍ଷରୁ ଗତକାଲି ପ୍ରଚାର କରାଯାଇଥିଲା।  ବରୁଣପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ କରିବା ପାଇଁ ଘୋଷଣା କରାଯାଇଥିଵାରୁ ଲୋକେ ଧାଡି ଲଗାଇଥିଲେ ଚାଉଳ ନେବା ପାଇଁ।  ଯୋଗାଣ ସହାୟକ ବି ଚାଉଳ ବାଣ୍ଟିବା ଆରମ୍ଭ କରିଥିଲେ।

ତେବେ ଦେଖାଯାଇଥିଲା କି ପ୍ରଥମେ ଚାଉଳ ଅଖାରେ ପୋକରା ପୋକ ସାଲୂ ବାଲୁ ଚାଉଳ ଢାଳି ତା ଉପରେ ଭଲ ଚାଉଳ ଢାଳି ଅଖାକୁ ବାନ୍ଧି ହିତାଧିକାରୀଙ୍କୁ ଦିଆଯାଉଥିଲା। ତେବେ ସେହି ଗ୍ରାମର ଜଣେ କାର୍ଡଧାରୀ ନିଜ ଅଖା ଖୋଲିବାରୁ ସେହି ଚାଉଳରେ ପୋକ ସାଲୁ ବାଲୁ ହେଉଥିବା ଦେଖି ଘଟଣା ସ୍ଥଳରେ ଅଭିଯୋଗ କଲେ। କିନ୍ତୁ ଯୋଗାଣ ସହାୟକ ତାଙ୍କ ସରକାରୀ ବାବୁ ଠାଣି ଦେଖାଇ ଯୁକ୍ତିତର୍କ କରିବାରୁ ପଛାଇନଥିଲେ। ହୋ ହାଲ୍ଲା ସହ ପ୍ରବଳ ଯୁକ୍ତିତର୍କ ହେବାରୁ ପରିଶେଷରେ ଯୋଗାଣ ସହାୟକ ପୁନର୍ବାର ସେହି ଚାଉଳଗୁଡ଼ିକୁ ବଦଳାଇବାକୁ ବାଧ୍ୟ ହୋଇଥିଲେ। ଏ ନେଇ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ ସେ କହିଥିଲେ ଜାନୁଆରୀ କୋଟାର ଚାଉଳ ବହୁ ମାସ ଆଗରୁ ଆସିଯାଇଥିଲା ଏବଂ ପଞ୍ଚାୟତର ନିଜସ୍ୱ ଗୋଦାମ ଗୃହ ନାଇଁ ତେଣୁ ବେସରକାରୀ ଗୋଦାମରେ ଚାଉଳ ସବୁ ରହୁଥିବାରୁ କେତେକ ଚାଉଳରେ ପୋକ ଲାଗିଯାଇଥିବ।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଶୀଘ୍ର ଚାଉଳ କିପରି ନଷ୍ଟ ହେବ? ଯୋଗାଣ ସହାୟକ ଜାଣିଶୁଣି ହିତାଧିକାରୀଙ୍କୁ କିପରି ପୋକରା ଚାଉଳ ଦେଲେ? ଯୋଗାଣ ବିଭାଗ ପକ୍ଷରୁ କଣ ପାଇଁ ଚାଉଳର ମାନ ଯାଞ୍ଚ କରାଗଲାନି? ନା ଭଲ ଚାଉଳକୁ ରଖି ତାହା ବଦଳରେ ଜାଣିଶୁଣି ପୋକରା ଚାଉଳ ହିତାଧିକାରୀଙ୍କୁ ଦିଆଯାଇଛି? ଏତେ ବଡ଼ ଅଘଟଣ ଯୋଗାଣ ଅଧିକାରୀ ଥାଉଥାଉ କିପରି ଘଟୁଛି ପଞ୍ଚାୟତରେ?

ଗୋଟାଏ ପଟେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପକ୍ଷରେ ଏପରି ଯୋଗାଣ ସହାୟକଙ୍କ ପରି କେତେକ ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାର ବଦନାମ ହେଉଛନ୍ତି। ତେବେ ଜିଲ୍ଲା ଯୋଗାଣ ଅଧିକାରୀ, ଚିଲିକା ବିଡ଼ିଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

କାର୍ଯ୍ୟାନୁଷ୍ଠାନ ଦାବି ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026
Latest News

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

June 13, 2026

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସ- ଏକାମ୍ର କାନନ ୬ ଲେନ୍ ବିଶିଷ୍ଟ ରାସ୍ତା ଉଦ୍‌ଘାଟନ

June 13, 2026

ଜନପଥରେ ଜନାଶ୍ରୟ ଭବନର ଶିଳାନ୍ୟାସ

June 13, 2026

ଏନଟିଏର ଡିଜିଙ୍କ ସହ ନିଟ୍‌ ପୁନଃପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ ସଚିବ

June 13, 2026

ରାଜଧାନୀରେ ଡେଲିଭରିବୟଙ୍କୁ ଆକ୍ରମଣ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.