Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାର ସେବକ ଭାବେ ଆଜିଠାରୁ ଦାଇତ୍ୱ ପାଇଲି: ନୂତନ ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ
ଆଜିର ଖବର

ଚିଲିକାର ସେବକ ଭାବେ ଆଜିଠାରୁ ଦାଇତ୍ୱ ପାଇଲି: ନୂତନ ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ

June 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ପ୍ରଚଣ୍ଡ ବହୁମତରେ ବିଜେପି ପ୍ରଥମଥର ଲାଗି ସରକାର ଗଠନ କରିବାକୁ ଯାଉଛି। ଅପରପକ୍ଷେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଗାଦିଚ୍ୟୁତ ହୋଇଛି। ତେବେ ଓଡ଼ିଶାର ଏକ ପ୍ରମୁଖ ନିର୍ବାଚନମଣ୍ଡଳୀ ଚିଲିକାରେ ବାଜିମାତ କରିଛି ବିଜେପି। ଏଠାରେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ନିକଟସ୍ଥ ବିଜେଡି ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୪୫୬୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ହରିଚନ୍ଦନ ଦୀର୍ଘ ପାଞ୍ଚ ବର୍ଷ ଧରି ଚିଲିକାର ଜନସାଧାରଣଙ୍କ ସୁଖ ଦୁଃଖରେ ରହିଥିବା ବେଳେ ତାହାର ପ୍ରଭାବ ଦେଖିବାକୁ ମିଳିଛି।

ତେବେ ଉକ୍ତ ବିଜୟ ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି କି ସେ ଚିଲିକାର ସେବକ ଭାବେ ଦାଇତ୍ୱ ପାଇଛନ୍ତି। ଏବଂ ଆଜିଠାରୁ ହିଁ ସେ ଏ ଦିଗରେ କାମ ଆରମ୍ଭ କରିଛନ୍ତି। ବିଜୟର ଶ୍ରେୟ ସେ ଚିଲିକାର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ଗୁରୁଜନମାନଙ୍କୁ ଦେଇଛନ୍ତି। ତତସହିତ ଭାଜପା ଓଡ଼ିଶାର ସଂକଳ୍ପପତ୍ର ଏବଂ ଚିଲିକାରେ ଜାରି କରିଥିବା ସଂକଳ୍ପପତ୍ରର କାର୍ଯ୍ୟକାରୀ ଦିଗରେ ତୁରନ୍ତ କାମ ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନସେବକ ହୋଇଥିବା ବେଳେ ମୁଁ ମଧ୍ୟ ଚିଲିକାର ସେବକ ଭାବେ ଦାଇତ୍ୱ ପାଇଛି ଏବଂ ମୋ ପାଇଁ ଚିଲିକାର ଜନସାଧାରଣଙ୍କ ଉନ୍ନତି ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଓଡ଼ିଶାରେ ବିଜେପି ସରକାର ଗଢୁଛି ଏବଂ ସେଥିରେ ଚିଲିକାବାସୀଙ୍କ ଅବଦାନ ରହିଥିବା କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ନିର୍ବାଚନମଣ୍ଡଳୀକୁ ବିକଶିତ ଚିଲିକା ନିର୍ବାଚନମଣ୍ଡଳୀରେ ପରିଣତ କରାଯିବ ଏବଂ ସଂକଳ୍ପପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି ନିଶ୍ଚିତ ଭାବେ ପୂରଣ କରାଯିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକାର ପ୍ରତ୍ୟେକ ଦେବତୁଲ୍ୟ ଭାଜପା କର୍ମକର୍ତ୍ତା ଏବଂ ଶୁଭେଚ୍ଛୁଙ୍କୁ ଉକ୍ତ ବିଜୟ ପାଇଁ ନବନିର୍ବାଚିତ ବିଧାୟକ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଗତକାଲି ରାତିରେ ଶ୍ରୀ ହରିଚନ୍ଦନ ବାଣପୁର ମା’ ଭଗବତୀ ମନ୍ଦିର ଯାଇ ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ସମୟରେ ଶତାଧିକ ଦଳୀୟ କର୍ମକର୍ତ୍ତା ମାନେ ବାଜା ବଜାଇ, ବାଣ ଫୁଟାଇ ଓ ଫୁଲମାଳ ପିନ୍ଧାଇ ନୂତନ ବିଧାୟକ ଶ୍ରୀ ହରିଚନ୍ଦନଙ୍କୁ ସ୍ୱାଗତ ଜଣାଇଥିଲେ।

chilika
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Latest News

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.