Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ପରିବେଶ ଦିବସ ଅବସରରେ ଓମ୍‌ଫେଡ୍ ପକ୍ଷରୁ ଆରମ୍ଭ ହେଲା ସବୁଜ ସପ୍ତାହ
ଆଜିର ଖବର

ବିଶ୍ୱ ପରିବେଶ ଦିବସ ଅବସରରେ ଓମ୍‌ଫେଡ୍ ପକ୍ଷରୁ ଆରମ୍ଭ ହେଲା ସବୁଜ ସପ୍ତାହ

June 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓମ୍‌ଫେଡ୍ ପକ୍ଷରୁ ଆରମ୍ଭ ହୋଇଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ଓମ୍‌ଫେଡ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଓ ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମ ମାସ ବ୍ୟାପି ଜାରି ରହିବ। ରାଜ୍ୟର ସମସ୍ତ ପ୍ରାଥମିକ ଦୁଗ୍ଧ ସମବାୟ ସମିତି, ଜିଲ୍ଲା ମୁଖ୍ୟ ଦୁଗ୍ଧ ସମବାୟ ସମିତି, ସମସ୍ତ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯିବ। ଏଥିରେ ସମବାୟ ସମିତି ସଭ୍ୟ ସଭ୍ୟା, ଅଧିକାରୀ ଓ କର୍ମଚାରୀ ସାମିଲ ହେବେ ବୋଲି କହିଛନ୍ତି ପରିଚାଳନା ନିର୍ଦ୍ଦେଶକ। କେବଳ କାର୍ଯ୍ୟାଳୟ ପରିସର ନୁହେଁ, ବିଭିନ୍ନ ପଡିଆ, କିମ୍ବା ସହରର ମେଡିଆନରେ ମଧ୍ୟ ବୃକ୍ଷ ରୋପଣ କରାଯିବ। ଏହା ଦ୍ୱାରା ପରିବେଶର ସୁରକ୍ଷା ହେବା ସହ ପରିବର୍ତ୍ତିତ ଜଳବାୟୁ ନିୟନ୍ତ୍ରଣରେ ବେଶ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଓମ୍‌ଫେଡ୍‌ର ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକ, ଜେନେରାଲ ମ୍ୟାନେଜର (ଡାଏରୀ ଅପରେସନ) ସୌମେନ୍ଦ୍ର ଭୌମିକ, ସାଧାରଣ ପରିଚାଳକ (ଅର୍ଥ) ସୁରେଶ ଚନ୍ଦ୍ର ଆଲଟିଆ, ଉପ-ସାଧାରଣ ପରିଚାଳକ (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ, ଉପ-ପରିଚାଳକ(ସିଏସ୍‌ଏସ୍‌, ଏମ୍‌ଏମ୍‌) ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ, ମାର୍କେଟିଂ ଇନ୍‌-ଚାର୍ଯ୍ୟ ଡକ୍ଟର ଆଲୋକ ଅଗ୍ନିବେଶ, ସହକାରୀ ପରିଚାଳିକା ମନସ୍ୱିନୀ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଓମ୍‌ଫେଡ୍ ଗୁଣାତ୍ମକ ଦୁଗ୍ଧ, ଦହି, ଛେନାପୋଡ, ରାବିଡି, ଘୋଳ ଦହି, ଗୁଆ ଘିଅ, ଆଦି ବିଭିନ୍ନ ପ୍ରକାର ସୁଷମ, ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ଖାଦ୍ୟ  ଯୋଗାଇବା ସହ ନିଜର ସମାଜିକ ଦାୟିତ୍ୱବୋଧକୁ ମଧ୍ୟ ଗୁରୁତ୍ୱାରୋପ କରିଆସୁଛି। ବିଭିନ୍ନ ସମୟରେ ଲୋକମାନଙ୍କ ସେବା କରିବାକୁ ମଧ୍ୟ ଭୁଲିନାହିଁ। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସମୟରେ ଲୋକମାନଙ୍କୁ ସୁସ୍ଥ ଓ ସତେଜ ରଖିବା ପାଇଁ ଭୁବନେଶ୍ୱରର ବିଭି୍‌ନ୍ନ ଜନ ଗହଳି ପୂର୍ଣ୍ଣସ୍ଥାନ ସହ ରାଜ୍ୟର ବିଭି୍‌ନ ଅଂଚଳରେ ଘୋଳ ଦହି ବଣ୍ଟନ କରିଛି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସପ୍ତାହ ନୁହେଁ, ମାସ ବ୍ୟାପି ବୃକ୍ଷ ରୋପଣ କାର୍ଯ୍ୟ ସମସ୍ତ କାର୍ଯ୍ୟାଳୟ, ପ୍ଲାଣ୍ଟ, ସମବାୟ ସମିତି ଏବଂ ବିଭି୍‌ନ୍ନ ସ୍ଥାନରେ ଜାରି ରହିବ ବୋଲି କହିଛନ୍ତି ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଓମ୍‌ଫେଡ୍‌ ବିଶ୍ୱ ପରିବେଶ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.