Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ଆଜିର ଖବର

ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

June 8, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଶୁକ୍ରବାର ଘୋଷଣା କରିଛନ୍ତି। ମହୋତ୍ସବର ସ୍ଥାନ ମୁମ୍ବାଇର ଏଫଡ଼ି-ଏନ୍ଏଫଡ଼ିସି କମ୍ପ୍ଲେକ୍ସ ଥିବା ବେଳେ ଦିଲ୍ଲୀ (ସିରିଫୋର୍ଟ ଅଡିଟୋରିୟମ୍), ଚେନ୍ନାଇ (ଟାଗୋର ଫିଲ୍ମ ସେଣ୍ଟର), ପୁଣେ (ଏନ୍ଏଫ୍ଏଆଇ ଅଡିଟୋରିୟମ୍) ଏବଂ କୋଲକାତା (ଏସଆରଏଫଟିଆଇ ଅଡିଟୋରିୟମ୍)ରେ ମଧ୍ୟ ଏମ୍ଆଇଏଫ୍ଏଫ୍ ସ୍କ୍ରିନିଂ କରାଯିବ।

ଏହି ଅବସରରେ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶିକା ନୀରଜା ଶେଖର, ଏନଏଫଡିସିର ଏମଡି ଶ୍ରୀ ପୃଥୁଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଏମଆଇଏଫଏଫ ଫିଲ୍ମ ପ୍ରୋଗ୍ରାମିଂ

ଚଳିତ ବର୍ଷ ପ୍ରତିଯୋଗିତା ବିଭାଗ ପାଇଁ ୧୦୧୮ଟି ଚଳଚ୍ଚିତ୍ର ତାଲିକାଭୁକ୍ତ

ଅନ୍ତର୍ଜାତୀୟ (୨୫) ଓ ଜାତୀୟ (୭୭) ପ୍ରତିଯୋଗିତା ବିଭାଗ ପାଇଁ ବିଶିଷ୍ଟ ଚଳଚ୍ଚିତ୍ର ବିଶେଷଜ୍ଞଙ୍କ ୩ଟି ଚୟନ କମିଟି ଦ୍ୱାରା ୧୧୮ଟି ଚଳଚ୍ଚିତ୍ର ଚୟନ କରାଯାଇଛି । ଚୟନ କମିଟି ମଧ୍ୟ ସର୍ବସମ୍ମତିକ୍ରମେ କହିଛି ଯେ ଚଳିତ ବର୍ଷ ବହୁତ ଉଚ୍ଚମାନର ଚଳଚ୍ଚିତ୍ର ଦାଖଲ ହୋଇଛି ଯାହା ଚୟନକୁ କଠିନ କରିଛି।

ଚଳିତ ବର୍ଷ ଏମଆଇଏଫ୍ଏଫ୍ ପ୍ରୋଗ୍ରାମିଂରେ ମୋଟ ୫୯ଟି ଦେଶରୁ ୬୧ଟି ଭାଷାରେ ୩୧୪ଟି ଚଳଚ୍ଚିତ୍ର ହେବ ପ୍ରଦର୍ଶିତ

ଏଥର ୮ଟି ବିଶ୍ୱ ପ୍ରିମିୟର, ୬ଟି ଅନ୍ତର୍ଜାତୀୟ ପ୍ରିମିୟର, ୧୭ଟି ଏସିଆ ପ୍ରିମିୟର ଓ ୧୫ଟି ଇଣ୍ଡିଆ ପ୍ରିମିୟର ଅନୁଷ୍ଠିତ ହେବ।

ଏହି ସଂସ୍କରଣରେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ରହିଛି:

ଓସ୍କାର ଓ ବର୍ଲିନାଲେର ପୁରସ୍କାର ବିଜେତା ଚଳଚ୍ଚିତ୍ର ପ୍ୟାକେଜ୍ (୧୨ଟି ଲେଖାଏଁ କ୍ଷୁଦ୍ର ଚଳଚ୍ଚିତ୍ର)

ରୁଷ, ଜାପାନ, ବେଲାରୁସ୍, ଇଟାଲୀ, ଇରାନ, ଭିଏତନାମ ଓ ମାଲି ଆଦି ୭ଟି ଦେଶ ସହ ମିଳିତ ଭାବେ ‘ସ୍ପେଶାଲ କଣ୍ଟ୍ରି ଫୋକସ୍ ପ୍ୟାକେଜ୍’

ଫ୍ରାନ୍ସ, ସ୍ଲୋଭେନିଆ, ଆର୍ଜେଣ୍ଟିନା ଏବଂ ଗ୍ରୀସ୍ ଭଳି ୪ଟି ଦେଶରୁ ଆନିମେସନ୍ ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି

ଦେଶର ପ୍ରତିଷ୍ଠିତ ଅନୁଷ୍ଠାନର ଛାତ୍ର ଚଳଚ୍ଚିତ୍ର (୪୫ଟି ଚଳଚ୍ଚିତ୍ର)

ଏନଏଫଡିସି-ନେସନାଲ ଫିଲ୍ମ ଆର୍କାଇଭ୍ସ ଅଫ୍ ଇଣ୍ଡିଆରୁ କ୍ଲାସିକ୍ ପ୍ୟାକେଜ୍ ପୁନରୁଦ୍ଧାର

ଅମୃତ କାଳରେ ଭାରତର ସ୍ୱତନ୍ତ୍ର ବିଷୟବସ୍ତୁ ଉପରେ ପ୍ରତିଯୋଗୀ ଚଳଚ୍ଚିତ୍ର ଦେଶର ଅଭିବୃଦ୍ଧି, ବିକାଶ ଏବଂ ସମୃଦ୍ଧିକୁ ପ୍ରଦର୍ଶିତ କରିଥାଏ

ଦିବ୍ୟାଙ୍ଗ ଜନଙ୍କ ପାଇଁ ଅଡିଓ ବର୍ଣ୍ଣନା ଏବଂ ସାଙ୍କେତିକ ଭାଷା ବର୍ଣ୍ଣନା ସହିତ ଏବଂ କ୍ଲୋଜଡ୍‌ କ୍ୟାପସନ ସହିତ ଶ୍ରବଣ ହୀନଙ୍କ ପାଇଁ ଚଳଚ୍ଚିତ୍ର ପ୍ୟାକେଜ୍ ।

ବଛାବଛା ବିଷୟବସ୍ତୁ ଉପରେ ଚଳଚ୍ଚିତ୍ର ପ୍ୟାକେଜ୍‌ –

ବନ୍ୟଜନ୍ତୁ

ମିଶନ ଲାଇଫ୍

ଏସୀୟ ମହିଳା ଚଳଚ୍ଚିତ୍ର ନିର୍ମାତାଙ୍କ ଚଳଚ୍ଚିତ୍ର ଉପରେ ଆଧାରିତ ଚଳଚ୍ଚିତ୍ର

ଏମଆଇଏଫଏଫର ଉଦଘାଟନୀ ଓ ଉଦଯାପନୀ ଚଳଚ୍ଚିତ୍ର

୧୮ତମ ଏମଆଇଏଫଏଫର ଉଦଘାଟନୀ ଚଳଚ୍ଚିତ୍ର ହେଉଛି “ବିଲି ଆଣ୍ଡ ମୋଲି, ଆନ୍‌ ଓଟର ଲଭ୍ ଷ୍ଟୋରୀ”, ମୁମ୍ବାଇ, ଦିଲ୍ଲୀ, କୋଲକାତା, ପୁଣେ ଏବଂ ଚେନ୍ନାଇରେ ୧୫ ଜୁନ୍ ୨୦୨୪ରେ ପ୍ରଦର୍ଶିତ ହେବ।

ମହୋତ୍ସବର ଉଦଯାପନୀ ଚଳଚ୍ଚିତ୍ର ହେବ ସ୍ୱର୍ଣ୍ଣ ଶଙ୍ଖ ବା ଗୋଲ୍ଡେନ କୋଞ୍ଚ୍‌ ଜିତିଥିବା ଏକ ଚଳଚ୍ଚିତ୍ର ଏବଂ ଏହା ୨୧ ଜୁନ ୨୦୨୪ରେ ପ୍ରଦର୍ଶିତ ହେବ ।

ବିଚାରକ ମଣ୍ଡଳୀ ଓ ପୁରସ୍କାର

ଅନ୍ତର୍ଜାତୀୟ ବିଚାରକ ମଣ୍ଡଳୀରେ ବିଶ୍ୱର ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ – କେକୋ ବଙ୍ଗ, ବାର୍ଥେଲେମି ଫଉଜିଆ, ଅଡ୍ରିୟସ୍ ଷ୍ଟୋନିସ୍, ଭାରତ ବାଲା ଏବଂ ମାନସ ଚୌଧୁରୀଙ୍କୁ ସାମିଲ କରାଯାଉଛି ଯେଉଁମାନେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପାଇଁ ଗୋଲ୍ଡେନ୍ କୋଞ୍ଚ, ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ଷୁଦ୍ର ଗଳ୍ପ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଆନିମେସନ୍ ଚଳଚ୍ଚିତ୍ର ପାଇଁ ସିଲଭର୍‌ କୋଞ୍ଚ୍‌ ଏବଂ ସବୁଠାରୁ ଅଭିନବ/ପରୀକ୍ଷାମୂଳକ ଚଳଚ୍ଚିତ୍ର ପାଇଁ ପ୍ରମୋଦ ପତି ପୁରସ୍କାର ପ୍ରଦାନ କରିବେ।

୧୮ତମ ଏମଆଇଏଫଏଫ ପାଇଁ ଜାତୀୟ ବିଚାରକ ମଣ୍ଡଳୀରେ ଆଡେଲ ସିଲମାନ-ଏଗେବର୍ଟ, ଡକ୍ଟର ବବି ଶର୍ମା ବରୁଆ, ଅପୂର୍ବ ବକ୍ସି, ମୁଞ୍ଜଲ ଶ୍ରଫ ଏବଂ ଆନ୍ନା ହେନକେଲ-ଡନ୍ ନର୍ସମାର୍କଙ୍କ ଭଳି ଉଲ୍ଲେଖନୀୟ ନାମ ରହିଛି ଯେଉଁମାନେ ଶ୍ରେଷ୍ଠ ଭାରତୀୟ ଡକ୍ୟୁମେଣ୍ଟାରୀ, କ୍ଷୁଦ୍ର ଚଳଚ୍ଚିତ୍ର, ଆନିମେସନ୍, ଶ୍ରେଷ୍ଠ ପଦାର୍ପଣକାରୀ ଚଳଚ୍ଚିତ୍ର ପୁରସ୍କାର (ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ) ଏବଂ ଶ୍ରେଷ୍ଠ ଛାତ୍ର ଚଳଚ୍ଚିତ୍ର ପୁରସ୍କାର (ଆଇଡିପିଏ ଦ୍ୱାରା ପ୍ରାୟୋଜିତ) ପ୍ରଦାନ କରିବେ । ଏହା ବ୍ୟତୀତ ଅନେକ ବୈଷୟିକ ପୁରସ୍କାର ଏବଂ ‘‘ଅମୃତ କାଳରେ ଭାରତ’’ ଉପରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ।

ଏହାବ୍ୟତୀତ ୩ଟି ବୈଷୟିକ ପୁରସ୍କାର ୧) ସିନେମାଟୋଗ୍ରାଫି, ୨) ସମ୍ପାଦନା ଓ ୩) ସାଉଣ୍ଡ ଡିଜାଇନ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ପ୍ରଦାନ କରାଯିବ।

ଏକ ଜାତୀୟ ପ୍ରତିଯୋଗିତାମୂଳକ ପ୍ରମାଣିକ ଚଳଚ୍ଚିତ୍ର ପାଇଁ ଏଫଆଇପିଆରଇଏସସିଆଇ ବିଚାରକ ମଣ୍ଡଳୀ ୩ ବିଶିଷ୍ଟ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମଧ୍ୟ ପ୍ରଦାନ କରିବେ।

ସମୁଦାୟ ୪୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

ସୁଲଭ ମହୋତ୍ସବ

ଦୃଷ୍ଟିହୀନଙ୍କ ପାଇଁ ଅଡିଓ ବିବରଣୀ, ସାଙ୍କେତିକ ଭାଷା ବିବରଣୀ ଏବଂ କ୍ଲୋଜଡ୍‌ କ୍ୟାପସନ ସହିତ ଶ୍ରବଣ ହୀନମାନଙ୍କ ପାଇଁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଚଳଚ୍ଚିତ୍ର ବ୍ୟତୀତ, ଏନଏଫଡିସି-ଏଫଡି ପରିସରରେ ଆୟୋଜିତ ଏମଆଇଏଫଏଫ ମହୋତ୍ସବ ସ୍ଥଳକୁ ଭିନ୍ନକ୍ଷମ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଲୋକମାନଙ୍କୁ ସୁଲଭ କରିବା ଲାଗି ଏନଏଫଡିସି ପକ୍ଷରୁ ଏକ ଅଣଲାଭକାରୀ ସଂସ୍ଥା ସ୍ୱୟମ ସହ ଭାଗିଦାରୀ କରାଯାଇଛି । ପ୍ରତିନିଧିମାନଙ୍କ ଗସ୍ତ ଅନୁଭୂତିକୁ ବାଧାମୁକ୍ତ କରିବା ଲାଗି ସୁଲଭତା ସମସ୍ୟା ସମାଧାନ କରିବା ଲାଗି ପ୍ରତିନିଧିମାନଙ୍କୁ ସଚେତନ କରିବା ନିମନ୍ତେ ସ୍ୱେଚ୍ଛାସେବୀମାନଙ୍କୁ ସୁଲଭତା ଭାଗିଦାରଙ୍କ ପକ୍ଷରୁ ନିୟୋଜିତ କରାଯିବ।

ଉଦଘାଟନୀ/ସମାପନ ସମାରୋହ ଓ ରେଡ୍ କାର୍ପେଟ୍

ମୁମ୍ବାଇର ନରିମନ୍ ପଏଣ୍ଟସ୍ଥିତ ଏନସିପିଏ ଠାରେ ଭବ୍ୟ ଉଦଘାଟନୀ ଓ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଆନିମେସନର ଯାତ୍ରାକୁ ଦର୍ଶାଉଥିବା ଏକ କଳାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷ କରାଯିବା ସହିତ ଉଦଘାନନୀ ସମାରୋହରେ ଶ୍ରୀଲଙ୍କାର ଏବଂ ଉଦଯାପନୀ ସମାରୋହରେ ଆର୍ଜେଣ୍ଟିନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଚଳିତ ବର୍ଷ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଲା ସିନେଫ୍ ପୁରସ୍କାର ଜିତିଥିବା ଏଫଟିଆଇଆଇ ଛାତ୍ରଙ୍କ କ୍ଷୁଦ୍ର ଚଳଚ୍ଚିତ୍ର “ସନ୍‌ଫ୍ଲାୱାର୍ସ ୱେର୍‌ ଦ ଫର୍ଷ୍ଟ ୱାନ୍ସ ଟୁ ନୋ” ପ୍ରଦର୍ଶନ କରାଯିବ।

ଜୁନ୍ ୧୫ ତାରିଖରେ ଉଦଘାଟନୀ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ପ୍ରତିଦିନ ମୁମ୍ବାଇର ଏନ୍ଏଫଡିସି-ଏଫଡି କମ୍ପ୍ଲେକ୍ସରେ ଗାଲା ରେଡ୍ କାର୍ପେଟ୍ ସ୍କ୍ରିନିଂ ଅନୁଷ୍ଠିତ ହେବ। ପ୍ରଖ୍ୟାତ ଚଳଚ୍ଚିତ୍ର ସେଲିବ୍ରିଟିମାନଙ୍କ ସହିତ ଅନ୍ୟ ରେଡ୍ କାର୍ପେଟ୍ ଯୋଜନା କରାଯାଉଛି ସେଗୁଡ଼ିକ ହେଲା ପୋଚେର, ଇନସାଇଡ୍ ଆଉଟ୍ -୨, ଦ କମାଣ୍ଡମେଣ୍ଟସ୍ ଶେଡୋ, ମାଇ ମର୍କରୀ, ଶ୍ରୀକାନ୍ତ, ବ୍ରାଣ୍ଡ ବଲିଉଡ୍ ଇତ୍ୟାଦି।

ସେହିପରି ଦିଲ୍ଲୀ (ଜୁନ୍ ୧୭ ), ଚେନ୍ନାଇ (ଜୁନ୍ ୧୮ ), କୋଲକାତା (ଜୁନ୍ ୧୯ ) ଏବଂ ପୁଣେ (ଜୁନ୍ ୨୦)ରେ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସ୍ୱତନ୍ତ୍ର ରେଡ୍ କାର୍ପେଟ୍ ଅନୁଷ୍ଠିତ ହେବ।

ମାଷ୍ଟରକ୍ଲାସ ଏବଂ ପ୍ୟାନେଲ ଆଲୋଚନା:

୧୮ତମ ଏମଆଇଏଫଏଫରେ ଚଳଚ୍ଚିତ୍ର ନିର୍ମାତା ସନ୍ତୋଷ ଶିବନ, ଅଡ୍ରିୟସ୍ ଷ୍ଟୋନିସ୍, କେତନ ମେହେଟ୍ଟା, ରିଚି ମେହେଟ୍ଟା, ଟିଏସ୍ ନାଗଭରନ, ଜର୍ଜେସ୍ ସ୍ୱିଜଗେବେଲଙ୍କ ଭଳି ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ୨୦ଟି ମାଷ୍ଟରକ୍ଲାସ, ଆଲୋଚନା ଏବଂ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହେବ।

ଇଣ୍ଡିଆନ୍ ଡକ୍ୟୁମେଣ୍ଟାରି ପ୍ରଡ୍ୟୁସର ଆସୋସିଏସନ୍ (ଆଇଡିପିଏ) ସହଯୋଗରେ ପ୍ରତିଦିନ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଜୀବନ୍ତ ଏମ୍ଫିଥିଏଟର ସ୍ଥଳରେ ଓପନ୍ ଫୋରମ୍ ଆଲୋଚନା ଅନୁଷ୍ଠିତ ହେବ।

ପଞ୍ଜୀକୃତ ଅଂଶଗ୍ରହଣକାରୀଙ୍କ ପାଇଁ ଆନିମେସନ ଏବଂ ଭିଏଫଏକ୍ସ ପାଇପଲାଇନରେ ଏକ କ୍ରାଶ କୋର୍ସ ଆୟୋଜନ କରାଯାଇଛି ।

ଡକ୍ ଫିଲ୍ମ ବଜାର:

ଚଳଚ୍ଚିତ୍ର ନିର୍ମାତାଙ୍କୁ ସେମାନଙ୍କ ପ୍ରକଳ୍ପ ଲାଗି କ୍ରେତା, ପ୍ରାୟୋଜକ ଏବଂ ସହଯୋଗୀ ଖୋଜିବା ନିମନ୍ତେ ଏକ ପ୍ଲାଟଫର୍ମ ପ୍ରଦାନ କରି ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବା ସକାଶେ ପ୍ରଥମ ଥର ଡିଓସି ଫିଲ୍ମ ବଜାର ଆୟୋଜନ କରାଯାଉଛି ।

୧୦ଟି ଦେଶରୁ ୨୭ଟି ଭାଷାରେ ପାଖାପାଖି ୨୦୦ଟି ପ୍ରକଳ୍ପ ଗ୍ରହଣ କରାଯାଇଛି।

ଡକ୍ ଫିଲ୍ମ ବଜାରରେ ‘କୋ-ପ୍ରଡକ୍ସନ ମାର୍କେଟ୍’ ବା ସହପ୍ରଯୋଜନା ବଜାର (୧୬ଟି ପ୍ରୋଜେକ୍ଟ), ‘ୱାର୍କ-ଇନ୍-ପ୍ରୋଗ୍ରେସ୍ (ଡବ୍ଲ୍ୟୁଆଇପି) ଲ୍ୟାବ୍’ (୬ଟି ପ୍ରୋଜେକ୍ଟ) ଏବଂ ‘ଭ୍ୟୁଭିଙ୍ଗ୍ ରୁମ୍’ (୧୦୬ଟି ପ୍ରୋଜେକ୍ଟ)ରେ ୩ଟି କ୍ୟୁରେଟେଡ୍ ଓର୍ଟିକାଲ୍ ଆୟୋଜନ କରାଯିବ।

ଚୟନିତ ପ୍ରକଳ୍ପ ପାଇଁ ଏହି ସୁଯୋଗ ବ୍ୟତୀତ ଏକ ‘ଓପନ୍ କ୍ରେତା-ବିକ୍ରେତା ବୈଠକ’ ମଧ୍ୟ ହେବ ଯାହା ଚଳଚ୍ଚିତ୍ର ନିର୍ମାତାଙ୍କୁ ଉତ୍ପାଦନ, ସିଣ୍ଡିକେସନ, ଅଧିଗ୍ରହଣ, ବିତରଣ ଏବଂ ବିକ୍ରୟ କ୍ଷେତ୍ରରେ କ୍ରେତା ଏବଂ କର୍ପୋରେଟମାନଙ୍କ ସହ ସହଯୋଗ କରିବାରେ ସାହାଯ୍ୟ କରିବ ।

ଏକ ଉତ୍ସର୍ଗୀକୃତ ଅଧିବେଶନରେ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ ଏବଂ କର୍ପୋରେଟ୍ ବ୍ରାଣ୍ଡିଂ ମଧ୍ୟରେ ସହଜ ସମ୍ପର୍କ ଅନୁସନ୍ଧାନ କରାଯିବ । ଫିକି ଭଳି ବିଭିନ୍ନ ଶିଳ୍ପ କ୍ଷେତ୍ରର ଶିଳ୍ପ ନେତୃବୃନ୍ଦଙ୍କ ସହ ବ୍ରାଣ୍ଡ ଅଭିବୃଦ୍ଧି ପାଇଁ ଶକ୍ତିଶାଳୀ ଉପକରଣ ଏବଂ ସକାରାତ୍ମକ ସାମାଜିକ ପ୍ରଭାବ ପାଇଁ ଉତପ୍ରେରକ ଭାବରେ ଡକ୍ୟୁମେଣ୍ଟାରୀଗୁଡ଼ିକର ସିଏସ୍ଆର୍ ପାଣ୍ଠି ଅନୁସନ୍ଧାନ କରିବେ।

ଏମଆଇଏଫଏଫ ପାଇଁ ଉତ୍ସର୍ଗୀକୃତ ପୋର୍ଟାଲ ଏବଂ ମୋବାଇଲ୍ ଆପ୍

ମହୋତ୍ସବରେ ଯୋଜନା କରାଯାଇଥିବା ଚଳଚ୍ଚିତ୍ର, କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପ ବିଷୟରେ ଆକର୍ଷଣୀୟ ବିବରଣୀ ପ୍ରଦାନ କରିବା ପାଇଁ ଏମଆଇଏଫଏଫର ଏକ ଇଣ୍ଟରଆକ୍ଟିଭ୍ ୱେବସାଇଟ୍ ବିକଶିତ କରାଯାଇଛି- www.miff.in

ଚଳଚ୍ଚିତ୍ର ସ୍କ୍ରିନିଂର ଆଗୁଆ ବୁକିଂ, ମାଷ୍ଟରକ୍ଲାସରେ ଯୋଗ ଦେବା, ଓପନ୍ ଫୋରମ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ପ୍ରତିନିଧିମାନଙ୍କ ଅଂଶଗ୍ରହଣକୁ ସୁଗମ କରିବା ପାଇଁ ଏକ ଉତ୍ସର୍ଗୀକୃତ ମୋବାଇଲ୍ ଆପ୍ ବିକଶିତ କରାଯାଇଛି। ଏହା ମହୋତ୍ସବକୁ ପ୍ରତିନିଧିମାନଙ୍କ ଠାରୁ ମୂଲ୍ୟବାନ ମତାମତ ହାସଲ କରିବାରେ ମଧ୍ୟ ସାହାଯ୍ୟ କରିବ।

ପ୍ରତିନିଧିଙ୍କ ପଞ୍ଜୀକରଣ

ପ୍ରତିନିଧି ପଞ୍ଜୀକରଣ ସରଳ କିନ୍ତୁ ୱେବସାଇଟ୍ କିମ୍ବା ଏମଆଇଏଫଏଫର ପ୍ରୋତ୍ସାହନ ସାମଗ୍ରୀରେ ପ୍ରଦାନ କରାଯାଇଥିବା କ୍ୟୁଆର୍‌ କୋଡ୍ ମାଧ୍ୟମରେ ଉତ୍ସବରେ ଯୋଗ ଦେବା ପାଇଁ ବାଧ୍ୟତାମୂଳକ ଅଟେ ।

ବୁକ୍ ମାଇ ଶୋ’ ଜରିଆରେ ପ୍ରତିନିଧିଙ୍କ ପ୍ରଞ୍ଜୀକରଣ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

କୌଣସି ଅଧିକ ସଂଖ୍ୟକ ଫିଲ୍ମ ସ୍କ୍ରିନିଂ କିମ୍ବା ମାଷ୍ଟରକ୍ଲାସ କିମ୍ବା ଡକ୍ ଫିଲ୍ମ ବଜାରରେ ଯୋଗ ଦେବା ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ ।

ପ୍ରତିନିଧିଙ୍କ ପଞ୍ଜୀକରଣ ଶୁଳ୍କ-

ମୁମ୍ବାଇ – ସମ୍ପୂର୍ଣ୍ଣ ଉତ୍ସବରେ ଯୋଗ ଦେବା ପାଇଁ ୫୦୦ ଟଙ୍କା

ଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ପୁଣେରେ – ମାଗଣା

ଛାତ୍ର ଏବଂ ପ୍ରେସ୍ – ମାଗଣା

ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ ପ୍ରତିନିଧି ପଞ୍ଜୀକରଣ ‘ମାଗଣା’ ହେବ।

ଭାଗିଦାରୀ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏମ୍ ଆଇଏଫଏଫକୁ ମହୋତ୍ସବରେ ୨୦ରୁ ଅଧିକ ବ୍ରାଣ୍ଡର କର୍ପୋରେଟ୍ ସହଯୋଗ ମିଳିଛି। ମହୋତ୍ସବର ବିଭିନ୍ନ ଦିଗକୁ ପ୍ରୋତ୍ସାହନ ଦେବା ଠାରୁ ଆରମ୍ଭ କରି ମହୋତ୍ସବକୁ ସୁଦୃଢ଼ କରିବା ପାଇଁ ଦକ୍ଷତା ଆଣିବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ବ୍ରାଣ୍ଡଗୁଡ଼ିକ ଏହି ମହୋତ୍ସବ ସହ ସହଯୋଗ କରିଛନ୍ତି।

ପୃଷ୍ଠଭୂମି

ଏମଆଇଏଫଏଫ ହେଉଛି ଦକ୍ଷିଣ ଏସିଆରେ ଅଣ-ଫିଚର ଚଳଚ୍ଚିତ୍ର (ପ୍ରାମାଣିକ, ସର୍ଟ ଫିକ୍ସନ ଏବଂ ଆନିମେସନ୍) ପାଇଁ ସର୍ବପୁରାତନ ଏବଂ ବୃହତ୍ତମ ଚଳଚ୍ଚିତ୍ର ମହୋତ୍ସବ ଏବଂ ୧୯୯୦ ରେ ଆରମ୍ଭ ହୋଇଥିବା ପ୍ରାମାଣିକ ଚଳଚ୍ଚିତ୍ର ଜଗତର ଏକ ପ୍ରମୁଖ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ । ଏହା ୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ।

ଏମଆଇଏଫଏଫ ସମଗ୍ର ବିଶ୍ୱର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରମାଣିକ, କ୍ଷୁଦ୍ର ଓ ଏନିମେସନ ଚଳଚ୍ଚିତ୍ରର ସହ-ପ୍ରଯୋଜନା ଓ ବିପଣନ କରିବା ଲାଗି ବିଚାର ବିନିମୟ କରିବା ଓ ସମ୍ଭାବନା ଉଜାଗର କରିବା ଲାଗି ମଞ୍ଚ ପ୍ରଦାନ କରିବ। ବିଶ୍ୱ ସିନେମା କ୍ଷେତ୍ରରେ ମଧ୍ୟ ଏହା ଚଳଚ୍ଚିତ୍ର ନିର୍ମାତାଙ୍କ ଦୃଷ୍ଟିକୋଣକୁ ବ୍ୟାପକ କରିବ । ଏହି ମହୋତ୍ସବ ସୃଜନଶୀଳ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପ୍ରମାଣିକ, କ୍ଷୁଦ୍ର ଓ ଏନିମେସନ ଚଳଚ୍ଚିତ୍ର ଉପରେ ଅଧିକ ଆଲୋଚନା ପାଇଁ ମଞ୍ଚ ଯୋଗାଇ ଦେବ ଏବଂ ଚଳଚ୍ଚିତ୍ର ନିର୍ମାତା ଓ ସେହି କ୍ଷେତ୍ରର ଲୋକଙ୍କ ନିମନ୍ତେ ସୃଜନଶୀଳ ଉତପ୍ରେରକ ସାଜିବ ।

ଅଷ୍ଟାଦଶ ସଂସ୍କରଣ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସଞ୍ଜୟ ଜାଜୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.