ରଜରେ ରାଜା ହେଲେ କାମଚଳା ବାଚସ୍ପତି, ରାଜ୍ୟପାଳ କରାଇଲେ ଶପଥପାଠ

Published: Jun 14, 2024, 3:05 pm IST

ଭୁବନେଶ୍ବର: ଆଜି ହେଉଛି ପହିଲି ରଜ। ଏହି ରଜରେ ରାଜା ସ୍ବାଇଁ ତଥା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି।ଆଜି ରାଜଭବନରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି।

ରଣେନ୍ଦ୍ର ପ୍ରତାପ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ବିଧାନସଭା ସମ୍ଭାଳିବେ। ସେ ଆସନ୍ତା ୧୮ ଏବଂ ୧୯ ତାରିଖରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ସେହିପରି ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବାଚସ୍ପତି ନିର୍ବାଚନ ମଧ୍ୟ ସେ ପରିଚାଳନା କରିବେ।

ଆଜି ରାଜଭବନରେ ଆୟୋଜିତ ଏହି ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ପ୍ରଦୀପ ଜେନା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ବାସତ ମିଶ୍ର, ସଂସଦୀୟ ସଚିବ ଜି ମାଥିଭାତନାନ୍, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts