Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୫ ତମ ସଂସ୍କୃତି ଚର୍ଚ୍ଚା ସମାରୋହରେ ପ୍ରଭୃ ଜଗନ୍ନାଥଙ୍କ ଜ୍ବର ଓ ଏହାର ଚିକିତ୍ସା ଉପରେ ଆଲୋଚନା
ଆଜିର ଖବର

୭୫ ତମ ସଂସ୍କୃତି ଚର୍ଚ୍ଚା ସମାରୋହରେ ପ୍ରଭୃ ଜଗନ୍ନାଥଙ୍କ ଜ୍ବର ଓ ଏହାର ଚିକିତ୍ସା ଉପରେ ଆଲୋଚନା

June 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
୭୫ ତମ ସଂସ୍କୃତି ଚର୍ଚ୍ଚା ସମାରୋହରେ ପ୍ରଭୃ ଜଗନ୍ନାଥଙ୍କ ଜ୍ବର ଓ ଏହାର ଚିକିତ୍ସା ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ। ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ।

ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ
ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର।

ଏହି ଅବସରରେ ମୁଖ୍ୟ ବକ୍ତା ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ମାନବ ଲୀଳାର ସ୍ୱତନ୍ତ୍ର ପରିପ୍ରକାଶ ହେଉଛି ଅନବସର। ସ୍ନାନ ପୂର୍ଣ୍ଣିମାରେ ଅଷ୍ଟୋତ୍ତର ଶତକୁମ୍ଭ ଜଳ ସ୍ନାନ କରି ଚତୁର୍ଦ୍ଧାବିଗ୍ରହ ଜ୍ୱରାକ୍ରାନ୍ତ ହୁଅନ୍ତି। ପ୍ରଭୁଙ୍କର ବ୍ୟାଧିର ନିରାକରଣ ନିମନ୍ତେ ଏକ ପକ୍ଷ ବ୍ୟାପି ଅଣସର ଘରେ ବିବିଧ ଉପଚାର କରାଯାଇଥାଏ।

ଫୁଲୁରି ଲାଗି, ଅଣସର ପଥି-ପଣା, ଦଶମୂଳମୋଦକ ଗ୍ରହଣ ପରେ ମହାପ୍ରଭୁ ସୁସ୍ଥ ହୋଇ
ଭକ୍ତଙ୍କୁ ନବଯୌବନ ଦର୍ଶନ ପ୍ରଦାନ କରନ୍ତି। ଏ ଲୀଳା ସମଗ୍ର ଜଗତରେ ଅଲୌକିକ ଓ
ଅସାଧାରଣ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏ ପ୍ରକାର ଅଦ୍ଭୁତ ଲୀଳା ପ୍ରତ୍ୟେକ ଭକ୍ତଙ୍କର
ଚିତ୍ତକୁ ଦ୍ରବିଭୁତ କରି ମାନବୀୟ ଛଟାର ଷ୍ପଷ୍ଟ ସ୍ୱାକ୍ଷର ବହନ କରିଥାଏ। ଏ ସମୟରେ
ମହାପ୍ରଭୁଙ୍କର ଅନ୍ୟ ଏକ ସ୍ୱରୂପ ପଟ୍ଟବ୍ରହ୍ମ ଭାବରେ ସେବା ଗ୍ରହଣ କରିବାର ବ୍ୟବସ୍ଥା
ଦେଖିବାକୁ ମିଳିଥାଏ। ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କର ଆରଧନାର ଏକ ବିସ୍ତୃତ ପର୍ଯ୍ୟାୟ ଅନବସର ଅବସରରେ ଦେଖିବାକୁ ମିଳେ।

ସମ୍ପାନର ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ଜଗନ୍ନାଥଙ୍କ ଅଲୌକିକ ଘଟଣାବଳୀର ଏକ ଅନୁଭୁତି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଭଗବାନ ବର୍ତ୍ତମାନର ସଂରଚନା କରିଛନ୍ତି । ଆମେ ବର୍ତ୍ତମାନ ଦେଖି ଭବିଷ୍ୟତର ପରିକଳ୍ପନା କରିଥାଉ କିନ୍ତୁ ଯଦି ଆମେ କିଛି ଆଶା କରିବା ନାହିଁ, ନିଜର କର୍ମ ଏବଂ କର୍ତ୍ତବ୍ୟ କରିଚାଲିବା ତେବେ ଭଗବାନ ନିଶ୍ଚୟ ଭଲ କରିବେ।

ସମ୍ପାନର ଅନ୍ୟତମ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ କହିଥିଲେ ଯେ ଜଗନ୍ନାଥ ଆମର ଆରାଧ୍ୟ ଦେବତା। ଜଗନ୍ନାଥଙ୍କୁ ଅନୁଭବ କରାଯାଇ ପାରିବ। ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାକୁ ବେଶ ଭଲଭାବରେ ପ୍ରତିପାଦିତ କରନ୍ତି। ମହାପ୍ରଭୁଙ୍କର ନୀତି କାନ୍ତି ଆମକୁ ମନେ ପକାଇ ଦିଏ ଆମ ସଂସ୍କୃତି ଏବଂ ପରମ୍ପରା କେତେ ଜୀବନ୍ତ। ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।

culture jagnnath ସଂସ୍କୃତି ଚର୍ଚ୍ଚା:
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.