Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରାରେ ସୁବିଧା ଯୋଗାଇବ ପୂର୍ବତଟ ରେଳପଥ: ତୀର୍ଥଯାତ୍ରୀଙ୍କ ପାଇଁ ଅପେକ୍ଷା କ୍ଷେତ୍ରର ବ୍ୟବସ୍ଥା
ଆଜିର ଖବର

ରଥଯାତ୍ରାରେ ସୁବିଧା ଯୋଗାଇବ ପୂର୍ବତଟ ରେଳପଥ: ତୀର୍ଥଯାତ୍ରୀଙ୍କ ପାଇଁ ଅପେକ୍ଷା କ୍ଷେତ୍ରର ବ୍ୟବସ୍ଥା

July 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରଥ ଯାତ୍ରା ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଇବା ପାଇଁ ବିଶେଷ ଭାବରେ ରେଳ ଦ୍ୱାରା ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ଅଧିକ ଯାତ୍ରା ଅଭିଜ୍ଞତା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି।

ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମୟାନୁବର୍ତ୍ତୀତା ମାନଦଣ୍ଡ ଯୋଗାଇଦେବା ସହିତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଳାଯାଉଅଛି। ଷ୍ଟେସନରେ ରେଳବାଇ ସୂଚନା ସମ୍ବନ୍ଧରେ ପ୍ରଭାବଶାଳୀ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ଉପଲବ୍ଧ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଏବଂ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦେବା ପାଇଁ ରେଳବାଇ ଯୋଜନା କରିଛି।

ରଥଯାତ୍ରା ମହୋତ୍ସବ ସମୟରେ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପଗୁଡ଼ିକ ନିମ୍ନରେ ପ୍ରଦତ୍ତ କରାଗଲା। ଭିଡ ଏଡ଼ାଇବା (କ୍ରାଉଡ୍ ମ୍ୟାନେଜମେଣ୍ଟ), ଟ୍ରେନ୍ ସୂଚନା ବ୍ୟବସ୍ଥା / ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, UTS ମୋବାଇଲ୍ ଆପ୍, ୨୫ ହଜାରରୁ ରୁ ଅଧିକ ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ରହିବା ପାଇଁ ମେଳା ସେଡ ଓ ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍, ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ମେଲା ଶେଡ୍, ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ, ସେବା, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଯାତ୍ରୀ ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସ୍ୱଚ୍ଛତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଇତ୍ୟାଦିର ବ୍ୟାପକ ବନ୍ଦୋବସ୍ତ କରାଯାଇଅଛି। ଚଳିତ ବର୍ଷ ରେଳବାଇ ୧୫ ଲକ୍ଷ ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀ ଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କାର୍ଯ୍ୟଶୀଳ ସିଡ୍ୟୁଲିଙ୍ଗ ସିଷ୍ଟମ୍ ବ୍ୟବହାର କରି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାକୁ ବ୍ୟବସ୍ଥା କରାଯାଉଅଛି ଯାହାଦ୍ୱାରା ଯାତ୍ରୀ ଚାହିଦା କୁ ଦୃଷ୍ଟିରେ ରଖି ରେଳବାଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳକୁ ଅଧିକ ଟ୍ରେନ୍ ଚଳାଚଳ କରାଇ ପାରିବ।

ଟ୍ରେନ ଗୁଡିକର ସୁପରିଚାଳନା, ଅତିରିକ୍ତ ଟିକେଟ କାଉଣ୍ଟର, ଯାତ୍ରୀ ସହାୟତା ଓ ଅତିରିକ୍ତ ସୂଚନା କେନ୍ଦ୍ର, ଟ୍ରେନ ସମୟ ସାରଣୀର ସୂଚନା ପ୍ରଦର୍ଶନ, ମେଳା ସେଡ ର ପରିଚାଳନା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସହାୟତା ଓ ଆମ୍ବୁଲାନ୍ସ ସେବା, ଆଲୋକୀକରଣ, ଏଲସି ଗେଟ ପରିଚାଳନା, ମନ୍ଦିର ପ୍ରଶାସନକୁ ସହାୟତା, ବ୍ୟାପକ କର୍ମବଳ, ସୁରକ୍ଷା ଓ ନିରାପତ୍ତା ସହିତ ଭିଡ଼ ଏଡ଼ାଇବାକୁ ବ୍ୟବସ୍ଥା ଓ ସିସିଟିଭି ଦ୍ୱାରା ନିରୀକ୍ଷଣ ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଯାତ୍ରୀ ସୁବିଧା ଯୋଗାଇଦିଆଯିବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଅଛି।

ପୂର୍ବତଟ ରେଳପଥ ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

March 10, 2026

ତେଲ ଅଭାବ ମଧ୍ୟରେ ଭାରତ କାହିଁକି ବାଂଲାଦେଶକୁ ଯୋଗାଇଲା ୫ ହଜାର ଟନ୍ ଡିଜେଲ?: ଜାଣନ୍ତୁ

March 10, 2026
Latest News

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.