ବାଣପୁରରେ ଫୁଟିଲା ବୋମା: ସାନ ପୁଅ ମୃତ, ବାପା ଅଟକ

Published: Jul 12, 2024, 11:58 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପରିବାର ମଧ୍ୟରେ ବାପା ପୁଅ ମଧ୍ୟରେ ବୋମା ମାଡ ହୋଇଥିବା ଜଣାପଡିଛି। ଯେଉଁଥିରେ ପୁଅର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅଠାରୁ ବଡ ପୁଅ ଅଲଗା ରହିଆସୁଥିଲେ। ସେହି ଦିନ ଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା।

କିନ୍ତୁ ଆଜି ଏହି କଳହ ଭୀଷଣ ରୂପ ନେଇଥିଲା। ପରିବାର ମଧ୍ୟରେ ବୋମା ମାଡ ଘଟି ସାନ ପୁଅ କାଳିଆ ରାଉତରାୟ (୪୨) ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସଠ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି। କିନ୍ତୁ ବାପା ଓ ସାନ ପୁଅ ଏକାଠି ରହୁଥିବା ବେଳେ ଏହି ବୋମା ମାଡ କିଏ କରିଛି, ତାହା ଉପରେ କୌଣସି ଖବର ମିଳିନାହିଁ।

ପୋଲିସ ବର୍ତ୍ତମାନ ମୃତଦେହ ଜବତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Related posts