ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ବଡ ଉପହାର! ଉପ-ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଘୋଷଣା

Published: Jul 15, 2024, 9:15 am IST

ମୁମ୍ବାଇ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ମହାୟୁତୀ ସରକାର ଏହାର ନିର୍ବାଚନ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ରବିବାର ଦିନ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ଆୟ ମହିଳା ଏବଂ ବାଳିକାଙ୍କୁ ତିନିଟି ଏଲପିଜି ସିଲିଣ୍ଡର ପାଇଁ ଟଙ୍କା ପ୍ରଦାନ କରିବେ।

ଡେପୁଟି ସିଏମ୍ ଅଜିତ ପାୱାର ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାମତୀରେ ଏକ ଜନସମାବେଶକୁ ସମ୍ବୋଧିତ କରୁଥିବାବେଳେ ଏହି ଘୋଷଣା କରିଛନ୍ତି। ଡେପୁଟି ସିଏମ୍ କହିଛନ୍ତି ଯେ, “ଆମେ ଲାଡଲି ବେହାନ ଯୋଜନା ପର୍ଯ୍ୟନ୍ତ ଅଟକି ନାହୁଁ। ଆମେ ଆମର ସମସ୍ତ ଭଉଣୀ, ମା ଏବଂ ଝିଅ, ଯାହାଙ୍କର ବର୍ଷକୁ ୨.୫ ଲକ୍ଷ ଟଙ୍କା କମ୍ ଆୟ ଥିବ, ସେମାନଙ୍କୂ ଏକ ବର୍ଷରେ ତିନିଟି ଏଲପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଟଙ୍କା ମଧ୍ୟ ଦେବୁ।”

ସେ କହିଛନ୍ତି ଯେ, “ଆମ ଭଉଣୀ, ମା ଏବଂ ଝିଅମାନେ ଲାଡଲି ବହନ ଯୋଜନା ଅଧୀନରେ ୪୬ ହଜାର କୋଟି ଏବଂ ରାଜ୍ୟର ବିଭିନ୍ନ ଯୋଜନା ଅଧୀନରେ ପ୍ରତିବର୍ଷ ୬୫ ହଜାର କୋଟି ଟଙ୍କା ପାଇବେ। ଅନେକ ରାଜ୍ୟରେ ଏତେ ବଜେଟ୍ ମଧ୍ୟ ନାହିଁ। ଆମର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତିକରଣ କରିବା। ଯାହାଫଳରେ ସେମାନେ ଆତ୍ମନିର୍ଭରଶୀଳ ଅନୁଭବ କରିବେ ଏବଂ କାହା ଉପରେ ନିର୍ଭର କରିବେ ନାହିଁ।

Related posts