Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଧାର କାର୍ଡ ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧା, ଶଯ୍ୟାଶାୟୀ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
ଆଞ୍ଚଳିକ

ଆଧାର କାର୍ଡ ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧା, ଶଯ୍ୟାଶାୟୀ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

July 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ଜନକଲ୍ୟାଣ କାରୀ ଯୋଜନା ପ୍ରଣୟନ କରୁଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କିନ୍ତୁ ଏହି ଯୋଜନା ବାସ୍ତବ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ।କିଛି ଅସହାୟ ଲୋକଙ୍କ ପାଖରେ ସବୁ ଯୋଜନା ଯେମିତି ସାତ ସପନ ପାଲଟିଛି।ତେବେ ଆଧାର କାର୍ଡ ଟିଏ ନଥିବାରୁ (୭୫) ବର୍ଷୀୟ ବୃଦ୍ଧା ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ,ରାସନ କାର୍ଡ ଓ ଆବାସ ଯୋଜନାରୁ ପ୍ରଶାସନ ବଞ୍ଚିତ କରିଛି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ ମାହାଳ ଗ୍ରାମରେ।

ସୂଚନା ଅନୁସାରେ ମାହାଳ ଗ୍ରାମର କାଙ୍ଗାଳି ଦାସ (୮୦) ତାଙ୍କ ପତ୍ନୀ ସୁଲଚନା ଦାସ (୭୫)। ତାଙ୍କର ଆଠ ଜଣ ପୁଅ ଓ ଗୋଟେ ଝିଅ ଅଛନ୍ତି। ପତ୍ନୀ ସୁଲଚନା ଦାସ ଏବେ ଶଯ୍ୟାଶାୟୀ। ନିଜ ଆଭ୍ୟନ୍ତରୀଣ ରୋଗର ଜଟିଳତା ରେ ସେ ଜୀବନ ସହ ଜୁଝି ହେଉଛନ୍ତି। ସ୍ବାମୀ କାଙ୍ଗାଳି ଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଜଟିଳ।ରୋଗଗ୍ରସ୍ତ ବୃଦ୍ଧ ବାପା, ମା’ ଙ୍କ ଏଭଳି ସ୍ଥିତିରେ ୭ ପୁଅ ଓ ବୋହୂ, ଝିଅ କୌଣସି ପ୍ରକାର ଚିକିତ୍ସା ବ୍ୟବସ୍ଥା କରିବା ଦୂରର କଥା ବରଂ ହାତ ଛାଡି ଦେଇ ଥିବା ବେଳେ ବଡ ପୁଅ ପାଖରେ ଦୁଃଖ ଯନ୍ତ୍ରଣା ରେ ପଡିରହିଛନ୍ତି।

ଅନ୍ୟପକ୍ଷରେ ବୃଦ୍ଧା ସୁଲଚନା ଶଯ୍ୟାଶାୟୀ ଅବସ୍ଥା ଥିବାରୁ ଉଠୀବସି ପାରୁ ନଥିବା ବେଳେ ପରିଣତ ବୟସରେ ସ୍ବାମୀ କାଙ୍ଗାଳି ତାଙ୍କୁ ସହଯୋଗ କରନ୍ତି।ଏଣେ ପତ୍ନୀ ଙ୍କ ଚିକିତ୍ସା ପାଇଁ ପାଖରେ ଟଙ୍କା ଟିଏ ନାହିଁ। ଦୁଃଖ ଯନ୍ତ୍ରଣା ମାଡ଼ି ଆସିଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ପାଖରେ ଘର ଟିଏ ନାହିଁ। ସୁଲଚନା ଙ୍କ ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟ ଭତ୍ତା, ଖାଇବା ପାଇଁ ରାସନ୍ କାର୍ଡ ରେ ଚାଉଳ କିମ୍ବା ସରକାରୀ ସାହାଯ୍ୟ ମିଳିନାହିଁ।

ଅସହାୟ ଅବସ୍ଥାରେ ପଡ଼ି ରହିଥିବା ସୁଲଚନା ଯିବା ଆସିବା କରିବାପାଇଁ ହୁଇଲ ଚେୟାର ଟିଏ ପାଇବାରୁ ମଧ୍ୟ ବଞ୍ଚିତ। ସେହିପରି କାଙ୍ଗାଳି ଙ୍କୁ ୨୦୧୬ ମସିହା ରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଥିଲେ ମଧ୍ୟ ୩ ମାସ ପରେ ରାସନ୍ପ କାର୍ଡ ଟିକୁ ପ୍ରଶାସନ କାଟି ଦେଇଥିଲେ।ଦୁଃଖ ପରିତାପର ବିଷୟ ଏଭଳି ଅସହାୟ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି।ହେଲେ ବୃଦ୍ଧା ସୁଲଚନା ଙ୍କ ପାଇଁ ସବୁ ଯୋଜନା ଯେମିତି ସାତ ସପନ ପାଲଟିଛି। ସବୁ ବେଦନାକୁ ଛାତିରେ ରଖି ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ।

ତେବେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ବିଭିନ୍ନ ଯୋଜନାରେ ସହ ସହ ଅଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରୁଥିବା ବେଳେ ପକୃତ୍ ହିତାଧିକାରୀ ସୁଲଚନା କ୍ଷେତ୍ରରେ ଏହି ଯୋଜନା କାହିଁକି ବାଟ ହୁଡୁଛି। ତାହେଲେ ସରକାରଙ୍କ ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନା କାହା ସ୍ୱାର୍ଥରେ ବୋଲି ଅଞ୍ଚଳ ବାସୀ ପ୍ରଶ୍ନ ଉଠାଇଛନ୍ତି।

ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଅସହାୟ ବୃଦ୍ଧା ସୁଲଚନା ଙ୍କୁ ସରକାରୀ ଯୋଜନାରେ ସାମିଲ କରି ସହାୟତା ଯୋଗାଇଦେବାକୁ ଆମ୍ବେଦକର ସ୍ମୃତି ପରିଷଦ ସମ୍ପାଦକ ଯୁବ ସ୍ଵେଚ୍ଛାସେବୀ ବବୁଲ ମଲ୍ଲିକ, ଉପ ସଭାପତି ଫିରୋଜ ବେଉରା, ଗ୍ରାମ ମୂରବୀ ନିର୍ଭୟ ବେହେରା, ବିଜୟ ବରାଳ, ହେମନ୍ତ ରାଉତ, ଅଞ୍ଜନ ରାଉତ, ଭରତ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

ଆଧାର କାର୍ଡ ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.