Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜେଟରେ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରକୁ ମିଳିଥିବା ସମର୍ଥନ ହେତୁ ଏମ୍‌.ପି.ଇ.ଡି.ଏ ତରଫରୁ ସ୍ୱାଗତ
ଆଜିର ଖବର

ବଜେଟରେ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରକୁ ମିଳିଥିବା ସମର୍ଥନ ହେତୁ ଏମ୍‌.ପି.ଇ.ଡି.ଏ ତରଫରୁ ସ୍ୱାଗତ

July 25, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୨୦୨୪-୨୫ ବଜେଟରେ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରକୁ ମିଳିଥିବା ସମର୍ଥନ ହେତୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌.ପି.ଇ.ଡି.ଏ) ତରଫରୁ ଏହାକୁ ସ୍ୱାଗତ କରାଯାଇଛି। କୋଚି, ଭାରତ- ଗତକାଲି କେନ୍ଦ୍ର ସରକାରଙ୍କ ୨୦୨୪-୨୫ ବାର୍ଷିକ ବଜେଟରେ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହା ଦ୍ୱାରା ଭାରତର ଜଳକୃଷି ଏବଂ ସାମୁଦ୍ରିକ ରପ୍ତାନି କ୍ଷେତ୍ରକୁ
ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ। ଏହି ବଜେଟରେ ଭାରତର ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ସହିତ ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ନିମନ୍ତେ ଅନେକ ଅଗ୍ରଣୀ ପଦକ୍ଷେପକୁ ଦର୍ଶାଯାଇଛି।

ବଜେଟର କେତେକ ମୁଖ୍ୟ ଆକର୍ଷଣ

୧. ପ୍ରଜନନକ୍ଷମ ଚିଙ୍ଗୁଡ଼ି (ବ୍ରୁଡଷ୍ଟକ) କେନ୍ଦ୍ର ନିମନ୍ତେ ଆର୍ଥିକ ସହାୟତା ପ୍ରଜନନକ୍ଷମ ଚିଙ୍ଗୁଡ଼ି (ବ୍ରୁଡ୍‌ଷ୍ଟକ) ପାଇଁ ନ୍ୟୁକ୍ଲିୟସ୍ ପ୍ରଜନନ କେନ୍ଦ୍ରର ଏକ ନେଟ୍‌ୱାର୍କ ପ୍ରତିଷ୍ଠା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ବିଦେଶରୁ
ଆମଦାନୀ ହେଉଥିବା ପ୍ରଜନନକ୍ଷମ ଚିଙ୍ଗୁଡ଼ି ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବା ଆଶା କରାଯାଏ। ଏହା ଦ୍ୱାରା ରପ୍ତାନୀ ଶିଳ୍ପରେ ବାର୍ଷିକ ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିବ। ଏହାଦ୍ୱାରା ଯାଆଁଳ ଉତ୍ପାଦନ କରୁଥିବା ହ୍ୟାଚେରୀ ପରିଚାଳକ ମାନେ ବିଶେଷ ଉପକୃତ ହେବେ। ପ୍ରଜନନକ୍ଷମ ଚିଙ୍ଗୁଡ଼ି ମୂଲ୍ୟରେ ୫୦% ସଞ୍ଚୟ କରାଯାଇ ପାରିବ। ଏହା ବ୍ୟତିତ ପ୍ରାୟ ଏକ ଲକ୍ଷ ଚାଷୀ ଚିଙ୍ଗୁଡ଼ି ଯାଆଁଳ କ୍ଷେତ୍ରରେ ୩୦% ହ୍ରାସର ଲାଭ ପାଇବେ।

୨. ନାବାର୍ଡ଼ ମାଧ୍ୟମରେ ସହଜ ଆର୍ଥିକ ବ୍ୟବସ୍ଥା ଚିଙ୍ଗୁଡ଼ି ଚାଷ, ପ୍ରକ୍ରିୟାକରଣ ଓ ରପ୍ତାନୀ କ୍ଷେତ୍ରରେ ଆର୍ଥିକ ସୁବିଧା ପାଇଁ କୃଷି ଓ ଗ୍ରାମୀଣ ବିକାଶ ଜାତୀୟ ବ୍ୟାଙ୍କ (ନାବାର୍ଡ଼) ଏକ ଗୁରୁତ୍ୱ ଭୂମିକା ଗ୍ରହଣ କରିବ। ଏହି ପଦକ୍ଷେପ ମାଧ୍ୟମରେ କୃଷକମାନଙ୍କ ପ୍ରକଳ୍ପ ମୂଲ୍ୟର ୮୦% ପ୍ରଦାନ ସହିତ ଋଣର ସୁଧ ଉପରେ ୩% ଛାଡ଼ କରାଯିବ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ଜଳକୃଷି ଭିତ୍ତିଭୂମି ବିକାଶ ପାଣ୍ଠି (ଏଫ୍‌.ଆଇ.ଡି.ଏଫ୍‌)) ଆନୁକୂଲ୍ୟରେ ନାବାର୍ଡ଼ ଆର୍ଥିକ ସହାୟତା ମାଧ୍ୟମରେ ସମୁଦାୟ ୬୩୯ ଗୋଟି ରପ୍ତାନୀ ଓ ପ୍ରକ୍ରିୟାକରଣ ୟୁନିଟର ଭିତ୍ତିଭୂମି ଉନ୍ନତିରେ ଲାଭାନ୍ୱିତ ହେବେ ଏବଂ ନିଜସ୍ୱ ୟୁନିଟ୍ ଗୁଡ଼ିକର ଉନ୍ନତିକରଣ କରିବା ସହଜ ହୋଇପାରିବ।

୩. ଜଳକୃଷି ହ୍ୟାଚେରୀ ଓ ଫାର୍ମ ଇନ୍‌ପୁଟ୍ ପାଇଁ କଷ୍ଟମ ଡ୍ୟୁଟି ହ୍ରାସ ଚିଙ୍ଗୁଡ଼ି ଓ ମାଛ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆବଶ୍ୟକ ବିଭିନ୍ନ ଇନ୍‌ପୁଟ୍ ବିନିଯୋଗରୁ କଷ୍ଟମ ଡ୍ୟୁଟିରେ ରିହାତି ମିଳିବ। ଏଥିରେ ଅନେକ ଇନ୍‌ପୁଟ ବିଭିନ୍ନ ଲବଣ ଓ ଭିଟାମିନ ମିଶ୍ରଣ, ମାଛ ଲିପିଡ୍ ତେଲ,
ଆଲଗାଲ ପ୍ରାଇମ, ଆଲଗାଲ ତୈଳ ଉପରୁ ଆମଦାନି ଶୁଳ୍କକୁ ସମ୍ପୂର୍ଣ୍ଣ ହ୍ରାସ କରାଯାଇଛି। ଏହି ସହିତ ଚିଙ୍ଗୁଡ଼ି ହ୍ୟାଚେରୀରେ ବ୍ୟବହୃତ ମୁଖ୍ୟ ଉତ୍ପାଦନ ଆର୍ଟିମିଆ ଓ ଆର୍ଟିମିଆ ମୟ୍‌ଜି ଉପରେ ଥିବା ଆମଦାନୀ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଅନ୍ୟ କେତେକ ଅତି ଆବଶ୍ୟକ ଜଳକୃଷି ଓ ହ୍ୟାଚେରୀ ଇନ୍‌ପୁଟ୍ ମଧ୍ୟରେ ଭେନାମାଇ ଓ ବାଗଦା ଚିଙ୍ଗୁଡ଼ିର ପ୍ରଜନନକ୍ଷମ ବ୍ରୁଡ୍ ଚିଙ୍ଗୁଡ଼ି ଏବଂ ଏକକୋଷ ବିଶିଷ୍ଟ ପ୍ରୋଟିନର ଆମଦାନୀ ଶୁଳ୍କକୁ ୫% କୁ ହ୍ରାସ କରାଯାଇଛି।

୪. ମୁଖ୍ୟ ମୂଲ୍ୟଯୁକ୍ତ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ଅଧିକ ମୂଲ୍ୟଯୁକ୍ତ ଚିଙ୍ଗୁଡ଼ି, ଫିସ୍‌ଫିଙ୍ଗର, ସ୍କୁଇଡ୍‌ରିଙ୍ଗ ଭଳି କେତେକ ମୁଖ୍ୟ ମୂଲ୍ୟଯୁକ୍ତ ପଦାର୍ଥର ଅନ୍ତରାଷ୍ଟ୍ରୀୟ ବଜାରରେ ଅଧିକ ଚାହିଦା ରହିଛି। ମୂଲ୍ୟଯୁକ୍ତ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ପ୍ରୀଡ଼ଷ୍ଟ ବ୍ରେଡିଙ୍ଗ ପାଉଡର ଏକ ମୁଖ୍ୟ ଉତ୍ପାଦନ ରୂପେ ଜଣାଯାଏ। ଏହି ଉପାଦାନକୁ ୩୦% ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌.ପି.ଇ.ଡି.ଏ)ର ଅଧ୍ୟକ୍ଷ ଡି.ଭି. ସ୍ୱାମୀ, ଭା.ପ୍ର.ସେ. କହିଛନ୍ତି ଯେ- ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଆମ କେନ୍ଦ୍ର ସରକାରଙ୍କ ବଜେଟରେ ଉପସ୍ଥାପିତ ପଦକ୍ଷେପ ଗୁଡ଼ିକ ସରକାରଙ୍କ ପ୍ରତିବନ୍ଧତାର ଏକ ଉଦାହରଣ।

ଏହି ପ୍ରସ୍ତାବିତ ପଦକ୍ଷେପ ସମୁହ ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ, ଗୁଣବତ୍ତା ବୃଦ୍ଧି ସହିତ ସାମୁଦ୍ରିକ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଭାରତ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିବ। ଏହି ସମସ୍ତ ପଦକ୍ଷେପ ଦ୍ୱାରା ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌.ପି.ଇ.ଡି.ଏ) ଆଶା କରନ୍ତି ଯେ, ଏହା ଦ୍ୱାରା ଦେଶର ଚିଙ୍ଗୁଡ଼ି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ସହିତ ଜୈବସୁରକ୍ଷା ଏବଂ ମୂଲ୍ୟଯୁକ୍ତ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ମଧ୍ୟ ବୃଦ୍ଧି ହୋଇପାରିବ।

ଗତ ଆର୍ଥିକ ବର୍ଷରେ ଭାରତର ରପ୍ତାନୀରୁ ଆୟ କ୍ଷେତ୍ରରେ ଏହି ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଏକ ମୁଖ୍ୟ ଅଂଶ ରୂପେ ସର୍ବକାଳୀନ ଅଧିକ ରପ୍ତାନୀ ୬୦,୦୦୦ କୋଟି ଟଙ୍କା ହୋଇ ପାରିଥିଲା। କେନ୍ଦ୍ର ବଜେଟର ଏହି ସମସ୍ତ ମୁଖ୍ୟ ସହାୟକ ପଦକ୍ଷେପ ଦ୍ୱାରା ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌.ପି.ଇ.ଡି.ଏ) ଦୃଢ଼ ନିଶ୍ଚିତ ଯେ ଆମ ଦେଶ ଭାରତ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.