ୱାୟନାଡରେ ଭୂସ୍ଖଳନ, ୨୪ ମୃତ, ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା

Published: Jul 30, 2024, 10:58 am IST

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ କେରଳର ୱାୟନାଡ ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ ଘଟିଛି, ଯେଉଁଥିରେ ଶହ ଶହ ଲୋକ ମାଟି ତଳେ ଦବିରହିଥିବାର ଆଶଙ୍କା ରହିଛି। ଆଜି ସକାଳେ ୱାୟାନାଡ ଜିଲ୍ଲାର ମେପଡି, ମୁଣ୍ଡକ୍କଇ ଟାଉନ୍ ଏବଂ ଚୁରଲ ମାଲାରେ ଏହି ଦୁର୍ଘଟଣା ଘଟିଛି। ଭୂସ୍ଖଳନ ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ କହିଛନ୍ତି। ମୃତମାନଙ୍କ ମଧ୍ୟରେ ଏକ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ଭୂସ୍ଖଳନରେ ୭୦ ଜଣ ଆହତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ପ୍ରବଳ ବର୍ଷା ସମୟରେ ରାତି ପ୍ରାୟ ୧ ଟା ସମୟରେ ମୁଣ୍ଡକ୍କଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡକ୍କଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲାବେଳେ ସକାଳ ପ୍ରାୟ ୪ ଟା ସମୟରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଥିଲା। ଏକ ଶିବିର ଭାବରେ ଚାଲୁଥିବା ଏହି ବିଦ୍ୟାଳୟ ଏବଂ ଭୂସ୍ଖଳନ ହେତୁ ନିକଟସ୍ଥ ଘର ଓ ଦୋକାନରେ ପାଣି ଓ କାଦୁଅ ଭରି ଯାଇଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

Related posts