ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ କେରଳର ୱାୟନାଡ ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮୦ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ୮୦ ଟି ମୃତଦେହ ଉଦ୍ଧାର କରାଯାଇଛି।
ଆଜି ସକାଳେ ୱାୟାନାଡ ଜିଲ୍ଲାର ମେପଡି, ମୁଣ୍ଡକ୍କଇ ଟାଉନ୍ ଏବଂ ଚୁରଲ ମାଲାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।