‘ବିଜେପିରେ ଯୋଗଦେବେ ଅଧୀର ରଞ୍ଜନ ଚୌଧୁରୀ’, ଟିଏମସିର ଭବିଷ୍ୟବାଣୀ

Published: Aug 2, 2024, 7:37 am IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ତୃଣମୂଳ କଂଗ୍ରେସ ଟାର୍ଗେଟ କରିଛି। ପଶ୍ଚିମବଙ୍ଗ କଂଗ୍ରେସର ପୂର୍ବତନ ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ରାଜନୈତିକ ଇନିଂସ ଉପରେ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଏକ ବିବୃତ୍ତି ଦେଇଛନ୍ତି। କୁନାଲ ଘୋଷ କହିଛନ୍ତି ଯେ, ଅଧୀର ରଂଜନ ଚୌଧୁରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି।

ରିପୋର୍ଟ ଅନୁଯାୟୀ, ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ କହିଛନ୍ତି ଯେ, ଏଥିରୁ ଜଣାପଡୁଛି ଯେ, ଅଧୀର ରଂଜନ ଚୌଧୁରୀ କଂଗ୍ରେସରୁ ବହିଷ୍କାରକୁ ଅପେକ୍ଷା କରିଛନ୍ତି ଏବଂ ଭବିଷ୍ୟତରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି। ସେ କହିଛନ୍ତି ଯେ, ଯଦିଓ ଏହା କଂଗ୍ରେସର ଆଭ୍ୟନ୍ତରୀଣ ବିଷୟ, କିନ୍ତୁ ସୂଚନାରୁ ଜଣାପଡିଛି ଯେ ସେ ଖୁବ୍ ଶୀଘ୍ର ଏକ ବଡ ନିଷ୍ପତ୍ତି ନେଇପାରନ୍ତି।

ତୃଣମୁଲ କଂଗ୍ରେସ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଅଧୀର ରଂଜନ ଚୌଧୁରୀଙ୍କ ରାଜନୀତି ବିଷୟରେ ପଚରାଯାଇଥିଲା। ଟିଏମସି ନେତା ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ‘ଅଧୀର ରଂଜନ ଚୌଧୁରୀ ଆମ ଦଳର ନୁହଁନ୍ତି ଏବଂ ଆମେ ଚାହୁଁନାହୁଁ ସେ ଏଠାକୁ ଆସନ୍ତୁ। ଏହା ସମ୍ଭବ ଯେ, ଅଧୀର ରଂଜନ ଚୌଧୁରୀ ଅନ୍ୟ ରାଜନୈତିକ ଦଳ ସହ ଯୋଗାଯୋଗରେ ଅଛନ୍ତି ଏବଂ ତାଙ୍କ ବହିଷ୍କାରକୁ ଅପେକ୍ଷା କରିଛନ୍ତି।

ତୃଣମୂଳ କଂଗ୍ରେସ ନେତା ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ପୂର୍ବତନ ବଙ୍ଗଳା କଂଗ୍ରେସ ସଭାପତି ଅଧୀର ରଂଜନ ଚୋଦୁହୁରୀଙ୍କୁ ପୂର୍ବତନ ସଭାପତି ଭାବରେ ସମ୍ବୋଧନ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ପ୍ରକାଶ ଯେ, ଏହା ପୂର୍ବରୁ ଗଣମାଧ୍ୟମ ସହିତ କଥା ହେବାବେଳେ ଅଧୀର ରଂଜନ ଚୌଧୁରୀ ନିଜେ କହିଥିଲେ ଯେ, ଲୋକସଭା ନିର୍ବାଚନ ପରେ ଦଳର ନେତାଙ୍କ ବୈଠକରେ ତାଙ୍କୁ ପୂର୍ବତନ ସଭାପତି ଭାବରେ ସମ୍ବୋଧିତ କରାଯାଇଥିଲା, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା।

ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ରାମଦାସ ଅଠାୱାଲେ ମଧ୍ୟ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ କହିଥିଲେ ଯେ, ସେ କଂଗ୍ରେସ ଛାଡନ୍ତୁ। କଂଗ୍ରେସ ଛାଡିବାକୁ ପରାମର୍ଶ ଦେବାବେଳେ ରାମଦାସ ଅଠାୱାଲେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଅଧୀର ରଂଜନ ଚୌଧୁରୀ ଚାହାଁନ୍ତି, ତେବେ ସେ ଏନଡିଏ କିମ୍ବା ତାଙ୍କ ପାର୍ଟି ଆରପିଆଇରେ ଯୋଗ ଦେଇ ପାରିବେ।

ଅଧୀର ରଂଜନ ଚୌଧୁରୀ କ’ଣ କହିଥିଲେ?:

ମଙ୍ଗଳବାର ଦିନ ଅଧୀର ରଂଜନ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ, ନିକଟରେ ତାଙ୍କୁ ପୂର୍ବତନ ସଭାପତି ଭାବରେ ସମ୍ବୋଧିତ କରାଯାଇଥିଲା ଏବଂ ଦଳର ଏହି ନିଷ୍ପତ୍ତି ବିଷୟରେ ତାଙ୍କୁ କିଛି କୁହାଯାଇ ନଥିଲା। ଏହି ସଭାରେ ପୂର୍ବତନ ସଭାପତି ଭାବରେ ସମ୍ବୋଧିତ ହୋଇଥିବାରୁ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Related posts