ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published: Aug 17, 2024, 7:50 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଠାରୁ ଟେଲିଫୋନ୍‍ କଲ୍‍ ପାଇଥିଲେ।

ଭାରତର ୭୮ ତମ ସ୍ୱାଧୀନତା ଦିବସ  ପାଇଁ  ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଦୁଇ ନେତା ପଶ୍ଚିମ ଏସିଆର ସ୍ଥିତି ଉପରେ ଆଲୋଚନା କରିଥିଲେ।

ଉତ୍ତେଜନା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବନ୍ଧକଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ପ୍ରଭାବିତଙ୍କ ପାଇଁ ମାନବିକ ସହାୟତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଆହ୍ବାନ ଦେଇଛନ୍ତି।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଏବଂ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଦୁଇ ନେତା ପରସ୍ପରର ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି।

Related posts