Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ
ଜାତୀୟ ଖବର

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ

August 24, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ପ୍ରମୁଖ ଯୋଜନାକୁ ଜାରି ରଖିବାକୁ ଆଜି ମଞ୍ଜୁରି ମିଳିଛି। ଏସବୁ ଯୋଜନାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି)ର ‘ବିଜ୍ଞାନ ଧାରା’ ନାମକ ଏକ ସମନ୍ୱିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମିଶ୍ରଣ କରାଯାଇଛି।

ଏହି ଯୋଜନାରେ ତିନୋଟି ବ୍ୟାପକ ଉପାଦାନ ରହିଛି:

୧- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଏସଆଣ୍ଡଟି) ସହ ଜଡ଼ିତ ସଂସ୍ଥାଗତ ଓ ମାନବ ଦକ୍ଷତା ବିକାଶ,

୨- ଗବେଷଣା ଓ ବିକାଶ ଏବଂ

୩- ନୂଆ ଉଦ୍ଭାବନ, ପ୍ରଯୁକ୍ତି ବିକାଶ ଓ ନିୟୋଜନ।

୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗ ଅବଧି ମଧ୍ୟରେ ସମନ୍ୱିତ ଯୋଜନା ‘ବିଜ୍ଞାନ ଧାରା’ର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବିତ ବ୍ୟୟ ଅଟକଳ ୧୦,୫୭୯.୮୪ କୋଟି ଟଙ୍କା ରହିଛି।

ଯୋଜନାଗୁଡ଼ିକୁ ଏକକ ଯୋଜନାରେ ମିଶ୍ରଣ କରିବା ଦ୍ୱାରା ପାଣ୍ଠି ର ଉପଯୋଗରେ ଦକ୍ଷତା ବୃଦ୍ଧି ପାଇବ ଏବଂ ଉପ-ଯୋଜନା/କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ସ୍ଥାପନ ହେବ ।

‘ବିଜ୍ଞାନ ଧାରା’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶକୁ ପ୍ରୋତ୍ସାହିତ କରିବା । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ସୁସଜ୍ଜିତ ଗବେଷଣା ଓ ବିକାଶ ପରୀକ୍ଷାଗାରକୁ ପ୍ରୋତ୍ସାହିତ କରାଯାଇ ଦେଶର ବିଜ୍ଞାନ ଓ ବିକାଶ ଭିତ୍ତିଭୂମି ସୁଦୃଢ଼ କରାଯିବ ।

ଏହି ଯୋଜନାରେ ଅନ୍ତର୍ଜାତୀୟ ମେଗା ସୁବିଧା ସହିତ ମୌଳିକ ଗବେଷଣା, ଦୀର୍ଘସ୍ଥାୟୀ ଶକ୍ତି, ଜଳ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗ ମାଧ୍ୟମରେ ସହଯୋଗୀ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଇଛି। ଏହା ବିଜ୍ଞାନ ଓ ବୈଷୟିକ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ପୂର୍ଣ୍ଣକାଳୀନ ସମକକ୍ଷ (ଏଫଟିଇ) ଗବେଷକ ଗଣନାରେ ଉନ୍ନତି ଆଣିବା ଦିଗରେ ଦେଶର ଗବେଷଣା ଓ ବିକାଶ ଭିତ୍ତିଭୂମିକୁ ବିସ୍ତାର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମାନବ ସମ୍ବଳ ପୁଲ୍ ନିର୍ମାଣରେ ସହାୟକ ହେବ । ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ (ଏସଟିଆଇ)ରେ ଲିଙ୍ଗଗତ ସମାନତା ଆଣିବାର ଚୂଡ଼ାନ୍ତ ଲକ୍ଷ୍ୟ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ଏସଆଣ୍ଡଟି) କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ। ଏହି ଯୋଜନା ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ପ୍ରୟାସକୁ ସୁଦୃଢ଼ କରିବ। ଏଥିସହିତ ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ମାଧ୍ୟମରେ ଶିଳ୍ପ ଓ ଷ୍ଟାର୍ଟଅପ୍ ପାଇଁ ଶିକ୍ଷାନୁଷ୍ଠାନ, ସରକାର ଏବଂ ଶିଳ୍ପ ଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ।

‘ବିଜ୍ଞାନ ଧାରା’ ଯୋଜନାରେ ପ୍ରସ୍ତାବିତ ସମସ୍ତ କାର୍ଯ୍ୟକ୍ରମ କୁ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ୫ ବର୍ଷର ଲକ୍ଷ୍ୟ ସହିତ ସଂଯୁକ୍ତ କରାଯିବ। ଏହି ଯୋଜନାର ଗବେଷଣା ଓ ବିକାଶ ଉପାଦାନକୁ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନ୍‌ଆରଏଫ) ଅନୁରୂପ ପ୍ରସ୍ତୁତ କରାଯିବ। ଏହି ଯୋଜନାର କାର୍ଯ୍ୟକାରିତା ଜାତୀୟ ପ୍ରାଥମିକତା ଅନୁଯାୟୀ ବିଶ୍ୱସ୍ତରରେ ପ୍ରଚଳିତ ମାନଦଣ୍ଡକୁ ଅନୁସରଣ କରିବ।

ପୃଷ୍ଠଭୂମି:

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସଂଗଠିତ, ସମନ୍ୱିତ କରିବା ସହ ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରେ । ଦେଶରେ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ଭାବନ (ଏସଟିଆଇ)କୁ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ୩ଟି କେନ୍ଦ୍ରୀୟ କ୍ଷେତ୍ର ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଗୁଡ଼ିକ ହେଲା: (୧) ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାଗତ ଓ ମାନବ ଦକ୍ଷତା ବିକାଶ, (୨) ଗବେଷଣା ଓ ବିକାଶ ଏବଂ (୩) ଉଦ୍ଭାବନ, ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଏହାର କାର୍ଯ୍ୟକାରିତା। ସମନ୍ୱିତ ଯୋଜନା ‘ବିଜ୍ଞାନ ଧାରା’ରେ ଏହି ତିନୋଟି ଯୋଜନାକୁ ମିଶ୍ରଣ କରାଯାଇଛି।

କ୍ୟାବିନେଟ୍ ଅନୁମୋଦନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ଧାରା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.