Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ -୨୦୨୪କୁ ଉଦଘାଟନ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ
ଆଜିର ଖବର

ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ -୨୦୨୪କୁ ଉଦଘାଟନ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

September 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ-୨୦୨୪କୁ ଉଦଘାଟନ କରିଛନ୍ତି।

ଉଦଘାଟନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କର୍ତ୍ତବ୍ୟ ରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଡିଜିଏସପି/ଆଇଜିଏସପି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆଜି ଏନସିଆରବି ଦ୍ୱାରା ବିକଶିତ ଡିଜିଏସପି/ଆଇଜିଏସପି ସମ୍ମିଳନୀ ସୁପାରିଶର ଡ୍ୟାସବୋର୍ଡ ଶୁଭାରମ୍ଭ କରିଛନ୍ତି।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ସିଏପିଏଫ୍ ଏବଂ ସିପିଓର ଶୀର୍ଷ ପୁଲିସ ନେତୃତ୍ୱଙ୍କ ସହ ନୂତନ ଜାତୀୟ ନିରାପତ୍ତା ଆହ୍ୱାନର ସମାଧାନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ।

ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜର ପରିଚାଳନା କରୁଥିବା ବରିଷ୍ଠ ପୋଲିସ ନେତୃତ୍ୱ, ଅତ୍ୟାଧୁନିକ ସ୍ତରରେ କାର୍ଯ୍ୟରତ ଯୁବ ପୋଲିସ ଅଧିକାରୀ ଏବଂ ବିଶେଷ କ୍ଷେତ୍ରର ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ପ୍ରମୁଖ ଜାତୀୟ ସୁରକ୍ଷା ଆହ୍ୱାନର ସମାଧାନ ଖୋଜିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଏସପି /ଆଇଜିଏସପି ସମ୍ମିଳନୀରେ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀର ପରିକଳ୍ପନା କରିଥିଲେ। ଡିଜିଏସପି/ଆଇଜିଏସପି ସମ୍ମିଳନୀ -୨୦୨୦ ରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପକ ଅଂଶଗ୍ରହଣ ପାଇଁ ହାଇବ୍ରିଡ୍ ମୋଡ୍ ରେ ସମ୍ମିଳନୀ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଫିଜିକାଲ ଓ ଭର୍ଚୁଆଲ ମୋଡକୁ ମିଶାଇ ହାଇବ୍ରିଡ୍ ଫର୍ମାଟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ସାରା ଦେଶରୁ ୭୫୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ନିତ୍ୟାନନ୍ଦ ରାୟ ଏବଂ ବନ୍ଦି ସଞ୍ଜୟ କୁମାର, ଗୃହ ରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଅତିରିକ୍ତ/ଉପ ଏନଏସଏ ଏବଂ ସିଏପିଏଫ ତଥା ସିପିଓର ମୁଖ୍ୟମାନେ ଦିଲ୍ଲୀରେ ସମ୍ମିଳନୀରେ ଯୋଗ ଦେଉଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିଏସପି ତଥା ଅତ୍ୟାଧୁନିକ ସ୍ତରର ଯୁବ ପୁଲିସ ଅଧିକାରୀ ଏବଂ ସ୍ୱତନ୍ତ୍ର କ୍ଷେତ୍ରର ବିଶେଷଜ୍ଞମାନେ ସମ୍ପୃକ୍ତ ରାଜ୍ୟର ରାଜଧାନୀରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ଅମିତ ଶାହ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ସୁକମାରେ ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ

December 22, 2025

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025
Latest News

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ସୁକମାରେ ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ

December 22, 2025

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 22, 2025

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ଓଡିଶାର ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା, ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

December 22, 2025

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.