Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶିକ୍ଷକ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାତା
ଆଞ୍ଚଳିକ

ଶିକ୍ଷକ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାତା

September 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ନବମ ଅଧିଷ୍ଠାନ ଦିବସ ତଥା ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ ଅବସରରରେ ଶିକ୍ଷକମାନେ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାତା ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ବାଲୁଗାଁ ଦିଗନ୍ତିକା ହୋଟେଲ ପରିସରରେ ଆଜି ଅନୁଷ୍ଠିତ ନବମ ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ମୁଖ୍ୟବକ୍ତା ଭାବେ ରୋଟାରୀ ଜିଲ୍ଲାର ଆଗାମୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଯୋଗଦେଇ ଥିଲେ।

ପ୍ରାରମ୍ଭରେ ପୂର୍ବତନ ସଭାପତି ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିବା ପରେ ମା ଭଗବତୀ କଳା ନିକେତନର ଶିଶୁ କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରି ଥିଲେ। ଏହାପରେ ଅତିଥିମାନେ ଜଗତର ନାଥ ଶ୍ରୀଜଗନ୍ନାଥ ଓ ରୋଟାରୀ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ପଲ ହରିଶଙ୍କୁ ପୁଷ୍ପ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରି ସମାରୋହ ଉଦଘାଟନ କରିଥିଲେ।

ଏହି ଅବସରରେ ପୂର୍ବତନ କ୍ଲବ ସଭାପତି ଅକ୍ଷୟ କୁମାର ମହାପାତ୍ର ଓ ସମ୍ପାଦକ ତ୍ରିଲୋଚନ ବାରିକ ଗତ ରୋଟାରୀ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥlପିତ କରିଥିଲେ।  ଚଳିତ ବର୍ଷର ନୂତନ ରୋଟାରୀ ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ଓ ସମ୍ପାଦକ ଗଜେନ୍ଦ୍ର ସେଠି ପ୍ରସ୍ତାବିତ କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହାପରେ ପୂର୍ବତନ ସଭାପତି ଓ ସମ୍ପାଦକ ନୂତନ ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ଓ ସମ୍ପାଦକ ଗଜେନ୍ଦ୍ର ସେଠିଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନୂତନ ପଦବୀରେ ଆନୁଷ୍ଠାନିକ ଭାବେ ଅଧିଷ୍ଠିତ କରାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ନୂତନ ରୋଟାରାକ୍ଟ ସଭାପତି ଭାବେ ନିବେଦିତା ଜେନା ଓ ସମ୍ପାଦକ ଭାବେ ରିତାଞ୍ଜଳୀ ଜାଲିଙ୍କୁ ମୁଖ୍ୟ ଅତିଥି ଦାୟିତ୍ୱ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶିବବ୍ରତ ଦାଶ ଓ ମୁଖ୍ୟବକ୍ତା ମନୋଜ କୁମାର ତ୍ରିପାଠୀ ରୋଟାରୀ କ୍ଲବର ଆଭିମୁଖ୍ୟ, ଉଦ୍ଦେଶ୍ୟ, ଅଞ୍ଚଳ ଓ ବିଶ୍ୱ ପାଇଁ ଥିବା ପ୍ରତିବଦ୍ଧତା ଉଲ୍ଲେଖ କରିବା ସହ ଚଳିତ ବର୍ଷ ରାଷ୍ଟ୍ର ନିର୍ମାତା ପୁରସ୍କାର ପାଇଁ ଯୋଗ୍ୟତା ହାସଲ କରିଥିବାଙ୍କୁ ସମ୍ବୋଧିତ କରି କହିଲେ ଯେ ଶିକ୍ଷକ ମାନେ ହେଉଛନ୍ତି ରାଷ୍ଟ୍ରର ଯଥାର୍ଥ ନିର୍ମାତା। ସେଥିପାଇଁ ପ୍ରତ୍ୟେକ ଶିକ୍ଷକ ପ୍ରତି ସମୟରେ ନୂତନ ଶିକ୍ଷା ଗ୍ରହଣ କରିବା ସହ ଶିକ୍ଷାର୍ଥୀଙ୍କ ହୃଦୟ ସହ ସଂଯୁକ୍ତ ହୋଇପାରିଲେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ହୋଇପାରିବ।

ଏହାପରେ ଅତିଥିମାନେ ଚିଲିକା ଓ ବାଣପୁର ବ୍ଲକର ଆଦର୍ଶ ଶିକ୍ଷକ ଭାବେ ଆଲୋକ କୁମାର ପାଟଶାଣୀ, ନିରୋଦ ପ୍ରସାଦ ସାମନ୍ତରାୟ, ସୁରେଶ ଚନ୍ଦ୍ର ସ୍ୱାଇଁ,ଜୟକୃଷ୍ଣ ଜେନା, ଜିତେନ୍ଦ୍ର ମାନସିଂହ ଓ ଅମର ପ୍ରସାଦ ତରାଇ ଙ୍କୁ ଚଳିତ ବର୍ଷର ରାଷ୍ଟ୍ର ନିର୍ମାତା ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏଥିସହିତ ନୂତନ ରୋଟାରୀଆନ ଭାବେ ଯୋଗଦେଇଥିବା କୈଳାସ ଚନ୍ଦ୍ର ସାହୁ, ନିରୋଦ ପ୍ରସାଦ ସାମନ୍ତରାୟ ଓ ଆଲୋକ କୁମାର ପାଟଶାଣୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅଧିଷ୍ଠାନ ସମାରୋହକୁ ପୂର୍ବତନ କ୍ଲବ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ,ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ନିରଜ ଝା, ଯଦୁମଣି ତରାଇ, ସବିତା ପାତ୍ର, ଭାଗିରଥି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ମଞ୍ଚ ସଂଯୋଜନା କରିଥିଲେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା lଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ ଯଦୁମଣି ତରାଇ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.