ଗୋଦାବରୀଶ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ଶାନ୍ତି ଦିବସ ପାଳିତ

Published: Sep 21, 2024, 7:12 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସକାଳ ୧୦.୩୦ ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ରୋଭର, ରେଞ୍ଜର ମାନଙ୍କ ଦ୍ୱାରା ଏକ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା, ରେଞ୍ଜର ଲିଡର ଉତ୍କଳିକା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରେଞ୍ଜର ଲିଡର ଛାତ୍ରୀ ଚିନ୍ମୟୀ ମିଶ୍ର, ରୋଭର ଲିଡର ଛାତ୍ର ତୁଷାର କାନ୍ତ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଆଜିର ଯୁଗରେ ଶାନ୍ତିର ଆବଶ୍ୟକତା, ଜୀବେଦୟା ଆଦି ପାଇଁ ମହାତ୍ମା ଗାନ୍ଧୀଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆବଶ୍ୟକତା, ନିଜେ ବଞ୍ଚିବା ଓ ଅନ୍ୟ ମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରିବା, ପରିବେଶ ପ୍ରଦୂଷଣରୁ ସମାଜକୁ ମୁକ୍ତ କରି ସୁସ୍ଥ ଜୀବନ ଯାପନ ପାଇଁ ପ୍ରେରଣା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଭର ଓ ରେଞ୍ଜର ମାନେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ସ୍ଳୋଗାନ ଦେଇ ଅନୁଷ୍ଠାନ ର ପରିବେଶ ସଫା କରିଥିଲେ ଓ କିଛି ବୃକ୍ଷ ରୋପଣ କରିଥିଲେ।

Related posts