ପାକିସ୍ତାନକୁ ଧରାଶାୟୀ କରିଥିବା ବାଂଲାଦେଶର ପରାଜୟ, ଭାରତଠାରୁ ହାରିଲା ପ୍ରଥମ ଟେଷ୍ଟ

Published: Sep 22, 2024, 12:35 pm IST

ନୂଆଦିଲ୍ଲୀ: ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ଭାରତୀୟ ଦଳକୁ ପସରସ୍ତ କରିଛି। ଏହି ମ୍ୟାଚ୍ ଚତୁର୍ଥ ଦିନରେ ସମାପ୍ତ ହୋଇଛି। ୫୧୫ ରନ୍ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ୨୧୪ ରନ୍ ଅଲ ସମସ୍ତ ୱିକେଟ ହରାଇଛି। ଭାରତର ଏହି ବିଜୟରେ ଅଶ୍ଵୀନ୍ ଙ୍କ ବଡ ଅବଦାନ ରହିଛି। ଉଭୟ ବଲ୍ ଏବଂ ବ୍ୟାଟ୍ ସାହାଯ୍ୟରେ ଆଶ୍ଚର୍ଯ୍ୟଜନକ ପାଳି ଖେଳି ସେ ଦଳର ବିଜୟ ପାଇଁ ବଡ ଭୂମିକା ଗ୍ରହଣ କରିଛନ୍ତି।

ପ୍ରଥମ ଇନିଂସରେ ଯେତେବେଳେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖାଦେଇଥିଲା ସେତେବେଳେ ରବିଚନ୍ଦ୍ରନ ଅଶ୍ଵିନୀ ଦଳ ପାଇଁ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଯାହାଫଳରେ ଦଳର ସ୍କୋର ୩୭୬ ରନରେ ପହଞ୍ଚିଥିଲା। ସେହିଭଳି ଦ୍ଵିତୀୟ ଇନିଂସରେ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଥିବା ବେଳେ ଅଶ୍ଵିନୀ ୬ ଟି ୱିକେଟ ନେଇ ଭ୍ରମଣକାରୀ ଦଳକୁ ମାତ୍ର ୨୩୪ ରନରେ ଅଟକାଇଥିଲେ। ଏହିପରି ଭାରତକୁ ପ୍ରଥମ ଟେଷ୍ଟରେ ୨୮୦ ରନରେ ବିଜୟ ହାସଲ ହୋଇଛି।

Related posts