ବାଣପୁର ପଞ୍ଚାୟତ ସମିତିରେ ସଫେଇ ମିତ୍ର ସୁରକ୍ଷା ଶିବିର

Published: Sep 27, 2024, 9:13 am IST

ବାଣପୁର ( ସୀତାରାମ ଅଗ୍ରୱାଲ): ସ୍ୱଚ୍ଛତା ହିଁ ସେବା ସପ୍ତାହ ଉପଲକ୍ଷେ ଗୁରୁବାର ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ସଫେଇ ମିତ୍ର ମାନଙ୍କର ବ୍ଲକ ପରିସରରେ ଏକ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପଂଚାୟତ ଅଧୀନରେ କାର୍ଯ୍ୟରତ ସଫେଇ ମିତ୍ର ମାନଙ୍କର ରକ୍ତଚାପ, ରକ୍ତ ସର୍କରା ଭଳି ମାରାତ୍ମକ ରୋଗ ନିରୂପଣ କରି ସେମାନଙ୍କୁ ରୋଗମୁକ୍ତ ରଖିବାକୁ ଉକ୍ତ ଶିବିରର ମୂଳ ଲକ୍ଷ।

ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରର ଡାକ୍ତର ଶୈଳେଶ କୁମାର ପଟ୍ଟନାୟକ ସଫେଇ ମିତ୍ର ମାନଙ୍କର ସ୍ଵାସ୍ତ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l ଉକ୍ତ ଶିବିରରେ ବିଡ଼ିଓ ଶୀତଲ ଅଗ୍ରୱାଲ, ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅତିରିକ୍ତ ଯନ୍ତ୍ରୀ ଆଦ୍ୟସା ଦାଶ ପ୍ରମୁଖ ଯୋଗଦେଇ ସଫେଇ ମିତ୍ର ମାନଙ୍କୁ ଉତ୍ସାହିତ କରିଥିଲେ।

ସଫେଇ ମିତ୍ରମାନେ ଦୈନିକ କାର୍ଯ୍ୟ କରିବା ଦ୍ୱାରା ଆମ ଚତୁଃପାର୍ଶ୍ଵ ସଫାସୁତୁରା ରହେ। ତେଣୁ ସେମାନେ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ ବୋଲି ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ ସଫେଇ ମିତ୍ର ମାନଙ୍କର ଉତ୍ତମ ସ୍ଵାସ୍ତ୍ୟ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଆରସୀ ଆଶିଷ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ।

Related posts