ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍

Published: Sep 28, 2024, 6:06 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରବିବାର ଦିନ ୧୧ ଟା ସମୟରେ ଆକାଶବାଣୀରେ ଚାଲିଥିବା ‘ମନ କି ବାତ୍’ କାର୍ଯ୍ୟକ୍ରମରେ ନିଜର ଅଭିବ୍ୟକ୍ତି ରଖିବେ। ସେ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ୧୧୪ ତମ ପର୍ଯ୍ୟାୟ ହେବ। କ୍ରମାଗତ ତୃତୀୟ ଥର ପାଇଁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଚତୁର୍ଥ ଅଧ୍ୟାୟ ହେବ।

ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ପ୍ରସାରିତ ହେବ। ଏଆର ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ ଏୟାର ମୋବାଇଲ୍ ଆପ୍ ରେ ପ୍ରସାରଣ କରାଯିବ। ଏହା ମଧ୍ୟ ଏଆର ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।

Related posts