ବାଣପୁର କୋର୍ଟ ପରିସରରେ ‘ସ୍ୱଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Sep 29, 2024, 5:47 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ବାଣପୁର କୋର୍ଟ ପରିସରରେ ‘ସ୍ୱଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ମିଳିତ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଉଭୟ ବିଚାରପତି କୋର୍ଟ ପରିସରକୁ ସଫା ମଧ୍ୟ କରିଥିଲେଷ

ପ୍ରତ୍ୟେକ ଙ୍କ ପାଇଁ ସ୍ୱଛତା ଜରୁରୀ। ପ୍ରତ୍ୟେକ ଅନୁଷ୍ଠାନ କିମ୍ବା ଗୃହ ପାଇଁ ସ୍ୱଛତା ନିତାନ୍ତ ଜରୁରୀ l ନିଜେ,ନିଜ ପରିବାର, ନିଜ ପରିସର ସ୍ୱଛ ରଖିଲେ ସମାଜ, ରାଜ୍ୟ ଓ ଦେଶ ମଧ୍ୟ ସ୍ୱଛ ଓ ସୁନ୍ଦର ହୋଇ ପାରିବ ବୋଲି ବିଚାରପତି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱଛତା ହିଁ ସେବା ଶପଥ ପାଠ କରାଯାଇଥିଲା। ଉକ୍ତ ସଫେଇ କାର୍ଯ୍ୟକ୍ରମରେ ବାଣପୁର କୋର୍ଟର ସମସ୍ତ କର୍ମଚାରୀ ମାନେ ଭାଗ ନେଇଥିଲେ।

Related posts