ଇସ୍ରାଏଲ ଉପରେ 180 କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ: ଭାରତୀୟଙ୍କ ସୁରକ୍ଷା ପାଇଁ ହେଲ୍ପଲାଇନ ନମ୍ବର ଜାରି

Published: Oct 2, 2024, 2:14 pm IST

ଦିଲ୍ଲୀ: ଇରାନ ଏବଂ ଇସ୍ରାଏଲର ଆକ୍ରମଣ ହେତୁ ମଧ୍ୟ ପୂର୍ବରେ ଉତ୍ତେଜନା ବୃଦ୍ଧି ପାଇବାରେ ଭାରତ ମଧ୍ୟ ଚିନ୍ତିତ। ଇସ୍ରାଏଲରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ଚିନ୍ତିତ ଅଛି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ସେ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ଏବଂ ସେମାନଙ୍କ ଦ୍ଵାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡିକ ପାଳନ କରିବାକୁ କହିଛନ୍ତି।

ଇସ୍ରାଏଲରେ ଭାରତୀୟ ଦୂତାବାସର ମାର୍ଗଦର୍ଶିକା:

ଇସ୍ରାଏଲ ଉପରେ ଇରାନର ଆକ୍ରମଣର ଧମକ ଦେବାର କିଛି ଘଣ୍ଟା ମଧ୍ୟରେ ଭାରତୀୟ ଦୂତାବାସ ମାର୍ଗଦର୍ଶିକା ଜାରି କରିଥିଲା।

ଇରାନର ଗଣମାଧ୍ୟମ ନିଶ୍ଚିତ କରିଛି ଯେ, ଇରାନ ଇସ୍ରାଏଲ ଉପରେ 180 ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏଥି ସହିତ ଇସ୍ରାଏଲର ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ବିଫଳ କରୁଛି। ସେମାନେ କହିଛନ୍ତି ଯେ, ସେମାନଙ୍କ ନାଗରିକମାନେ ପୂର୍ବରୁ ବଙ୍କରରେ ଥିଲେ ଏବଂ ଆକ୍ରମଣରୁ ସୁରକ୍ଷିତ ଥିଲେ।

ଇସ୍ରାଏଲର ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି:

୨୪ ଘଣ୍ଟିଆ ସହାୟତା ପାଇଁ ଭାରତୀୟ ଦୂତାବାସ ମଧ୍ୟ ହେଲ୍ପଲାଇନ ନମ୍ବର ଜାରି କରିଛି। ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାଗରିକମାନେ ଏହି ନମ୍ବରକୁ କଲ କରିପାରିବେ। ମାର୍ଗଦର୍ଶିକାରେ କୁହାଯାଇଛି ଯେ, “ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଏହାର ସମସ୍ତ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। କୌଣସି ଜରୁରୀକାଳୀନ ପରିସ୍ଥିତିରେ ଦୂତାବାସର 24×7 ହେଲ୍ପଲାଇନ – + 972- 547520711 ଏବଂ + 972-543278392 ରେ ଯୋଗାଯୋଗ କରନ୍ତୁ।

ଆପଣ ଏହି ଇମେଲ୍ ID ରେ ମଧ୍ୟ ଯୋଗାଯୋଗ କରିପାରିବେ:

ଭାରତୀୟ ଦୂତାବାସ ମଧ୍ୟ ଏହାର ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ଇମେଲ ID – [email protected] ଅଂଶୀଦାର କରିଛି। ସେହି ଲୋକମାନଙ୍କ ପାଇଁ ଏକ ନିବେଦନ କରାଯାଇଛି ଯେଉଁମାନେ ଏପର୍ଯ୍ୟନ୍ତ ଦୂତାବାସରେ ପଞ୍ଜୀକୃତ ହୋଇନାହାଁନ୍ତି। ଏହି ବାର୍ତ୍ତା ସହିତ ଏକ ଫର୍ମ ମଧ୍ୟ ସଂଲଗ୍ନ କରାଯାଇଛି।

Related posts