ବାବା ସିଦ୍ଦିକଙ୍କ ଶେଷ ଦର୍ଶନ କଲେ ଅଭିନେତା ସଲମାନ ଖାନ

Published: Oct 14, 2024, 10:07 am IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ବିଧାୟକ ବାବା ସିଦ୍ଦିକଙ୍କ ଘନିଷ୍ଠ ବନ୍ଧୁ ସଲମାନ ଖାନ ରବିବାର ସନ୍ଧ୍ୟାରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ପୂର୍ବ ବାନ୍ଦ୍ରାର ନେତା ସିଦ୍ଦିକଙ୍କୁ ଗତ ଶନିବାର ଦିନ ଗୁଳି ମାଡରେ ମୃତ୍ୟୁବରଣ କରିଥିଲେ।  ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘରକୁ ଯାଇଥିଲେ ଭାଇଜାନ।

କଡା ସୁରକ୍ଷା ଏବଂ ତାଙ୍କ ଅଙ୍ଗରକ୍ଷୀ ଶେରାଙ୍କୁ ଘେରି ରହିଥିବା ଜଣେ ଶୋକସନ୍ତପ୍ତ ସଲମାନ ଖାନ ସମବେଦନା ଜଣାଇବା ପରେ ଘରୁ ବାହାରକୁ ଯାଇଥିବାର ନଜର ଆସିଛନ୍ତି। ବାବା ସିଦ୍ଦିକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣିବା ପରେ ସଲମାନ ଖାନ ବିଗ୍ ବସ୍ 18 ର ସୁଟିଂକୁ ବାତିଲ କରି ଲିଳାବତୀ ଡାକ୍ତରଖାନାକୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ବାବା ସିଦ୍ଦିକଙ୍କୁ ରାଜ୍ୟ ସମ୍ମାନରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା।

Related posts