Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ବିଦ୍ୟାପୀଠରେ ଆଇନ ସେବା ପ୍ରାଧିକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ଗୋଦାବରୀଶ ବିଦ୍ୟାପୀଠରେ ଆଇନ ସେବା ପ୍ରାଧିକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ

October 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ତାଲୁକ ଆଇନ ସେବା ସମିତି, ବାଣପୁର ପକ୍ଷରୁ ଗୋଦାବରୀଶ ବିଦ୍ୟାପୀଠ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ବାଣପୁର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ ଆଦି ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଇନ ସେବା ପ୍ରାଧିକରଣ ଏବଂ ତାହାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଆଇନସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ବିଭିନ୍ନ ପ୍ରକାର ଆଇନସେବା ଯଥା ଆଇନ ପରାମର୍ଶ ମଧ୍ୟସ୍ଥତା ମାଧ୍ୟମରେ ମାମଲା ଫଇସଲା, ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମାଗଣାରେ ଓକିଲ ନିଯୁକ୍ତି ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମିଳିବାକୁ ଥିବା ଆଇନଗତ ସାହାଯ୍ୟ ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ଆଇନଜୀବୀ ଶ୍ରୀ ମୁଦୁଲି ଯିଏକି ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର, ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇଁ ଉପଦେଶ ଦେବା ସହ ଶିକ୍ଷାଧିକାର ଆଇନ, ପୀଡ଼ିତା କ୍ଷତିପୂରଣ ଆଇନ ବିଷୟରେ ବୁଝାଇଥିଲେ। ପରିଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇନ ସେବା ପ୍ରାଧିକରଣ ଗୋଦାବରୀଶ ବିଦ୍ୟାପୀଠ ତାଲୁକ ଆଇନ ସେବା ସମିତି ବାଣପୁର ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.