Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏକ ଚ୍ୟାଲେଞ୍ଜ: ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!
ଆଜିର ଖବର

ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏକ ଚ୍ୟାଲେଞ୍ଜ: ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

October 29, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ, ଯାହାକୁ ପ୍ରାୟତଃ “ପିଙ୍କ ଅକ୍ଟୋବର” କୁହାଯାଏ। ଏହି ପରିପେକ୍ଷୀରେ ବ୍ରହ୍ମା ନଗରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ କ୍ରାନ୍ତି ଅନୁଷ୍ଠାନ ଓ ସରକାରୀ ଆଇ ଟି.ଆଇ ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ ମିଳିତ ସହଯୋଗରେ ସରକାରୀ ଆଇ ଟି.ଆଇ ଅଡିଟୋରିୟମରେ ସ୍ତନ କର୍କଟ ରୋଗର ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି। କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ।

ସଚେତନ କରାଯିବା ଦ୍ବାରା ଏହି ରୋଗକୁ ମାତ ଦିଆଯାଇ ପାରିବ। ସ୍ତନ କର୍କଟ ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି କରିବା, ବ୍ୟକ୍ତିବିଶେଷ, ବିଶେଷକରି ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ସହିତ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। “କ୍ରାନ୍ତି “ପକ୍ଷରୁ ପ୍ରତି ଲୋକଙ୍କୁ ସଚେତନ କରିବା ସହ “ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!.”….

ଏହି ବାର୍ତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟାନ୍ସର ସର୍ଭାଇଭର ଡ଼ଃ ଦେବାନନ୍ଦ ଦାଶଙ୍କ ସଭାପତିତ୍ବ ରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଡ଼ଃ ଦାଶ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କ୍ରାନ୍ତି ଅନୁଷ୍ଠାନର ସଦସ୍ୟା ନିର୍ମଳା ଦାଶ ଅତିଥିମାନଙ୍କୁ “ଉପଢୌକନ” ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।

ପ୍ରଥମେ ଆଇ.ଟି.ଆଇ ଅଧ୍ୟକ୍ଷ ଇଂ ରଞ୍ଜନ କୁମାର ପରିଡ଼ା ସ୍ତନ କର୍କଟ ରୋଗ ଉପରେ ସମ୍ୟକ୍ ସୂଚନା ଦେଇ, ଛାତ୍ରୀମାନଙ୍କୁ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଏମ.କେ.ସି.ଜି.ମେଡିକାଲ କଲେଜ ଓ ହସପିଟାଲ ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ପି .ଶ୍ରୀଲେଖା “ସ୍ତନ୍ୟପାନ ଏବଂ କର୍କଟ ରୋଗର ବିପଦ” ଉପରେ ଉପରେ କରିଥିଲେ। ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ। କମ୍ ବୟସରେ ଋତୁ ସ୍ରାବ, ସନ୍ତାନ ହୀନତା, ବିଳମ୍ବରେ ଗର୍ଭଧାରଣ, ମେଦ ବହୁଳତା, ଚର୍ବି ଜାତୀୟ ଖାଦ୍ୟ ଖାଇବାରୁ ଏହି ସ୍ତନ କର୍କଟ ରୋଗ ହୋଇଥାଏ। ତେବେ ଏହି ରୋଗର ଶୀଘ୍ର ଚିହ୍ନଟ ପରେ ସଠିକ୍ ଚିକିତ୍ସା କରାଗଲେ ରୋଗୀ ଆରୋଗ୍ୟ ହୋଇଥାଏ ବୋଲି ଡକ୍ଟର ଶ୍ରୀଲେଖା ସ୍ପଷ୍ଟ କରିଛନ୍ତି।

ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ ର ରେଡିଏସନ ଓଙ୍କୋଲଜୀ ମୁଖ୍ୟ ଡାକ୍ତର କାହୁଁ ଚରଣ ପାତ୍ର ଓ କ୍ଲିନିକଲ ହେମାଟୋଲଜିଷ୍ଟ୍ ଡାକ୍ତର ଏସ୍ରତ ବାନୋ ରୋଗର କାରଣ, ନିରାକରଣ ଓ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ସ୍ତନ କର୍କଟ ର ଅନ୍ୟ ଏକ ମୁଖ୍ୟ କାରଣ ଲୋକଲଜ୍ୟା ଭୟରେ ପ୍ରାରମ୍ଭିକ ସ୍ତରରୁ ସେମାନେ ରୋଗ କୁ ଲୁଚାଇ ଥାନ୍ତି ଯାହାକି ପରେ କର୍କଟ ର ରୂପ ନେଇ ଥାଏ।

ମହିଳା ମାନେ ସଚେତନ ହୋଇ ଏବଂ ଲୋକ ଲଜ୍ୟାରୁ ଉର୍ଦ୍ଧରେ ରହି ଚିକିତ୍ସା ସହାୟତା ନେଲେ ରୋଗ କୁ ପ୍ରତିହତ କରିପାରିବେ। ବିପଦର କାରଣ, ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧ ବିଷୟରେ ଆଲୋଚନା କରିଥିଲେ।ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି।

ଅତ୍ୟାଧୁନିକ ଚିକିତ୍ସା ଅଗ୍ରଗତି ଏବଂ ନିୟମିତ ସ୍କ୍ରିନିଂ ଦ୍ବାର ବର୍ତମାନ ଚିକିତ୍ସା ଅତି ସହଜ ସହ ସଫଳ ହୋଇ ପାରୁଛି।ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ବାଣିଜ୍ୟ ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ତଥା କ୍ୟାନ୍ସର ସର୍ଭାଇଭର୍ ଅନିତା କୁମାରୀ ପାତ୍ର ସେ କିପରି ସ୍ତନ କର୍କଟ ରୋଗରୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି, ତାଙ୍କରି ଅନୁଭୂତି ପରିପ୍ରକାଶ କରିବା ସହ ସଚେତନତା ଜାରି ରଖିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ତନ କର୍କଟ ସଚେତନତା ମାସ ୨୦୨୪ର ବିଷୟବସ୍ତୁ ହେଉଛି ‘ଏକାକି କୌଣସି ବ୍ୟକ୍ତି ଯେଭଳି ସ୍ତନ କର୍କଟ ରୋଗର ସମ୍ମୁଖୀନ ନ ହୁଅନ୍ତି’।

ଅନ୍ୟତମ ଅତିଥି ଚିନ୍ମୟ ମିଶନ ର ସ୍ବାମୀ ନିର୍ଲିପ୍ତାନନ୍ଦ ଆଧ୍ୟାତ୍ମିକ ମାଧ୍ୟମରେ କିପରି କର୍କଟ ରୋଗ ଭଲ ହୋଇ ପାରିବ ପରିପ୍ରକାଶ କରିଥିଲେ।ଏହି ପରିପେଖିରେ କ୍ରାନ୍ତି ଅନୁଷ୍ଠାନର ଡ଼ଃ.ଦାଶ କର୍କଟ ରୋଗରେ ପୀଡିତ ହୋଇ,ସେ କିପରି କଷ୍ଟ ପାଇଛନ୍ତି ତାଙ୍କରି ଅନୁଭୁତି ପରିପ୍ରକାଶ କରିବା ସହ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ଚି ପାରିବ ଏଵଂ ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏକ ଚ୍ୟାଲେଞ୍ଜ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!! ବୋଲି ଏହି ବାର୍ତ୍ତା ଦେଇଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ର ନିର୍ମଳା ଦାଶ, ସ୍ନିଗ୍ଧା ରାଣୀ ମହାରଣା, ସଞ୍ଜୟ ପାତ୍ର ଓ ସରକାରୀ ଆଇ. ଟି. ଆଇ ର ଟି. ଓ ରତିକାନ୍ତ ପରିଡ଼ା, ରଞ୍ଜନ ମଲ୍ଲିକ, ସମ୍ରାଟ ନାୟକ, ସ୍ୱପ୍ନା ସ୍ୱାଇଁ, ସମୀକ୍ଷା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ସଚେତନତା କାର୍ଯ୍ୟକ୍ରମ ସ୍ତନ କର୍କଟ ସ୍ତନ କର୍କଟ ରୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.