ନାକଟିଦେଉଳ ବ୍ଲକରେ ଜନଜାତୀୟ ଗୌରବ ଦିବସ ପାଳିତ: ବିର୍ସା ମୁଣ୍ଡାଙ୍କୁ ମନେପକାଇଲେ ଆଦିବାସୀ

Published: Nov 15, 2024, 9:02 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକର ବିଭିନ୍ନ ପଂଚାୟତରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଭଗବାନ ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ନାକଟିଦେଉଳ ବ୍ଲକର ବଳମ, ଗିରିଚନ୍ଦ୍ରପୁର, ଶିମିଳିପାଳ, ଗୋଗୁଆ, ଘୋଷରାମାଲ, ଡଇଁଚା, ସରାପାଲି, ସାଲେଭଟା, ବାଟଗାଁ, ଯାମୁଯୋରୀ, ସାହେବି, କିସିଣ୍ଡା, ପାଣିମୋରା, ନାକଟିଦେଉଳ ଆଦି ପଂଚାୟତ ରେ ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି।

ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସଂଗ୍ରାମୀଙ୍କ ଅବଦାନ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ସମସ୍ତ ଆଦିବାସୀ ମୂଳନିବାସୀ ପ୍ରକୃତି ସହ ଜଡିତ କହିବା ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଅତିଥିମାନେ ଆହ୍ୱାନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ଲଢେଇକରି ମାତ୍ର ଅଳ୍ପ ବୟସରେ ସେ ସହିଦ ହୋଇଯାଇଥିଲେ। ଦେଶର ଆଦିବାସୀମାନେ ତାଙ୍କୁ ଧରତୀର ଭଗବାନ କହନ୍ତି।

ଆଜିର କାର୍ଯ୍ୟକ୍ରମରେ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ , ଏବିଡ଼ିଓ,ଜିପିଇଓ,ଜେଇ ସମସ୍ତ ସରପଞ୍ଚ, ୱାର୍ଡ ସଭ୍ୟ/ସଭ୍ୟା, ସମିତି ସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମର ଆଦିବାସୀ ଵର୍ଗର ପୁରୁଷ ମହିଳା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ବିର୍ସା ମୁଣ୍ଡା ଙ୍କୁ ମନେ ପକାଇ ଥିଲେ।

Related posts