Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାସ୍କମ୍ ଟେକ୍ନୋଲୋଜି କନଫ୍ଲୁଏନ୍ସର ଭୁବନେଶ୍ୱର ସଂସ୍କରଣ ଆୟୋଜିତ
ଆଜିର ଖବର

ନାସ୍କମ୍ ଟେକ୍ନୋଲୋଜି କନଫ୍ଲୁଏନ୍ସର ଭୁବନେଶ୍ୱର ସଂସ୍କରଣ ଆୟୋଜିତ

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭାରତର ପ୍ରମୁଖ ଆଇଟି ଶିଳ୍ପ ସଂଘ ନାସ୍କମ୍ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସହଯୋଗରେ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ନାସ୍କମ୍ ଟେକ୍ନୋଲୋଜି କନଫ୍ଲୁଏନ୍ସ (ଏନଟିସି) ୨୦୨୪ର ଭୁବନେଶ୍ୱର ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି।

ଉଦ୍‌ଘାଟନୀ ଅଧିବେଶନରେ ଉଦବୋଧନ ଦେଇ ବିଭାଗୀୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ସୁଦୃଢ ନେତୃତ୍ୱ, ସମୁଚିତ ଶାସନ ଏବଂ ଜନକଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଯୋଗୁଁ ଓଡିଶା ଆଜି ପ୍ରଗତିର ନୂଆ ସୂର୍ଯ୍ୟୋଦୟ ଦେଖିବାରେ ସକ୍ଷମ ହୋଇଛି। ବିକାଶକୁ ସମାଜର କୋଣ ଅନୁକୋଣରେ ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ ଯାହା ରାଜ୍ୟକୁ ଆଗାମୀ ସମୟରେ ଦେଶର ପ୍ରଗତି ଏବଂ ଅଭିବୃଦ୍ଧିରେ ଏକ ଅଗ୍ରଣୀ ଅଂଶୀଦାର କରିବ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ଓଡ଼ିଶାର ଆଇଟି ଅଭିବୃଦ୍ଧିରେ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ଉପରେ ଆଲୋକପାତ କରି କହିଥିଲେ ଯେ, ଅର୍ଥନୈତିକ ଅଭିବୃଦ୍ଧି ଓ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଭଳି କ୍ଷେତ୍ର ଉପରେ ଓଡ଼ିଶା ଗୁରୁତ୍ୱ ଦେଉଛି। ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଆଇଟି କ୍ଷେତ୍ରରେ ନିଜକୁ ଜଣେ ଆଗଧାଡ଼ିରେ ଅବସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ଅନେକ ନୂତନ ନୀତି ଓ ପଦକ୍ଷେପ ଗ୍ରହଣ କରୁଛି ।

ଶିଳ୍ପ-ଶିକ୍ଷାର ସମନ୍ୱୟ, ଓଡ଼ିଶାର ଷ୍ଟାର୍ଟଅପ୍ ଲ୍ୟାଣ୍ଡସ୍କେପ୍ ଏବଂ ତଥ୍ୟ ବିଜ୍ଞାନକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ବିଶାରଦମାନେ କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା ଗୁରୁତ୍ୱ ତଥା ପ୍ରଭାବ, ଡାଟା ପରିଚାଳନା ଏବଂ ସାଇବର ନିରାପତ୍ତା ବୃଦ୍ଧି, ସେମିକଣ୍ଡକ୍ଟର କ୍ଷେତ୍ରରେ ଅଭିନବତାର ଆବଶ୍ୟକତା, ଉଦ୍ଭାବନକୁ ତ୍ୱରାନ୍ୱିତ କରିବାରେ ଫିନଟେକ୍ ଜିସିସିର ଭୂମିକା, ଉତ୍ପାଦନ ଏବଂ ଖଣି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଆଦି ବିଭିନ୍ନ ବିଷୟରେ ବିଷଦ ଆଲୋଚନା କରିଥିଲେ ।

ମନ୍ଦିର ମାଳିନୀ ଭୁବନେଶ୍ୱରରେ ଏନଟିସି ଭଳି ଉତ୍କୃଷ୍ଟ କାର୍ଯ୍ୟକ୍ରମର ଆୟୋଜନ ସହରକୁ ଅନ୍ୟତମ ଅଗ୍ରଣୀ ଆଇଟି ହବ୍ ଭାବରେ ଉଭା ହେଉଥିବାର ପ୍ରମାଣ କରୁଛି। ଭୁବନେଶ୍ୱରର ସୁଦୃଢ଼ ଭିତ୍ତିଭୂମି, ବୈଷୟିକ ଅଗ୍ରଗତି, ରାଜନୈତିକ ସ୍ଥିରତା ଓ ଯୋଗାଯୋଗ ବିଶ୍ୱସ୍ତରୀୟ ସୂଚନା ପ୍ରଯୁକ୍ତି ଓ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବାରେ ସକ୍ଷମ କରିପାରିଛି ।

ଏହି କାର୍ଯ୍ୟକ୍ରମରେ ଏଥିରେ ଗ୍ରାଣ୍ଟ ଥର୍ଣ୍ଣଟନ୍ ଭରତଙ୍କ ପାର୍ଟନର ଜସପ୍ରୀତ ସିଂହ, ଚଣ୍ଡୀ ପ୍ରସାଦ ଓଝା, ଏଭିପି ଏବଂ ସିଟିଓ, ବୀମା – ଏଲଟିଆଇ ମାଇଣ୍ଡଟ୍ରି; ଅମିତ ମିତ୍ର, ବ୍ରଡ୍ରିଜ୍ ଇଣ୍ଡିଆର ମୁଖ୍ୟ ପରିଚାଳନା ଅଧିକାରୀ; ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଇନଭେଷ୍ଟମେଣ୍ଟର ଇଣ୍ଡିଆ ସର୍ଭିସେସ୍ କମ୍ପାନିର ମୁଖ୍ୟ କେଦାର କାସ୍ତୁରେ; ପ୍ରଭୁରାମ ଦୁରାଇସ୍ୱାମୀ, ସିଏମଇ ଗ୍ରୁପର ଭାରତ ମୁଖ୍ୟ; ଆନାଲଗ୍ ଡିଭାଇସ୍ ର ନିର୍ଦ୍ଦେଶକ ଟି ଏସ୍ ଶଙ୍କର; WYSER ର ସହ ପ୍ରତିଷ୍ଠାତା ତଥା ପରିଚାଳନା ସହଯୋଗୀ ସୁପ୍ରିୟା ଧଣ୍ଡା; ଇନ୍ଦ୍ରାନୀଲ ମିତ୍ର, ପାର୍ଟନର, PwC; ସୌରଭ ଗୁପ୍ତା, ଇଣ୍ଡିଆ ବିଜନେସ୍ ୟୁନିଟ୍ ମୁଖ୍ୟ, EnSci; ଶୁଭଜିତ ବସୁ, ଉପାଧ୍ୟକ୍ଷ ତଥା ଟାଟା ଡିଜିଟାଲର ଡାଟା ସାଇନ୍ସ ମୁଖ୍ୟ ଆଲାପୋନ୍ ସେନ୍, ଆପ୍ଲାଏଡ୍ ଡାଟା ସାଇନ୍ସ ନିର୍ଦ୍ଦେଶକ, ଡୁନ୍ହୁମ୍ବି ପ୍ରମୁଖ ଯୋଗଦେଇଥିଲେ।

୬ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ମଲ୍ଟି-ସିଟି କାର୍ଯ୍ୟକ୍ରମ ୨୬ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ଚଣ୍ଡିଗଡ଼, କୋଏମ୍ବାଟୁର, ପୁଣେ, ମୁମ୍ବାଇ, ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ଏନସିଆର ଭଳି ୧୦ଟି ସହରରେ ଅନୁଷ୍ଠିତ ହେବ । ଏହା ପ୍ରଯୁକ୍ତି ବିଦ୍ୟା ଉତ୍ସାହୀ ଏବଂ ଶିଳ୍ପଦ୍ୟୋଗୀମାନଙ୍କୁ ଆଇଟି ଶିଳ୍ପର ବର୍ତ୍ତମାନ ଏବଂ ଭବିଷ୍ୟତ ଧାରାଉପରେ ବିଚାର ବିମର୍ଶ କରିବାପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଛି।

ଓଡିଶା ସରକାର ଡ. ମୁକେଶ ମହାଲିଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

‘ଏକ୍ସ’ ର ନୂତନ ଫିଚର୍ ରେ ଭାରତରେ ରେକର୍ଡ: ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ପୋଷ୍ଟ

December 19, 2025

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା

December 19, 2025

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025
Latest News

‘ଏକ୍ସ’ ର ନୂତନ ଫିଚର୍ ରେ ଭାରତରେ ରେକର୍ଡ: ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ପୋଷ୍ଟ

December 19, 2025

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା

December 19, 2025

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.