Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଡିଓ ଅପରେଟରଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଆଜିର ଖବର

ରେଡିଓ ଅପରେଟରଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

November 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଫଏମ ନୀତି (ପର୍ଯ୍ୟାୟ ୩) ଅଧୀନରେ ତୃତୀୟ ପର୍ଯ୍ୟାୟ ଇ-ନିଲାମୀରେ ଅଂଶଗ୍ରହଣ କରିଥିବା ସଫଳ ନିଲାମ ଗ୍ରହଣକାରୀଙ୍କୁ ଅସ୍ଥାୟୀ ପ୍ୟାନେଲରେ ସାମିଲ କରିବାକୁ ଏକକାଳୀନ ସ୍ୱତନ୍ତ୍ର ରିହାତି ପ୍ରଦାନ କରିଛନ୍ତି।

ଏହି ରିହାତି ଘରୋଇ ସଂସ୍ଥାଗୁଡ଼ିକର ରେଡିଓ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦିନଠାରୁ ତୁରନ୍ତ ଲାଗୁ ହେବ, ଯାହାଦ୍ୱାରା ସେମାନଙ୍କୁ ଛଅ ମାସ ପାଇଁ କିମ୍ବା ଯେପର୍ଯ୍ୟନ୍ତ ସେମାନେ ବର୍ତ୍ତମାନର ‘ଘରୋଇ ଏଫଏମ ରେଡିଓ ଷ୍ଟେସନର ପ୍ୟାନେଲ ପାଇଁ ନୀତିଗତ ମାର୍ଗଦର୍ଶିକା ଅଧୀନରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର (ସିବିସି)ର ପ୍ୟାନେଲରେ ସାମିଲ ହେବା ଲାଗି ଆବେଦନ ଯୋଗ୍ୟ ହୋଇନାହାନ୍ତି ସେପର୍ଯ୍ୟନ୍ତ ସିବିସି ଅସ୍ଥାୟୀ ପ୍ୟାନେଲରେ ସାମିଲ ହେବାର ସୁଯୋଗ ମିଳିବ।

ଅସ୍ଥାୟୀ ପ୍ୟାନେଲ୍ ଅବଧି ସମୟରେ, କୌଣସି ଆଇଆରଏସ (ଇଣ୍ଡିଆନ ରିଡରସିପ୍‌ ସର୍ଭେ) ଉପଲବ୍ଧ ନଥିବା ଘରୋଇ ଏଫ୍.ଏମ୍. ରେଡିଓ ଷ୍ଟେସନଗୁଡ଼ିକ ପାଇଁ ପ୍ରଯୁଜ୍ୟ ମୂଳ ଦର ଲାଗୁ ହେବ।

ଏହି ପଦକ୍ଷେପ ନୂତନ ସହରରେ ରେଡିଓ ଅପରେଟରମାନଙ୍କୁ ତୁରନ୍ତ ରାଜସ୍ୱ ଲାଭ ପ୍ରଦାନ କରିବ ଫଳରେ ସେମାନେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଉତ୍ସାହିତ ହୋଇପାରିବେ। ଏହି ପଦକ୍ଷେପ ଦ୍ୱାରା ଉକ୍ତ ସହରଗୁଡ଼ିକରେ ଘରୋଇ ଏଫ୍.ଏମ୍. ରେଡିଓ ସେବା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ସାରା ଦେଶରେ ରେଡିଓ ପ୍ରସାରଣ ସେବାଗୁଡ଼ିକର ଉନ୍ନତ ପ୍ରସାର ପାଇଁ ପ୍ରୋତ୍ସାହନ ମିଳିବ।

ଭାରତରେ ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ଏବଂ ରେଡିଓ ଅପରେଟରମାନଙ୍କୁ ପରିଚାଳନା ସହାୟତା ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିରନ୍ତର ପ୍ରୟାସର ଅଂଶବିଶେଷ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ବ୍ୟବସାୟିକ ସୁଗମତା ସୁନିଶ୍ଚିତ ହେବ ଏବଂ ପ୍ରସାରଣ ସେବାର ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି ହେବ।

ଇ-ନିଲାମୀ ଏଫଏମ ନୀତି ରେଡିଓ ଅପରେଟର ସିବିସି ପ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ପ୍ରଦେଶ କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ 

July 24, 2025

ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

July 24, 2025

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

July 24, 2025

ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ

July 24, 2025
Latest News

ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ପ୍ରଦେଶ କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ 

July 24, 2025

ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

July 24, 2025

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

July 24, 2025

ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ

July 24, 2025

ଏକାଥରେ 34 ଜଣ ଓଏଫଏସ ଙ୍କର ହେଲା ଅଦଳବଦଳ, 14 ଜଣ ଡିଏଫଓ ଙ୍କ ବଦଳି, ଜାଣନ୍ତୁ କିଏ କେଉଁଠାକୁ ଗଲେ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.